ଗ୍ରୀଷ୍ଣ ପ୍ରବାହରେ ନିରବଚ୍ଛିନ୍ନ ଓ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ପ୍ରତିଶୃତି ଦେଲା ଟିପିଏସ୍ଓଡିଏଲ୍ State By Prabin On Apr 13, 2023 0 Share ଓଡ଼ିଆ ନ୍ୟୁଜ(ବ୍ୟୁରୋ):ଚଳିତ ଗ୍ରୀଷ୍ଣ ଋତୁରେ ପ୍ରବଳ ଗ୍ରୀଷ୍ଣ ପ୍ରବାହକୁ ନେଇ ପୂର୍ବାନୁମାନ ଅନୁଯାୟୀ ନିରବଚ୍ଛିନ୍ନ ଓ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ଲାଗି ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପ୍ରସ୍ତୁତ ରହିଛି । ଗ୍ରୀଷ୍ଣ ଋତୁରେ ପିକ୍ ଡିମାଣ୍ଡ୍ (ଶୀର୍ଷ ଚାହିଦା) ୭୮୦ ମେଗାୱାଟ୍ ଆକଳନ କରାଯାଇଥିବା ବେଳେ କଂପାନି ବ୍ୟାପକ ପ୍ରଯୁକ୍ତି ସମ୍ମିଳିତ ପଦକ୍ଷେପ ଗ୍ରହଣ କରିଛି ଯାହା ଆବଶ୍ୟକତାକୁ ମୁକାବିଲା କରିବାରେ କଂପାନିକୁ ସହାୟକ ହେବ । ପ୍ରଯୁକ୍ତିର ବ୍ୟବହାର :- ଟିପିଏସ୍ଓଡିଏଲ୍ ବର୍ତମାନ ଏହାର କେନ୍ଦ୍ରୀୟ ପିଏସସିସିରୁ ୧୨୦ ପିଏସ୍ଏସର ନିରୀକ୍ଷଣ ଓ ନିୟନ୍ତ୍ରଣ କରୁଛି । ଜରୁରୀକାଳରୀନ ସ୍ଥିତିରେ ନେଟୱାର୍କକୁ ସୁବିଧାରେ ଓ ପ୍ରଭାବୀ ପରିବର୍ତ୍ତନ କରିବା ଲାଗି ତାହା କଂପାନିକୁ ସକ୍ଷମ କରିଛି । ଆସିକା ଓ ବ୍ରହ୍ମପୁର ଓ ସିଟି ସର୍କଲର ୯ ଲକ୍ଷ ସହରର ଗ୍ରାହକଙ୍କୁ ମଧ୍ୟ ଟିପିଏସ୍ଓଡିଏଲ୍ ଜିଆଇଏସ୍ (ଜିଓଗ୍ରାଫିକାଲ୍ ଇନଫର୍ମେସନ ସିଷ୍ଟମ୍) ଅଧୀନରେ ସାମିଲ କରିଛି । ଏଡିଏମ୍ଏସ୍ (ଅତ୍ୟାଧୁନିକ ବଣ୍ଟନ ପରିଚାଳନା ବ୍ୟବସ୍ଥା) ସାହଯ୍ୟରେ ପ୍ରଭାବିତ ଅଂଚଳ ଓ ଗ୍ରାହକ ଚିହ୍ନଟ କରିପାରିବା ସହ ପ୍ରତ୍ୟକ୍ଷ ଭାବେ ସେମାନଙ୍କ ସହ ଯୋଗାଯୋଗ ସ୍ଥାପନ କରିବେ । ନେଟୱାର୍କରେ ଉନ୍ନତି :- ନିୟମିତ ବ୍ୟବଧାନରେ ରକ୍ଷଣାବେକ୍ଷଣ କାର୍ଯ୍ୟକଳାପ ବ୍ୟତୀତ କଂପାନି ପକ୍ଷରୁ ୨୩୯.୪ ସିକେଟି କିମି ହଟ୍ ଲାଇନର ଉନ୍ନତିକରଣ କରାଯାଇଛି ଏବଂ ୩୦୨ ସିକେଟି କିମି ଏଲଟି (ନିମ୍ନ କ୍ଷମତା ସମ୍ପନ୍ନ) ଅଣ୍ଡରସାଇଜଡ୍/ ଖରାପ ସ୍ଥିତିରେ ଥିବା ଏବି ତାରକୁ ପରିବର୍ତ୍ତନ କରାଯାଇଛି । ୧୫୫ ସଂଖ୍ୟକ ନୂଆ ଭିସିବି ସହିତ ପୁରୁଣା ପ୍ରାଥମିକ ସବ୍ ଷ୍ଟେସନ (ନନ୍-ଓଡିଏସ୍ଏସପି)ରେ ୪୫.