ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଖାଉଟିଙ୍କ ପାଇଁ ଖୁସି ଖବର। ଦେଶରେ ଖାଉଟିଙ୍କୁ ମିଳିଛି ଆଶ୍ୱସ୍ତି । ସୋରିଷ ତେଲର ଦାମରେ ଏକ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏଣିକି ଶସ୍ତାରେ ମିଳିପାରିବ ସୋରିଷ ତେଲ । ତେବେ ଏହି ଦାମ୍ କେତେ ଦିନ ପର୍ଯ୍ୟନ୍ତ ସ୍ଥିର ରହିବ ସେ ନେଇ କୌଣସି ସୂଚନା ମିଳିନାହିଁ।କିନ୍ତୁ ଯଥାଶୀଘ୍ର ଏହି ମୂଲ୍ୟହ୍ରାସର ଫାଇଦା ଉଠାଇନେବାକୁ ଚାହୁଁଛନ୍ତି ଖାଉଟି । ଦେଶର ସବୁଠୁ ବଡ ସୁବେ ଉତ୍ତରପ୍ରଦେଶରେ ସୋରିଷ ତେଲର ମୂଲ୍ୟ ୫୫ ଟଙ୍କା ପାଇଥିବା ରେକର୍ଡ କରାଯାଇଛି ।
ତେବେ ଯଥାଶୀଘ୍ର ଏହି ମଉକାର ଫାଇଦା ଉଠାଇ ସୋରିଷ ତେଲ କିଣି ନେବା ବୁଦ୍ଧିମାନର କାର୍ଯ୍ୟ ହେବ । କାରଣ ଆଗାମୀ ଦିନରେ ସୋରିଷ ତେଲରେ ଏକ ବଡ ଦରବୃଦ୍ଧି ଦେଖିବାକୁ ମିଳିପାରେ । ସୂଚନା ଅନୁସାରେ, ବର୍ତ୍ତମାନ ଉତ୍ତରପ୍ରଦେଶର ଲକ୍ଷନୌ ସୋରିଷ ତେଲ ଖୁବ ଶସ୍ତାରେ ପାଇପାରିବେ ଖାଉଟି । ଏଠାରେ ଲିଟର ପିଛା ୧୫୪ ଟଙ୍କାରେ ମିଳୁଛି ସୋରିଷ ତେଲ । ସେହିପରି ସୀତାପୁର ଜିଲ୍ଲାରେ ଏହାର ଦାମ୍ ୧୫୩ ଟଙ୍କା ପ୍ରତି ଲିଟରକୁ ହ୍ରାସ ପାଇଛି ।
ତେବେ ବଦାୟୁଁ ଜିଲ୍ଲାରେ ସୋରିଷ ତେଲ ଦରରେ ଲିଟର ପିଛା ୫୪ଟଙ୍କା ହ୍ରାସ ହୋଇଥିବା ରେକର୍ଡ କରାଯାଇଛି । ଏଠାରେ ୧୫୬ ଟଙ୍କା ପ୍ରତି ଲିଟର ବିକ୍ରି ହେଉଛି ସୋରିଷ ତେଲ । ସେପଟେ ଶାହଜାହାନପୁରରେ ସୋରିଷ ତେଲର ଦାମ୍ ରହିଛି ୧୫୨/ଲିଟର ।ସହାରନପୁର ଜିଲ୍ଲାରେ ସୋରିଷ ତେଲର ମୂଲ୍ୟରେ ଖୁବ ହ୍ରାସ ଘଟିଛି । ଏଠାରେ ଲିଟର ପିଛା ୧୫୪ ଟଭ୍କା ରହିଛି ତେଲ ।
ସେହିଭଳି ମୁଜାଫରନଗରରେ ମଧ୍ୟ ସୋରିଷ ତେଲ ପ୍ରତି ଲିଟର ୧୫୬ ଟଙ୍କାରେ ପହଞ୍ଚିଛି । ଏହାବ୍ୟତୀତ ମେରଠ ଜିଲ୍ଲାରେ ଖାଉଟି ମାନଙ୍କୁ ୧୫୭ ଟଙ୍କାରେ ଗୋଟିଏ ଲିଟର ସୋରିଷ ମିଳିପାରୁଛି ।