ଆଜିଠୁ ଖୋଲିବ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ୍‌

0

ଆଜିଠୁ ପର୍ଯ୍ୟଟକଙ୍କ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ  ଓ ଉଦ୍ଭିଦ ଉଦ୍ୟାନ(ବଟାନିକାଲ ଗାର୍ଡେନ୍‌)। ଦୀର୍ଘ ୩ ମାସ ପରେ ଚିଡିଆଖାନା ଖେଲିବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ । ତେବେ କୋରାନା କଟକଣା ମଧ୍ୟରେ ପର୍ଯ୍ୟଟକକୁ ସୀମିତ ସଂଖ୍ୟାରେ ପ୍ରବେଶ କରିବାକୁ ଅନୁମତି ମିଳିବ। ତେବେ ଚିଡ଼ିଆଖାନା ଖୋଲିଲେ ବି ଭିତରେ ବ୍ୟାଟେରି ଚାଳିତ ଗାଡ଼ିକୁ ଅନୁମତି ମିଳିବ ନାହିଁ । ଏମିତିକି ବୋଟିଂ ପାଇଁ ମଧ୍ୟ ଅନୁମତି ଦିଆଯିବ ନାହିଁ । ଅଳ୍ପ ସଂଖ୍ୟକ ଦର୍ଶକଙ୍କୁ ନନ୍ଦନକାନନ ଭିତରକୁ ଛଡ଼ାଯିବ । ନନ୍ଦନକାନ ଖୋଲିବା ନେଇ ରାଜ୍ୟ ସରକାର ଅଗଷ୍ଟ ମାସର ଗାଇଡ୍‌ଲାଇନ୍‌ରେ ଅନୁମତି ଦେଇଛନ୍ତି । ଦୀର୍ଘ ଦିନ ପରେ ପ୍ରାଣୀ ଉଦ୍ୟାନ ଖୋଲିବାକୁ ଅନୁମତି ମିଳିଥିବାରୁ ସମସ୍ତ  କଟକଣା ମଧ୍ୟରେ ପ୍ରାଣୀ ଉଦ୍ୟାନ ଖୋଲିବ ବୋଲି ନିର୍ଦ୍ଦେଶକ ମନୋଜ ମହାପାତ୍ର  ସୂଚନା ଦେଇଛନ୍ତି।

କରୋନା କଟକଣା ମଧ୍ୟରେ ପର୍ଯ୍ୟଟକମାନେ ପ୍ରାଣୀ ଉଦ୍ୟାନ ବୁଲି ପାରିବେ । ମୁଖ୍ୟ ଗେଟରେ ଥର୍ମାଲ ସ୍କ୍ରିନିଂ, ସାନିଟାଇଜ ବାଧ୍ୟତାମୂଳକ କରାଯାଇଛି । ପର୍ଯ୍ୟଟକଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦ୍ୱରତ୍ୱ ରଖିବାକୁ ହେବ । ସେହିପରି ବଟାନିକାଲ ଗାର୍ଡେନ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମଧ୍ୟ କରୋନା କଟକଣା ମାନିବେ । ସେଠାରେ ପ୍ରଜାପତି ଉଦ୍ୟାନ, ଗୋଲାପ ବଗଚା, କାକ୍‌ଟସ ହାଉସ, ଗ୍ଲାସ ହାଉସ, ଡ୍ରାଏ ଗାର୍ଡେନ, ଗ୍ରିନ ହାଉସ, ଅର୍କିଡ୍‌ ହାଉସ, ଔଷଧୀୟ ଉଦ୍ୟାନ, ଜାପାନିଜ ଗାର୍ଡେନ, ପ୍ଲାମ୍‌ସ ଗାର୍ଡେନ, ଶିଶୁ ଉଦ୍ୟାନ, ମୋଗଲ ଗାର୍ଡେନ, ବୁଦ୍ଧ ପାର୍କ ଆଦିକୁ ପର୍ଯ୍ୟଟକ ଦେଖିବାର ସୁଯୋଗ ପାଇବେ । ତେବେ ବର୍ତ୍ତମାନ ବଟାନିକାଲ ଗାର୍ଡେନରେ ବଣଭୋଜିକୁ ବନ୍ଦ ରଖାଯାଇଛି ।

ସେହିପରି ପ୍ରାଣୀ ଉଦ୍ୟାନ ଭିତରେ ବ୍ୟାଟେରି ଚାଳିତ ଗାଡ଼ି କିମ୍ବା ଟୟ ଟ୍ରେନ ଚଳାଚଳ କରିବ ନାହିଁ । ସଫାରୀ ଖୋଲିବାକୁ ଅନୁମତି ମିଳିନି ଏବଂ ପାର୍କିଂ ମଧ୍ୟ ଖୋଲାଯିବ ନାହିଁ । ଏହାସହିତ ପର୍ଯ୍ୟଟକ ବୋଟିଂର ମଜା ନେଇପାରିବେ ନାହିଁ ବୋଲି କର୍ତ୍ତୃପକ୍ଷ କହିଛନ୍ତି । ଟୟ ଟ୍ରେନ୍‌ ଚାଲିବା ପାଇଁ ବିଳମ୍ବ ହେବ ବୋଲି ସୂଚନା ମିଳିଛି । ପରବର୍ତ୍ତୀ ସମୟରେ କରୋନାର ସ୍ଥିତିକୁ ଲକ୍ଷ୍ୟ କରି ଉଚ୍ଚ କର୍ତ୍ତୃପକ୍ଷଙ୍କ ଠାରୁ ନିର୍ଦ୍ଦେଶ ଆସିଲେ କ୍ରମଶଃ ଏଗୁଡିକ ଖୋଲିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛ।

Leave A Reply

Your email address will not be published.