ବେଦାନ୍ତ ବିଶ୍ୱ ବିଦ୍ୟାଳୟ ଜମି ଅଧିଗ୍ରହଣ ମାମଲାର ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲେ ପିିସିସି ସଭାପତି

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ପୁରୀ ଧାମ ହେଉଛି ଜଗନ୍ନାଥଙ୍କ ଧାମ । ଜଗନ୍ନାଥଙ୍କ ଧାମରେ ଓଡ଼ିଶା ସରକାର ବେଆଇନ ଭାବରେ ଏକ ପ୍ରାଇଭେଟ୍ କଂପାନୀ ପାଇଁ ସମସ୍ତ ଆଇନ୍‌କାନୁନ୍‌କୁ ମୋଡ଼ି ମକଚି ଓ ପାଦରେ ଦଳି ଯେଉଁ ଜମି ଅଧିଗ୍ରହଣ କରିଥିଲେ ଏବଂ କରିବାର ପ୍ରୟସା ରଖିଥିଲେ, ତାହା ଆଜି ସୁପ୍ରିମ୍‌କୋର୍ଟ ବେଆଇନ୍ ବୋଲି ପ୍ରକାଶ କଲେ । ଏ ସରକାର ଜଗନ୍ନାଥଙ୍କ ଜମି ହଡ଼ପର ଫଳ ପାଇଲେ । ତାଙ୍କ ହିନ ଓ ଘୁନ୍ୟ ଉଦ୍ୟମ ପଣ୍ଡ ହେଲା । ୨୦୦୬ ମସିହାରେ ରାଜ୍ୟ ସରକାର ବେଦାନ୍ତ କମ୍ପାନୀ ପାଇଁ ପୁରୀ କୋଣାର୍କ ମେରାଇନ୍ ଡ୍ରାଇଭ୍ ଅଂଚଳରେ ୧୫ ହଜାର ଏକ ଜମି ଅଧିଗ୍ରହଣ ପାଇଁ ନୋଟିଫିକେସନ ଜାରୀ କରିଥିଲେ । ଅଦ୍ୟାବଧି ରାଜ୍ୟ ସରକାର ୮ ହଜାର ଏକର ଜମି ଅଧିଗ୍ରହଣ କରିସାରିଥିଲେ । ଏହି ୮ ହଜାର ଏକର ଜମିରୁ ୬ ହଜାର ଏକର ଚାଷ ଜମି ଥିଲା । ଏହି ଚାଷ ଜମି ଉପରେ ପ୍ରାୟ ୩୦ ହଜାର ପରିବାର ତାଙ୍କ ପରିବାର ପ୍ରତିପୋଷଣ କରୁଥିଲେ । ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଶରତ ପଟ୍ଟନାୟକ ବେଦାନ୍ତ ବିଶ୍ୱ ବିଦ୍ୟାଳୟ ଜମି ଅଧିଗ୍ରହଣ ମାମଲାର ସୁପ୍ରିମ୍‌କୋର୍ଟଙ୍କ ରାୟ ପ୍ରକାଶ ପରେ କାହିଁକି ଏ ମୁଖ୍ୟମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଉନାହାନ୍ତି ଏବଂ କାଳ ବିଳମ୍ବ ନ କରି ଏକ ଘଂଟା ମଧ୍ୟରେ ଏ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ।

