୧-ଟୋକିଓରେ ଇତିହାସ ରଚିଲା ଭାରତୀୟ ମହିଳା ଓ ପୁରୁଷ ହକି ଦଳ । ପ୍ରଥମ ଥର ମହିଳା ହକି ଦଳ ପହଞ୍ଚିଲେ ସେମିଫାଇନାଲରେ।ଆଜି ପୂର୍ବାହ୍ନ ସାଢ଼େ ୭ଟାରେ ବିଶ୍ୱ ଚମ୍ପିଅନ୍ ବେଲଜିୟମ୍କୁ ମୁକାବିଲା କରିବ ପୁରୁଷ ହକି ଦଳ।
୨-ଦୁର୍ନୀତି ବିରୋଧରେ ଜିରୋ ଟଲରେନ୍ସ, କୁବେର ପିଏସ ବିରଞ୍ଚି ସାହୁଙ୍କୁ ବାଧ୍ୟତମୂଳକ ଅବସର।
୩-ପରଲୋକରେ ବାଲେଶ୍ଵରର ପୂର୍ବତନ ବିଧାୟକ ଅରୁଣ ଦେ, କରୋନାରେ ଆକ୍ରାନ୍ତ ୭୬ ବର୍ଷ ବୟସରେ ବୁଜିଲେ ଆଖି।
୪-ଅବସର ପ୍ରାପ୍ତ IAS ଅଧିକାରୀ ଉପେନ୍ଦ୍ର ତ୍ରିପାଠୀ ହେଲେ ଓଡ଼ିଆ ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା।
୫-ଦରମା ବୃଦ୍ଧି ଦାବିରେ ‘ମୋ ବସ୍’ ଡ୍ରାଇଭରଙ୍କ ଆନ୍ଦୋଳନ, ‘ମାସକୁ ୧୮ ହଜାର ଟଙ୍କା ଦରମା କରାଯାଉ’।
୬-ଅନଲାଇନରେ ହେବ କୋର୍ଟ କାର୍ଯ୍ୟ, ଓଡ଼ିଶା ହାଇକୋର୍ଟର ବହୁବିଧ ଇ-ସେବା ପୋର୍ଟାଲ ଲୋକାର୍ପିତ।
୭-ଓଡ଼ିଶାର R-Value ଚିନ୍ତା ଜନକ ନୁହେଁ, ଏବେ ୧ ତଳେ ରହିଛି ରାଜ୍ୟର R-Value : DMET।କୌଣସି ସ୍ଥାନରେ ଆର ଭ୍ୟାଲୁ ଅଧିକ ହେଲେ ସେହି ସ୍ଥାନରେ ସଂକ୍ରମଣ ହାର ସେତେ ଅଧିକ ହୋଇଥାଏ ।
୮-ଆସନ୍ତାକାଲି ଖୋଲିବ ସମ୍ବଲପୁରର ମା ସମଲେଶ୍ୱରୀଙ୍କ ମନ୍ଦିର, ଆସନ୍ତା ୪ ତାରିଖରେ ଖୋଲିବ ମା’ ବିରଜାଙ୍କ ମନ୍ଦିର।
୯-ଦୁଇ ଓଡ଼ିଆ ହକି ତାରକାଙ୍କ ପାଇଁ ସୁନ୍ଦରଗଡ଼ରେ ଉତ୍ସାହ । ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋଙ୍କ ପାଇଁ ଗର୍ବ କରୁଛନ୍ତି ପରିବାର।
୧୦-ଆମକୁ ରାଜ୍ୟ ପାହ୍ୟା ମିଳୁ : ଲଦାଖ, ଲେହ, କାର୍ଗିଲ ନେତାଙ୍କ ସର୍ବସମ୍ମତ ଦାବି।
୧୧-କ୍ୟାସଲେସ୍ ପେମେଣ୍ଟ E-RUPI ପ୍ଲାଟଫର୍ମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
୧୨-ଆମେରିକା ରିପବ୍ଲିକାନ୍ ବିବରଣୀ ପ୍ରକାଶିତ : ଉହାନରୁ କରୋନା ଉତ୍ପନ୍ନ।