ଏବର୍ଷ ପାୱାର କଟ ହେବନାହିଁ କହିଲେ ଶକ୍ତିମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ତତଲା ତାୱାରେ ଭାଜି ହେଉଛି ଓଡିଶା। ସକାଳ ନହେଉଣୁ ବାଘ ଭଳିଆ ମାଡି ଆସୁଛି ଖରା। ସେପଟେ ଗରମ ଦାଉରୁ ରକ୍ଷା ପାଇବା ପାଇଁ ଲୋକମାନେ ପଙ୍ଖା, କୁଲର ଓ ଏସି ଉପରେ ନିର୍ଭର କରୁଥୁବାବେଳେ ସଭିଙ୍କୁ ଘାରିଛି ପାୱାର୍‌ କଟ୍‌ ଚିନ୍ତା । ଏସବୁ ଭିତରେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇ ଦେବାକୁ ଏସଆରସି ପକ୍ଷରୁ ଗାଇଡଲାଇନ ଜାରି କରା ଯାଇଥିବା ବେଳେ ଏ ବର୍ଷ ପାୱାର କଟ୍‌ ହେବନି ବୋଲି  କହିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ।

ଶକ୍ତି ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଏବର୍ଷ ପାୱାର୍‌ କଟ୍‌ ହେଇନି କି ହେବାର ସମ୍ଭାବନା ବି ନାହିଁ । ଆମ ପାଖରେ ପର୍ଯ୍ୟାପ୍ତ ବିଦ୍ୟୁତ୍‌ ଅଛି ।ଯଦି ବିଜୁଳି କଟୁଛି ତାର ଅର୍ଥ ନୁହଁ କି ପାୱାର୍‌ କଟ୍ ‌ହେଉଛି । ଅନେକ କାରଣରୁ ନେଇ ବିଜୁଳି କଟା ହୋଇଥାଏ । କଥା ଦେଉଛି ଯେ ଏବର୍ଷ ପାୱାର୍‌ କଟ୍‌ ହେବନାହିଁ । ହୁଏତ ଆପଣଙ୍କ ଅଞ୍ଚଳର ଟ୍ରାନ୍ସଫର୍ମର ପୋଡି ଯାଇଥିବ, ‌ଯେଉଁ କାରଣରୁ ବିଜୁଳି ନଥାଇପାରେ କିମ୍ବା କେଉଁଠି କିଛି ଯାନ୍ତ୍ରିକ ତ୍ରୁଟି ଥାଇପାରେ ।

ଆଗକୁ ଆହୁରି ଖରା ବଢିବାକୁ ଥିବାରୁ ଲୋକଙ୍କୁ ଏନେଇ ଅଧିକରୁ ଅଧିକ ସଚେତନ କରିବାକୁ କୁହାଯାଇଛି । ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ଯେଉଁ ଗାଁ ବା ୱାର୍ଡରେ ଜଳ ସଙ୍କଟ ରହିଛି ସେଗୁଡ଼ିକୁ ଚିହ୍ନଟ କରାଯିବ। ଆବଶ୍ୟକୀୟ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବ। ଖରାପ ନଳକୂପର ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କେନାଲରେ ପାଣି ଛାଡିବା, ପାନୀୟ ଜଳସେବା କେନ୍ଦ୍ର ଖୋଲାଯିବ। ପଶୁପକ୍ଷୀଙ୍କ ପାଇଁ ବିଭିନ୍ନ ସ୍ଥାନରେ ପିଇବା ପାଣି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସ୍କୁଲ, କଲେଜ ଓ ସମସ୍ତ ଶିକ୍ଷାନୁଷ୍ଠାରେ ପିଲାଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା କରାଯିବ। ଏଥିସହ ହସ୍ପିଟାଲରେ ପର୍ଯ୍ୟାପ୍ତ ଔଷଧ, ସାଲାଇନ୍ ଏବଂ ଓଆରଏସ୍ ରଖାଯିବ। ସମସ୍ତ ଯାତ୍ରୀବାହୀ ବସରେ ପାଣି, ଓଆରଏସ୍ ରଖିବା ପାଇଁ କୁହାଯାଇଛି । ଦିନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଶ୍ରମିକମାନେ କାମ କରିବେ ନାହିଁ ବୋଲି ମଧ୍ୟ କୁହାଯାଇଛି ।

Leave A Reply

Your email address will not be published.