ଏ ସରକାର ଆଇନ୍‌କୁ ସର୍ବମାନ୍ୟ ବୋଲି ଦ୍ୱାହି ଦେଉଥିଲାବେଳେ, ସୁପ୍ରିମ୍‌କୋର୍ଟର ରାୟ ପ୍ରକାଶ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ କାହିଁକି ଓ କିଭଳି ଭାବରେ ପଦକୁ ମାଡ଼ି ବସିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ସୁପ୍ରିମ୍‌କୋର୍ଟ କେବେହେଲେ ପୂର୍ବରୁ ଏଭଳି କଟୁ ଭାଷାରେ ଓଡ଼ିଶା ସରକାରଙ୍କୁ ଭର୍ତ୍ସନା କରିନାହାନ୍ତି । ଯାହା ଆଜି ମାନ୍ୟବର ସୁପ୍ରିମ୍‌କୋଟ ନିଜ ରାୟରେ ପ୍ରକାଶ କରିଛନ୍ତି ଯେ, କାହିଁକି ଏକ ରାଜ୍ୟ ସରକାର ଗୋଟାଏ ପ୍ରାଇଭେଟ୍ କମ୍ପାନୀକୁ ଏତେ ଅନୁକମ୍ପା ଦେଖାଉଛନ୍ତି । କାହିଁକି ରାଜ୍ୟ ସରକାର ନିଜର ବୁଦ୍ଧି ଓ ବିବେକ ଶୂନ୍ୟ ଭାବରେ ୧୫ ହଜାର ଏକର ଜମି ଅଧିଗ୍ରହଣ ପାଇଁ ନୋଟିସ୍ ଜାରୀ କରିଥିଲେ, ଯେତେବେଳେ କି ବେଦାନ୍ତ କମ୍ପାନୀ କୋର୍ଟରେ ଆଫିଡେଭିଟ୍ ମାଧ୍ୟମରେ ୩ ହଜାର ୮୩୭ ଏକର ଜମି ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ଆବଶ୍ୟକତା ଅଛି ବୋଲି କହିଛନ୍ତି । ତାହାହେଲେ ସରକାର ଏତେ ଅଧିକ ଜମି କାହିଁକି ଅଧିଗ୍ରହଣ କରିବା ପାଇଁ କରୁଥିଲେ । ରାଜ୍ୟ ସରକାର କିଭଳି ଭାବରେ ୨ ଟି ନଦୀକୁ ମଧ୍ୟ ଏହି ଜମି ଅଧିଗ୍ରହଣରୁ ବାଦ ଦେଲେ ନାହିଁ ।