୩ ଏମଭିଏର ବିଦ୍ୟୁତ ଟ୍ରାନ୍ସଫରମର ଦକ୍ଷତା ଯୋଗ କରାଯାଇଛି । ଗ୍ରୀଷ୍ମ ଋତୁ ସାରାରେ ଗ୍ରାହକମାନଙ୍କ ଲାଗି ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣକୁ ନିଶ୍ଚିତ କରିବା ଲାଗି ୨୦୭୯ ଖରାପ ଡିଟିଆର ପରିବର୍ତ୍ତନ କରାଯାଇଥିବା ବେଳେ କଂପାନି ପକ୍ଷରୁ ଡିଟିଆରରେ (ଡିଷ୍ଟ୍ରିବ୍ୟୁସନ ଟ୍ରାନ୍ସଫର୍ମର) ଉନ୍ନତିକରଣ ସହ ନେଟୱାର୍କରେ ୩୪.୧୨ ଏମଭିଏ ବଣ୍ଟନ ନେଟୱାର୍କ ଦକ୍ଷତା ଯୋଗ କରାଯାଇଛି । ଅନ୍ୟାନ୍ୟ ଅଭିଯାନ ଭିତରେ ସାମିଲ ରହିଛି ବିଦ୍ୟୁତ ଟ୍ରାନ୍ସଫର ଓ ବଣ୍ଟନ ଟ୍ରାନ୍ସଫରମର (ଡିଟିଆର୍)ର ମରାମତି ଓ ରକ୍ଷଣାବେକ୍ଷଣ । ଆଗାମୀ ଗ୍ରୀଷ୍ମ ଋତୁ ଲାଗି କଂପାନିର ପ୍ରଯୁକ୍ତି ବିଷୟରେ ନିଜ ଭାବନାକୁ ବ୍ୟକ୍ତ କରି ଟିପିଏସ୍ଓଡିଏଲର ସିଇଓ ଶ୍ରୀ ଅରବିନ୍ଦ ସିଂହ କହିଛନ୍ତି ଯେ, “ଗ୍ରୀଷ୍ମ ଋତୁରେ ଆମ ଅଂଚଳରେ ୭୮୦ ମେଗାୱାଟ ଶୀର୍ଷ ଚାହିଦା ହେବ ବୋଲି ଆମେ ଆକଳନ କରିଛୁ। ଏହି ଅଞ୍ଚଳରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ନିଶ୍ଚିତ କରିବା ଲାଗି ଆମେ ପ୍ରତ୍ୟକ୍ଷ ପଦକ୍ଷେପ ଗ୍ରହଣ କରିଛୁ । ଚାହିଦା ବୃଦ୍ଧିର ମୁକାବିଲା କରିବା ଏବଂ ଆମ ଗ୍ରାହକମାନଙ୍କୁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ କରିବା ଲାଗି ଆମେ ଉନ୍ନତ ପ୍ରଯୁକ୍ତିର ବ୍ୟବହାର କରିଥିବା ବେଳେ ପ୍ରତ୍ୟକ୍ଷ ରକ୍ଷଣାବେକ୍ଷଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଛୁ । ଆମର ଲକ୍ଷ୍ୟ ହେଉଛି ଆମ ଗ୍ରାହକମାନଙ୍କ ପାଇଁ ନିରବଚ୍ଛିନ୍ନ ଓ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ପାଇବାକୁ ନିଶ୍ଚିତ କରିବା ଏବଂ ଆଗାମୀ ଗ୍ରୀଷ୍ଣ ଋତୁ ଆହ୍ୱାନର ମୁକାବିଲା କରିବା ଲାଗି ଆମ ପ୍ରସ୍ତୁତି ଉପରେ ଆମର ବିଶ୍ୱାସ ରହିଛି ।’’ ଗ୍ରୀଷ୍ମ ଋତୁର ବିଦ୍ୟୁତ ଚାହିଦା ଅନୁସାରେ ଏବଂ ପରିଚାଳନାରେ ଯେକୌଣସି ଅଘଟଣକୁ ଆହୁରି ହ୍ରାସ କରିବା ଲାଗି କଂପାନି ପକ୍ଷରୁ ସଂସ୍ଥାରେ ଏକ ସୁରକ୍ଷା ସଂସ୍କୃତି ଗ୍ରହଣ କରାଯାଇଛି । ହିଟ୍ ଷ୍ଟ୍ରେସ୍ ଓ ପ୍ରାଥମିକ ଉପଚାର ଉପରେ ସଚେତନତା ବିଷୟରେ ସବୁ କର୍ମଚାରୀମାନଙ୍କ ଲାଗି ତାଲିମ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଛି । tpcodl 0 Share