ଘିମିରି ଟେନସନ ଦେଉଛିକି? ଆପଣାନ୍ତୁ ଏହି ଘରୋଇ ଉପାୟ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଜଳୁଛି ଓଡିଶା, ଡହଳ ବିକଳ ହେଉଛନ୍ତି ଜନଜୀବନ। ଓଃ କି ଗରମ ! ଏହି ପଦକ କଥା ଏବେ ଅଧିକାଂଶଙ୍କ ମୁହଁରୁ ଶୁଣିବାକୁ ମିଳୁଛି । ତେବେ ଯେଉଁମାନେ କର୍ମଜୀବୀ ସେମାନଙ୍କୁ ତ ନିଶ୍ଚୟ ବାହାରକୁ ଯିବାକୁ ହେବ । ଏହାବ୍ୟତୀତ ଘରେ ରହୁଥିବା ଘରଣୀମାନେ ମଧ୍ୟ ପିଲା,ପରିବାର ଲାଗି ଅନେକ ସମୟରେ ବାହାରକୁ ଗୋଡ଼ କାଢ଼ିବାକୁ ବାଧ୍ୟ । ଏଣୁ ଟାଣ ଖରାର ଶିକାର ହେବା ନିଶ୍ଚିତ । ଅତିରିକ୍ତ ଗରମ ଯୋଗୁଁ ଶରୀରରେ ବିଭିନ୍ନପ୍ରକାର ସମସ୍ୟା ଦେଖାଯାଇଥାଏ । ବିଶେଷକରି ଘିମିରି ହୋଇ ତ୍ୱଚା କୁଣ୍ଡେଇ ହେବା ଖରାଦିନର ଏକ ସାଧାରଣ ସମସ୍ୟା । ଗରମ ବଢ଼ିବା ସାଙ୍ଗକୁ ଏହି ସମସ୍ୟା ବୃଦ୍ଧି ପାଇଥାଏ ।

ଏଥିରୁ କିପରି ମୁକ୍ତି ପାଇବେ କିଛିଟା ଘରୋଇ ସାମଗ୍ରୀ ସାହାଯ୍ୟରେ  ଆସନ୍ତୁ ଜାଣିବା

ଲୁଣ, ହଳଦୀ ଓ ମେଥି ପେଷ୍ଟ : ଲୁଣ, ହଳଦୀ ଓ ମେଥିକୁ ସମାନ ପରିମାଣରେ ନେଇ ଗୁଣ୍ଡ କରିଦିଅନ୍ତୁ । ସ୍ନାନ କରିବାର ୫ ମିନିଟ୍‌ ପୂର୍ବରୁ ଗୁଣ୍ଡରେ ପାଣି ମିଶାଇ ପେଷ୍ଟ ବା ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟ୍‌କୁ ପୁରା ଶରୀରରେ ଲଗାଇ ୫ମିନିଟ୍‌ ପରେ ଗାଧୋଇ ପଡ଼ନ୍ତୁ । ଏହାକୁ ସପ୍ତାହକୁ ଗୋଟେ ଥର ଲଗାଇବା ଦ୍ୱାରା ଘିମିରିରୁ ମୁକ୍ତି ମିଳିବ ।

ବରଫ : ଯଦି ଶରୀରର କୌଣସି ସ୍ଥାନ ଅଧିକ କୁଣ୍ଡାଇ ହେଉଥାଏ, ସେହି ସ୍ଥାନରେ ବରଫକୁ କପଡ଼ାରେ ରଖି ଲାଗାଇଲେ ଆରାମ ଲାଗିବ। ଏହି ପ୍ରକ୍ରିୟାକୁ ୪ ରୁ ୬ ଘଣ୍ଟା ବ୍ୟବଧାନରେ କରିପାରିବେ ।

ଘିକୁଆଁରୀ : ଝାଳ ହେଉ କି ଘିମିରି ଯୋଗୁ ଯଦି ଶରୀର କୁଣ୍ଡାଇ ହେଉଥାଏ, ସେହି ସ୍ଥାନରେ ଘିକୁଆଁରୀ (ଆଲୋଭେରା) ରସ ଲଗାଇବା ଦ୍ୱାରା ଏଥିରୁ ମୁକ୍ତି ମିଳିବ ।

ମୁଲତାନି ମାଟି : ଗରମରେ ମୁଲତାନି ମାଟି ତ୍ୱଚା ପାଇଁ ଭଲ । ଏହାଛଡ଼ା ଯଦି ଘିମିର ହୋଇଥାଏ, ମୁଲତାନି ମାଟି ଲେପ ଲଗାଇଲେ ଆରାମ ମିଳିଥାଏ ।

ସ୍ନାନ : ତ୍ୱଚା କୁଣ୍ଡାଇ ହେବା ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ସବୁଦିନ ଭଲଭାବେ ଗାଧୋଇବା ଜରୁରି ।

Leave A Reply

Your email address will not be published.