ମାଗଣାରେ ବିଦ୍ୟୁତ, ପାଣି, ୪ ଲାଇନ୍ ରାସ୍ତା ଇତ୍ୟାଦି ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ କାହିଁକି କରାଯାଉଥିଲା? ରାଜ୍ୟ ସରକାର କ’ଣ ବେଦାନ୍ତ କମ୍ପାନୀ ପାଇଁ ଏଜେଂଟ ସାଜିଥିଲେ କି ବୋଲି ଶ୍ରୁୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି? ରାଜ୍ୟର କୃଷକମାନଙ୍କ ଜମିକୁ ଜୋର ଜବରଦସ୍ତ ଛଡ଼ାଇ ନେଇ ତାଙ୍କୁ ବିସ୍ତାପିତ କରିବା କ’ଣ ଏକ ସରକାରଙ୍କର କାମ କି, ବୋଲି ଶ୍ରୀ ପଟ୍ଟନାୟକ ପଚାରିଚନ୍ତି । ବେଦାନ୍ତକୁ ଏତେ ଅନୁକମ୍ପା ଦେଖାଇବା ପଛରେ ମୂଳ କାରଣ କ’ଣ? ‘ତାହା ଆଉ ଅଛପା ନାହିଁ । କମ୍ପାନୀ ପ୍ରୀତି ଏତେ ବେଶୀ କାହିଁକି? ଏଥିରେ ଖୋଦ୍ ମୁଖ୍ୟମନ୍ତ୍ରୀ, ତାଙ୍କ ସରକାର ଓ ବିଜୁ ଜନତା ଦଳ କି ଲାଭ ଓ କେଉଁ ଆକାରରେ ଲାଭ ପାଇଥିଲା ତାହା ମଧ୍ୟ ସ୍ପଷ୍ଟ ହେବା ଉଚିତ୍ । ଆସନ୍ତା ଅପ୍ରେଲ ୧୫ ରୁ ୨୦ ମଧ୍ୟରେ ସାରା ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ଜିଲ୍ଲା ପାଳଙ୍କ ଅଫିସ ଆଗରେ ଆନ୍ଦୋଳନ ହେବ ଏବଂ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କରାଯିବ । ରାଜ୍ୟ ସରକାରଙ୍କର ଜମି ଅଧିକଗ୍ରହଣ ବିରୋଧରେ କଂଗ୍ରେସର ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ସମସ୍ତ ଚାଷୀ ଭାଇ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତା ଏପରିକି ସାମ୍ବାଦିକ ବନ୍ଧୁମାନେ ନିରବିଚ୍ଛିନ୍ନ ଭାବରେ ଏ ଲଢ଼େଇ ଜାରୀ ରଖିଥିଲେ । କଂଗ୍ରେସ ଦଳ ତରଫରୁ ଏବଂ ପ୍ରଦେଶ କଂଗ୍ରେସ ସଭାପତି ହିସାବରେ ସେମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି ।
ପ୍ରଦେଶ କଂଗ୍ରେସ କମିଟିର ମେଡ଼ିଆର ଅଧ୍ୟକ୍ଷ – ଶ୍ରୀ ଗଣେଶ୍ୱର ବେହେରା ସମ୍ବାଦିକମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ରାଜ୍ୟ ସରକାର ସମ୍ବିଧାନର ଧାରା -୧୪ କୁ ବେଦାନ୍ତ ବିଶ୍ୱ ବିଦ୍ୟାଳୟର ଜମି ମାମଲାର ସଂପୂର୍ଣ୍ଣଭାବେ ଅଣ ଦେଖା କରିଛନ୍ତି । ଏପରିକି ଓଡ଼ିଶା ସରକାରଙ୍କର ଜମି ଅଧିଗ୍ରହଣ ଆଇନ୍ – ୧୮୯୪ ଧାରା (୪) ସଂପୂର୍ଣ୍ଣ ରୁପେ ଉଲଘଂନ କରି ଏ ଜମି ଅଧିଗ୍ରହଣ କରାଯାଉଥିଲା । ଏପରିକି ସେତେବେଳେ ବି.ଜେ.ଡ଼ି ଓ ବି.ଜେ.ପିର ମିଳିତ ସରକାର ଏହି ଜମି ଅଧିଗ୍ରହଣ ପାଇଁ ଏକ ସ୍ୱତନ୍ତ୍ର ଅଦ୍ୟାଦେଶ ଆଣିଥିଲେ । ତେଣୁ ପ୍ରଶ୍ନ ଉଠିଛି ଉଭୟ ବିଜେପି ଓ ବିଜେଡ଼ି ପୁରୀ ଜିଲ୍ଲାର କୃଷକଙ୍କ ଭବିଷ୍ୟତ ଉଜାଡି କମ୍ପାନୀ ପ୍ରୀତିରେ ଲାଗିଥିଲେ କାହିଁକି? ଏଥିରେ ଉଭୟ ଦଳ କମ୍ପାନୀ ଦ୍ୱାରା କିଭଳି ଲାଭବାନ ହୋଇଛନ୍ତି, ତାହା ରାଜ୍ୟବାସୀଙ୍କ ଆଗରେ ପ୍ରକାଶ କରନ୍ତୁ । ସୁପ୍ରିମ୍‌କୋର୍ଟ କେବଳ ଭର୍ତ୍ସନା କରିନାହିଁ, ଅତି ନିର୍ମମ ଓ କଠୋର ଭାଷାରେ ଭର୍ତ୍ସନା କରିଛନ୍ତି । ଏପରିକି ନିଜର ବୁଦ୍ଧି ଓ ବିବେକକୁ କେବେହେଲେ ରାଜ୍ୟ ସରକାର ଉପଯୋଗ କରିନାହାନ୍ତି ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି । ବେଦାନ୍ତ ବିଶ୍ୱ ବିଦ୍ୟାଳୟ ପାଇଁ କେତେ ଜମି ଆବଶ୍ୟକତା ଅଛି ବୋଲି କେବେ ହେଲେ ବୁଦ୍ଧି ଉପଯୋଗ କରିନାହାନ୍ତି । ଏପରିକି ସରକାର ଦୁଇଟି ନଦୀକୁ ମଧ୍ୟ ବେଦାନ୍ତ ପାଇଁ ଅଧିଗ୍ରହଣ କରି ନେଲେ, ଏ ସରକାର ନଦୀ ଦୁଇଟିକୁ ମଧ୍ୟ ମାରି ଦେଲେ? ଏ ସରକାର ଏତେ ନିର୍ମମ? ଏ କାହାର ସରକାର? ରାଜ୍ୟ ସରକାର କାହିଁକି ଏଭଳି ଅକୁଣ୍ଠ ଅଜାଚିତ ସାହାଯ୍ୟ ଗୋଟେ କମ୍ପାନୀକୁ କରୁଥିଲେ? ଏ କଥା ଯେତେ ଲୁଚାଇଲେ ବି ଆଉ ଲୁଚିବ ନାହିଁ ବୋଲି ଶ୍ରୀ ବେହେରା କହିଛନ୍ତି ।

Leave A Reply

Your email address will not be published.