ଏବର୍ଷ ରାଜ୍ୟରେ ବିଜେଡି, ଦେଶରେ ବିଜେପି ଗଢିବେ ସରକାର !

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ନୂଆ ବର୍ଷରେ ଆସିଛି ନୂଆ ପାଞ୍ଜି । ଏବର୍ଷ ଭାରତ ତଥା ଓଡ଼ିଶାରେ ଏକମାତ୍ର ଚନ୍ଦ୍ରଗହଣ ଅକ୍ଟୋବର ୨୮ ଅଶ୍ୱୀନ ପୂର୍ଣ୍ଣିମାରେ ଅନୁଷ୍ଠିତ ହେବ । ଏବର୍ଷ ଓଡ଼ିଶା ପାଇଁ ସୁଖ ସମୃଦ୍ଧିର ବର୍ଷ ହେବ ।

ଚଳିତ ବର୍ଷ ଉଭୟ ରାଜ୍ୟ ଓ କେନ୍ଦ୍ରରେ ସରକାର ପରିବର୍ତ୍ତନ ହେବନି ବୋଲି ଜ୍ୟୋତିଷମାନେ ଗଣନା କରିଛନ୍ତି ।

-ଉଭୟ ରାଜ୍ୟ ଓ କେନ୍ଦ୍ରରେ ସରକାରରେ ପରିବର୍ତ୍ତନ ହେବନି

-ରାଜ୍ୟ ଓ ଦେଶରେ କ୍ଷମତାସୀନ ଦଳ ପୁଣି ସରକାର ଗଢିବ। ଅର୍ଥାତ୍ ରାଜ୍ୟରେ ବିଜେଡି ଦେଶରେ ବିଜେପି ସରକାର ଗଢିବ।
-ମୁଖ୍ୟ ବିରୋଧୀ ଦଳ ନେତୃତ୍ୱରେ ବଡ଼ ପରିବର୍ତ୍ତନ ଦେଖାଯିବ
ଜନପ୍ରିୟ ବ୍ୟକ୍ତି ରାଜନୀତିରେ ପ୍ରବେଶ କରିବେ ।
-ଅନେକ ନେତା ଓ ମନ୍ତ୍ରୀ ଦଳ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି
-ଜୁନରୁ ଅକ୍ଟୋବର ମଧ୍ୟରେ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଆସିବ।
-ସାମୁଦ୍ରିକ ଝଡ଼, ଭୁକମ୍ପ, ଲଘୁଚାପ, ଅତିବୃଷ୍ଟି ହେବାର ସମ୍ଭାବନା ରହିଛି।
-ଗ୍ରୀଷ୍ମ ସହ ଶୀତର ପ୍ରକୋପ ଅତିପ୍ରବଳ ହେବ, ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ କ୍ଷୟକ୍ଷତି ଆଶଙ୍କା ରହିଛି ।
-ଶିକ୍ଷା, ଚିକିତ୍ସା, ବିଜ୍ଞାନ କ୍ଷେତ୍ରରେ ସୁନାମ ଅର୍ଜିବ ଓଡ଼ିଶା
ରାଜ୍ୟରେ ଶିଳ୍ପାୟନ, ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ବିକାଶ ହେବ
ଏବର୍ଷ ବିଶ୍ୱବ୍ୟାପି ମାନ୍ଦାବସ୍ଥା ରହିବ।
-ଭାରତରେ ବୈଦେଶିକ ପୁଞ୍ଜି ନିବେଶ ଯୋଗୁ ଆର୍ଥିକ ସ୍ଥତି ମଜଭୁତ ହେବ। କିନ୍ତୁ ନୂଆ କର ନୀତି, ଦରଦାମ ବୃଦ୍ଧି ଯୋଗୁ ଜନ ଅସନ୍ତୋଷ
ବିଶ୍ୱସ୍ତରରେ ଯୁଦ୍ଧର ବିଭୀଷିକା ଉଗ୍ରତର ହେବ । ଉତ୍କଟ ସ୍ଥିତି ଯୋଗୁ ଦରଦାମ ବୃଦ୍ଧି ଘଟିବ ।
-ବିଶ୍ୱର କିଛି ଧନୀ ରାଷ୍ଟ୍ରର ଶାସନ ମୁଖ୍ୟ ପରିବର୍ତ୍ତନ ସମ୍ଭାବନା ରହିଛି
ଏସିଆ, ଆମେରିକା ଏବଂ ୟୁରୋପରେ ପ୍ରାକୃତିକ ବିପର୍ଯ୍ୟୟ ଘଟିବ ।

Leave A Reply

Your email address will not be published.