ମୋର ଭାଇ ଯୋଗୀ ଆଦିତ୍ୟନାଥଙ୍କ ପରି କେହି ନାହାଁନ୍ତି : କଙ୍ଗନା

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଉତ୍ତରପ୍ରଦେଶର ଝାନ୍‌ସୀରେ  କୁଖ୍ୟାତ ଗ୍ୟାଙ୍ଗଷ୍ଟର ଅତିକ ଅହମଦର ପୁଅ ଅସଦ ଅହମଦ ଏବଂ ତାହାର ଜଣେ ସହଯୋଗୀ ଗୁଲାମ ମହମଦ୍‌କୁ  ଏନକାଉଣ୍ଟର କରାଯାଇଛି। ବିଏସ୍‌ପି ବିଧାୟକ ରାଜୁ ପାଲ୍‌ ହତ୍ୟା ମାମଲାର ମୁଖ୍ୟ ସାକ୍ଷୀ ଉମେଶ ପାଲ୍‌ ହତ୍ୟା ମାମଲାର ପ୍ରାୟ ୨ ମାସ ପରେ ଉତ୍ତରପ୍ରଦେଶ ଏସ୍‌ଟିଏଫ୍‌ (ସ୍ପେସାଲ ଟାସ୍କଫୋର୍ସ) ଏହି ଏନକାଉଣ୍ଟର କରିଛି।

ଉଭୟ ଅସଦ ଏବଂ ଗୁଲାମକୁ ଉମେଶ ପାଲ ହତ୍ୟା ମାମଲାରେ ପୁଲିସ ଖୋଜୁଥିଲା। ତେବେ ଏହି ଏନକାଉଣ୍ଟରକୁ ନେଇ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଯୋଗୀ କହିଥିବା “ମାଫିଆଙ୍କୁ ମାଟିରେ ମିଶାଇଦେବୁ”ଉକ୍ତିକୁ କଙ୍ଗନା ପ୍ରଶଂସା କରିଛନ୍ତି। କଙ୍ଗନା ଏକ ଭିଡିଓ କ୍ଲିପ ସେୟାର କରିଛନ୍ତି । ଏହି କ୍ଲିପ୍‌ରେ ଯୋଗୀ ବିଧାନସଭାରେ କହୁଥିବା ଶୁଣିବାକୁ ମିଳୁଛି, “ଯେଉଁ ମାଫିଆଙ୍କ ନାମ ବାହାରକୁ ଆସୁଛି, ଏହା କଣ ସତ୍ୟ ନୁହେଁ ଯେ ସମାଜବାଦୀ ପାର୍ଟି ତାଙ୍କୁ ସାଂସଦ କରିଥିଲେ। ସେମାନେ ସମାଜବାଦୀ ପାର୍ଟି ଦ୍ୱାରା ପାଳିତ ମାଫିଆ ଥିଲେ। ଆମ ସରକାର ସେମାନଙ୍କ ଅଣ୍ଟା ଭାଙ୍ଗିବା ପାଇଁ କାର୍ଯ୍ୟ କରୁଛନ୍ତି। ମୁଁ ମାଫିଆଙ୍କୁ ମାଟିରେ ମିଶାଇଦେବି।

“କଙ୍ଗନା ତାଙ୍କୁ ପ୍ରଶଂସା କରି ଲେଖିଛନ୍ତି ଯେ ମୋର ଭାଇ ଯୋଗୀ ଆଦିତ୍ୟନାଥଙ୍କ ପରି କେହି ନାହାଁନ୍ତି।

Leave A Reply

Your email address will not be published.