ଓଡିଆ ନ୍ୟୁଜ୍(ବ୍ୟୁରୋ): ସମ୍ବଲପୁର ରେ ହନୁମାନ ଜୟନ୍ତୀ ବାଇକ ସୋଭାଯାତ୍ରା ସମୟରେ ବାଇକ ସୋଭାଯାତ୍ରା ଉପରକୁ ପଥର ମାଡ଼ ହୋଇଥିବାର ଅଭିଯୋଗ l ଗୋବିନ୍ଦତଲା ରୁ ହନୁମାନ ଜୟନ୍ତୀ ପାଇଁ ବିଶାଳ ବାଇକ ସୋଭାଯାତ୍ରା ବାହାରିଥିଲା । ତେବେ ବାଇକ ସୋଭାଯାତ୍ରା ଟି ମୋତିଝରଣ ନିକଟକୁ ପହଞ୍ଚିବା ପରେ ବାଇକ୍ ସୋଭାଯାତ୍ରା ଉପରକୁ ପଥର ମାଡ଼ କରାଯାଇଛି । ଏଥିରେ ଅତିରିକ୍ତ ଏସପି ତପନ ମହାନ୍ତି , ଧନୁପାଲି ଥାନା ଅଧିକାରୀ ଅନିତା ପ୍ରଧାନ ଓ ଟାଉନଥାନା ଅଧିକାରୀ ପ୍ରକାଶ କଣ୍ଣ ଙ୍କ ସମେତ ୧୦ ଜଣ ଆହତ ହୋଇଥିବା ଜଣାପଡିଛି । ଏହାସହ ସହରର ମୋତିଝରଣ ଓ ଜିଲ୍ଲା ସ୍କୁଲ ଛକ ର ମଧ୍ୟ ପଥର ମାଡ଼ ହେବାରୁ ପୋଲିସ ପକ୍ଷରୁ ପରିସ୍ଥିତି ନିଅତ୍ରଣ ପାଇଁ ଲାଠି ଚାଳନା କରାଯାଇଥିବା ସୁଚନା ମିଳିଛି l
ତେବେ ଏହି ଆକ୍ରମଣରେ ଆହତ ହୋଇଥିା ପୋଲିସ ଅଧିକାରୀ ଓ ହନୁମାନ ଜୟନ୍ତୀ ସମନ୍ବୟ ସମିତିର ଆହତ ବ୍ଯକ୍ତିଙ୍କୁ ସଦର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।ଏଥିସହ ସହରର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବାରୁ ମୋତିଝରଣ ସମେତ ବିଭିନ୍ନ ପ୍ରମୁଖ ଛକରେ ବ୍ଯାପକ ୭ ପ୍ଲାଟୁନ ପୋଲିସ ସୁରକ୍ଷା ବନ୍ଦୋବସ୍ତ ଗ୍ରହଣ କରାଯାଇଛି । ମୋତିଝରଣ ଅଞ୍ଚଳରେ ବହୁ ସଂଖ୍ଯା ରେ ଯାନବାହାନ ଗୁଡ଼ିକୁ ଭଙ୍ଗାଯାଇଥିବା ସୁଚନା ମିଳିଛି ।ପରେ ସହର ରେ ଉତ୍ତେଜନା ପରିସ୍ଥିତିକୁ ନିଅନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ସମଗ୍ର ସମ୍ବଲପୁର ସହର ମଧ୍ୟରେ ୧୪୪ ଧାରା ଲାଗୁ କରାଯାଇଛି ।