ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ପୁଣି କାୟା ମେଲାଉଛି କରୋନା । ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଗତ କିଛି ଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ସକ୍ରିୟ ମାମଲା ମଧ୍ୟ ବୃଦ୍ଧି ହେଉଛି । ଏହା ସହିତ କରୋନାଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ଅହେତୁକ ବୃଦ୍ଧି ହୋଇଛି । ଏପରିକି ଗତକାଲି ଚଳିକ ବର୍ଷର ସର୍ବାଧିକ ମାମଲା ଚିହ୍ନଟ ହୋଇଛି । ଯାହାକି ୭ ହଜାର ପାର୍ କରିଛି । ଯଦି ଏପରି ଲାଗି ରୁହେ ତେବେ ପୁଣି ଆଗ ଭଳି ସ୍ଥିତି ଉପୁଜିପାରେ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ସାରା ଦେଶରେ ମୋଟ ସାତ ହଜାର ୮୩0 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏଥି ସହିତ ଚାରି ହଜାର ଛଅଶହ ୯୨ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହା ପରେ ଦେଶରେ ସକ୍ରିୟ ମାମଲା ଚାଳିଶ ହଜାର ୨୧୫କୁ ବୃଦ୍ଧି ହୋଇଛି । ଏହି ସମୟରେ ଷୋହଳ ଜଣ କରୋନା ଆକ୍ରାନ୍ତଙ୍କ ଦେହାନ୍ତ ହୋଇଛି । ଯାହାକି ବିଶେଷଜ୍ଞ ଏବଂ ସରକାରଙ୍କ ଚିନ୍ତା ବଢାଇ ଦେଇଛି।
ଏଥିପାଇଁ ପୁଣି ବୁଷ୍ଟର ଡୋଜ଼ ନେବାକୁ ମଧ୍ୟ ଟିକା କେନ୍ଦ୍ରରେ ଭିଡ ଲାଗିଲାଣି । ମାସ୍କକୁ ବାଧ୍ୟତାମୂଳକ କରାଯାଇଛି ।