ଓଟିଡିସି ଓ ଭୁବନେଶ୍ୱରର 31 ନମ୍ବର ୱାର୍ଡରେ ଧୁମ ଧାମରେ ପାଳିତ ହେଲା ଓଡ଼ିଆ ନବବର୍ଷ, ଲୋକଙ୍କୁ ବଣ୍ଟାଗଲା ମାଗଣା ପଣା

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ): OTDC ଓ ରାଜ୍ୟ ପର୍ଯ୍ୟଟନ ବିଭାଗର ମିଳିତ ଆନୁକୁଲ୍ୟରେ ଭୁବନେଶ୍ଵର ପାନ୍ଥ ନିବାସ ପରିସରରେ ଆୟୋଜିତ ହୋଇଛି ଓଡ଼ିଆ ନବ ବର୍ଷ ଓ ପଣା ସଂକ୍ରାନ୍ତି ୨୦୨୩। ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି OTDC ଅଧକ୍ଷ ଡ଼କ୍ଟର ଲେଲିନ ମହାନ୍ତି। କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ କୋଭିଡ ପରେ ପରିସ୍ଥିତି ବଦଳିଛି ବିଶ୍ଵର ବିଭିନ୍ନ ପ୍ରାନ୍ତରୁ ଓଡ଼ିଶା ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିଛି ଯାହା ରାଜ୍ୟ ପର୍ଯ୍ୟଟନ ବିଭାଗ ପାଇଁ ଏକ ଶୁଭ ସଂକେତ।

ଆଗକୁ ଓଡ଼ିଶାକୁ ଆସୁଥିବା ପ୍ରତି ପର୍ଯ୍ୟଟକ ଯେଉଁ ଭଳି ସୁନ୍ଦର ଅନୁଭୂତି ନେଇ ଫେରିବେ ସେ ନେଇ ମିଳିତ ଭାବେ ଉଦ୍ୟମ କରିବେ OTDC ଓ ପର୍ଯ୍ୟଟନ ବିଭାଗ। କାର୍ଯ୍ୟକ୍ରମରେ ଓଡ଼ିଆ ଘର ଚଳନି ପରମ୍ପରା ଓ ମାନସିକତାକୁ ନେଇ ପ୍ରଦର୍ଶୀତ ହୋଇଥିଲା ଚିତ୍ର ପ୍ରଦର୍ଶନୀ। ଯେଉଁଥିରେ ୪୨ ଜଣ ଯୁବ ଚିତ୍ର ଶିଳ୍ପୀ ମାନେ ଅଂଶ ଗ୍ରହଣ କରିଥିଲେ । ସମସ୍ତ ଚିତ୍ର ଶିଳ୍ପୀ ମାନଙ୍କୁ ବିଭାଗ ତରଫରୁ ସମ୍ମାନୀତ କରାଯାଇଥିଲା।ଏହା ସହ ସାଧାରଣ ଲୋକଙ୍କ ପାଇଁ ପଣା ଓ କାକରା ବ୍ୟବସ୍ଥା କରାଯାଇଥିଲା।

ସେହିପରି ପବିତ୍ର ମହାବିଷୁବ ବା ପଣା ସଂକ୍ରାନ୍ତିରେ ସାମାଜିକ ଅନୁଷ୍ଠାନ କଟକ ରୋଡ ସ୍ଥିତ 31 ନମ୍ବର ୱାର୍ଡ ପକ୍ଷରୁ ଓଡ଼ିଆ ନବବର୍ଷ ସହ ପଣା ଉତ୍ସବ ପାଳନ କରାଯାଇଛି । ରାଜଧାନୀର କଟକ ରୋଡ ସ୍ଥିତ ଝାଡ଼ପଡା ବ୍ରିଜ ପାଖରେ ଥିବା ଗାଙ୍ଗୁରାମ ସମ୍ମୁଖୀନରେ ଏନେଇ ପଣା ବଣ୍ଟନ ଆୟୋଜିତ ହୋଇଛି..ପଣା ଉତ୍ସବରେ ବ୍ୟବହାର ହୋଇଥିବା ବେଲ, ବସାଦହି, କଦଳୀ, ନଡ଼ିଆ, ଖୁଆ, ଛେନା, ଫଳ,ଇତ୍ୟାଦିରେ ପ୍ରସ୍ତୁତ ସୁସ୍ବାଦ ପଣା ଲୋକ ମାନଙ୍କୁ ବଣ୍ଟନ କରାଯାଇଥିଲା ।

ଓଡ଼ିଆ ନବବର୍ଷ ପାଳନର ମହତ୍ତ୍ଵ ଆଜିର ଯୁବ ପିଢ଼ି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ଆମ ସଭ୍ୟତା ସଂସ୍କୃତି ର ଅବିଚ୍ଛେଦ୍ୟ ଅଙ୍ଗ ଯାହାକୁ ଭୁଲି ଆମ ସାମାଜିକ ଚଳନି କଳ୍ପନା କରାଯାଇପାରେନା । ଏମିତି କିଛି ମତ ଆଉ ବିଶ୍ଵାସ ସହ 31 ନମ୍ବର ୱାର୍ଡର ସଦସ୍ୟ ମାନେ ଉତ୍ସାହ ସହକାରେ ଉତ୍ସବରେ ସାମିଲ ହୋଇଥିଲେ । କଟକ ରୋଡ ସ୍ଥିତ ଝାଡ଼ପଡା ବ୍ରିଜ ପାଖରେ ଥିବା ଗାଙ୍ଗୁରାମ ସମ୍ମୁଖୀନରେ ମୁଖ୍ୟ ଅତିଥି ରୁପେ ମଧ୍ୟ୍ୟ ନିର୍ବାଚନ ମଣ୍ଡଳିର ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଏବଂ 31 ନମ୍ବର ୱାର୍ଡର କର୍ପୋରେଟର,କୁମାରନ୍ଦ୍ର ମହାପାତ୍ର(ରାଜା ଭାଇ),ସମାଜସେବୀ ଦିଲୀପ କୁମାର ଜେନା,ବଳରାମ ନାୟକ, ସମାଜସେବୀ ରଂଜିତ ପ୍ରଧାନ, ତାପସ ମହାପାତ୍ର, ମନୋଜ ପ୍ରଧାନ, ଧନେଶ୍ୱର ଧଳ,ଅନେକ ବିଦ୍ଧିଜୀବୀ ଓ ମହିଳା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.