ଦେଶରେ ସର୍ବାଧିକ ଅପରାଧିକ ମାମଲା ଥିବା ମୁଖ୍ୟମନ୍ତ୍ରୀ କେସିଆର, ନବୀନଙ୍କ ନାଁରେ କେତୋଟି ମାମଲା ରହିଛି ଜାଣନ୍ତୁ…

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପ୍ରକାଶ ପାଇଛି ଏଡିଆର ରିପୋର୍ଟ । ଯେଉଁଥିରେ ଦେଶର ୧୩ ମୁଖ୍ୟମନ୍ତ୍ରୀଙ୍କ ନାଁରେ ରହିଛି ଅପରାଧିକ ମାମଲା । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ନାଁରେ ସର୍ବାଧିକ ୬୪ଟି ଅପରାଧିକ ମାମଲା ରହିଛି । ଯେଉଁ ମାମଲା ଗୁଡିକ ମଧ୍ୟରେ ୩୭ଟି ଅତି ସଙ୍ଗୀନ ମାମଲା ରହିଛି । ଅନ୍ୟପଟେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ଗୋଟିଏ ବି ଅପରାଧିକ ମାମଲା ନାହିଁ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ନାଁରେ ୪୭ଟି ମାମଲା ରହିଛି । ଏହି ତାଲିକାର ତୃତୀୟରେ ରହିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ । ଜଗନମୋହନଙ୍କ ନାଁରେ ମୋଟ ୩୮ଟି ମାମଲା ରହିଥିବା ବେଳେ ୩୫ଟି ସଙ୍ଗୀନ ଅପରାଧିକ ମାମଲା ରହିଛି । ସେହିଭଳି ଦେଶର କୋଟିପତି ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ରହିଛନ୍ତି । ଜଗନମୋହନଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୫୧୦ କୋଟିରୁ ଅଧିକ ଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ଅଛି ୬୩ କୋଟିରୁ ଅଧିକ ଟଙ୍କାର ସଂପତି । ୧୬୩ କୋଟିରୁ ଅଧିକ ଟଙ୍କାର ସଂପତି ସହ ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ । ସେହିଭଳି ସବୁଠାରୁ କମ୍ ସଂପତି ସହ ତାଲିକାର ଶେଷରେ ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତାଙ୍କ ପାଖରେ ମାତ୍ର ୧୫ ଲକ୍ଷରୁ ଅଧିକ ଟଙ୍କାର ସ୍ଥାବର ଅସ୍ଥାବର ସଂପତି ରହିଛି । କେରଳ ଓ ହରିଆଣା ମୁଖ୍ୟମନ୍ତ୍ରୀଙ୍କ ପାଖରେ ୧ କୋଟି ଟଙ୍କାର ସମ୍ପତି ଥିବା ଏ.ଡି.ଆର୍ ରିପୋର୍ଟରେ ଉଲ୍ଲେଖ ହୋଇଛି ।

ଏ.ଡି.ଆର୍ ରିପୋର୍ଟରେ ଆହୁରି ମଧ୍ୟ ପ୍ରକାଶ ପାଇଛି ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସଂପତି ତାଲିକା । ଏଡିଆର ରିପୋର୍ଟ ଆଧାରରେ ଧନୀ ମୁଖ୍ୟମନ୍ତ୍ରୀଙ୍କ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ତାଲିକାର ଶୀର୍ଷରେ ଅଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି । ଜଗନମୋହନଙ୍କ ପାଖରେ ୫୧୦ କୋଟିରୁ ଅଧିକ ଟଙ୍କାର ସ୍ଥାବର ଅସ୍ଥାବର ସଂପତି ଥିବା ବେଳେ ନବୀନ ପଟ୍ଟନାୟକଙ୍କ ପାଖରେ ଅଛି ୬୩ କୋଟିରୁ ଅଧିକ ଟଙ୍କାର ସଂପତି । ୧୬୩ କୋଟିରୁ ଅଧିକ ଟଙ୍କାର ସଂପତି ସହ ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ । ସେହିଭଳି ସବୁଠାରୁ କମ୍ ସଂପତି ସହ ତାଲିକାର ଶେଷରେ ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତାଙ୍କ ପାଖରେ ମାତ୍ର ୧୫ ଲକ୍ଷରୁ ଅଧିକ ଟଙ୍କାର ସ୍ଥାବର ଅସ୍ଥାବର ସଂପତି ରହିଛି । କେରଳ ଓ ହରିଆଣା ମୁଖ୍ୟମନ୍ତ୍ରୀଙ୍କ ପାଖରେ ୧ କୋଟି ଟଙ୍କାର ସମ୍ପତି ରହିଛି । ଏହା ସହ ରିପୋର୍ଟ ଅନୁସାରେ ସବୁଠାରୁ କମ୍ ଶିକ୍ଷାଗତ ଯୋଗ୍ୟତା ରହିଛି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କର । ଯିଏ କି ମାତ୍ର ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି । ସେହିପରି ସବୁଠାରୁ ଅଧିକ ପାଠ ପଢିଥିବା ମୁଖ୍ୟମନ୍ତ୍ରୀ ହେଉଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା । ହିମନ୍ତ ବିଶ୍ୱ ଶର୍ମାଙ୍କୁ ମିଳିଛି ଡକ୍ଟରେଟ୍ ଉପାଧି । ସେହିପରି ଆମ ରାଜ୍ୟ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷାଗତ ଯୋଗ୍ୟତା ହେଉଛି ସେ ଜଣେ ଗ୍ରାଜୁଏଟ୍ ।

Leave A Reply

Your email address will not be published.