ବେଦାନ୍ତ ବିଶ୍ଵ ବିଦ୍ୟାଳୟ ନେଇ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଛାଟ: ବିଜେପି ମୁଖାପାତ୍ର ସମ୍ବିତ ପାତ୍ର କହିଲେ ଆଜି ନ୍ୟାୟର ଜିତ୍ ହୋଇଛି
ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବେଦାନ୍ତ ବିଶ୍ଵ ବିଦ୍ୟାଳୟ ନେଇ ରାଜ୍ୟ ସରକାରଙ୍କ ସୁପ୍ରିମକୋର୍ଟଙ୍କ ଛାଟ ନେଇ ବିଜେପି ମୁଖାପାତ୍ର ସମ୍ବିତ ପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ। ଆଜି ନ୍ୟାୟର ଜିତ ହୋଇଛି।ସେତେବେଳେ ମଧ୍ୟ ବିଜେପି ପକ୍ଷରୁ କଡ଼ା ବିରୋଧ କରି ଆସିଥିଲା। କଂପାନୀ ସହ ମିଶି ରାଜ୍ୟ ସରକାର ଚାଷୀଙ୍କ ଜମି ଲୁଟିବାକୁ ଷଡ଼ଯନ୍ତ୍ର ହେଉଥିଲା । କେମିତି ଷଡ଼ଯନ୍ତ୍ର ହୋଇଥିଲା ଗତକାଲି ସୁପ୍ରିମକୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି । ପୁରା ପ୍ରକ୍ରିୟାରେ ଜମି ଅଗୁରୁତ୍ୱପୂର୍ଣ୍ଣ କଥା ହେଳା ପ୍ରସ୍ତାବିତ ଜମି ଭିତରେ ଦୁଇଟି ନଇ ରହିଛି ଏବଂ ନଇ ସର୍ବାସାଧାରଣ ସଂପତ୍ତି ହୋଇଥିବା ବେଳେ ସରକାର କେମିତି କଂପାନୀକୁ ଦେଇଦେଲେ। ଏହା ଚିନ୍ତାର ବିଷୟ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏହା ସହ ପ୍ରସ୍ତାବିତ ଜମିକୁ ଲାଗି ବନ୍ୟପ୍ରାଣୀ ଅଭୟାରଣ୍ୟ ଅଛି ତା ସତ୍ତ୍ଵେ ରାଜ୍ୟ ସରକାର ଜମି ଦେଉଥିଲେ କେମିତି। ପ୍ରାକୃତିକ ବିପର୍ଯ୍ୟୟ ଦିଗ ବିଷୟରେ ସରକାର ଚିନ୍ତା କଲେନି କେମିତି। ଜନତାଙ୍କ ବିଶ୍ଵାସର ସରକାର ଚାଲେ। ହେଲେ ଏଠି ସରକାର 6 ହଜାର ଲୋକଙ୍କ କଥା ଚିନ୍ତା ନକରି କେବଳ ଘରୋଇ କଂପାନୀକୁ ଲାଭ ଦେବୁ ସେ କଥା ଚିନ୍ତା କରୁଥିଲେ। ଏଣୁ ସରକାର ଲୋକଙ୍କ ସହ ବିଶ୍ଵାସ ଘାତକତା କରିଛନ୍ତି ବୋଲି ନିର୍ଦ୍ଦେଶରେ କହିଛନ୍ତି ସୁପ୍ରିମକୋର୍ଟ। ଏହା ସହ ରାଜ୍ୟ ସରକାର ବିଶ୍ଵ ବିଦ୍ୟାଳୟ ପାଇଁ ଅନ୍ୟ କୌଣସି ସଂସ୍ଥାକୁ ନ ଡାକି କେବଳ କଣ ଭାରାତରେ ଗୋଟିଏ ମାତ୍ର ଘରୋଇ କଂପାନୀ ଅଛି ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ। ହାରାହରି 500 ଏକର ଗୋଚର ଜମି ରାଜ୍ୟ ସରକାର କଂପାନୀକୁ ଦେଇଥିଲେ। ହେଲେ ଗୋଚର ଜମି ସର୍ବ ସଧାରଣଙ୍କ ପାଇଁ ହୋଇଥିବା ବେଳେ ଘରୋଇ କଂପାନୀକୁ ଦେବାକୁ ନେଇ ଭର୍ସନା କରିଛନ୍ତି ସୁପ୍ରିମକୋର୍ଟ।
ଟାକ୍ସ ଛାଡ଼ ସହିତ ଏମିତି କି ପାଣି ଆଉ ବିଜୁଳି ମଧ୍ୟ ମାଗଣା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ ସରକାର। ଯାହାକୁ ନେଇ ମଧ୍ୟ ରାଜ୍ୟ ସରକାରକୁ କଟୁ ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ। ପୁରା ପ୍ରକ୍ରିୟା ସରକାରଙ୍କ ନିର୍ଦ୍ଦିଷ୍ଟ କଂପାନୀ ପ୍ରତି ଆହେତୁକ ଅନୁକଂପା ସହ ସରକାରଙ୍କ ପ୍ରୀତି ସ୍ପଷ୍ଟ ବାରି ହେଉଛି। ଏହା ବାଦ୍ ଜମି ଦେବା ପାଇଁ କୌଣସି ସମୀକ୍ଷା କିମ୍ଭା ସଠିକ ଆକଳନ ହୋଇନି। କାରଣ ପ୍ରଥମେ କଂପାନୀ 15 ହଜାର ଜମି ମାଗିଲେ ହେଲେ ଳୋକପାଳ ବେଆଇନ କଲା ପରେ କହିଲେ 3 ହଜାର 8 ଶହ ଏକର ଜମି ପାଇଁ କହିଲେ। ଅର୍ଥାତ ଏଥି ଜମି ହଡପ ପାଇଁ ଚକ୍ରାନ୍ତ ଥିଲା।