ଭୁବନେଶ୍ୱର ଷ୍ଟେସନରେ ବିସ୍ଫୋରକ ଠାବ ହେବା ପରେ ବମକୁ ନିଷ୍କ୍ରିୟ କରିଛି ବମ ସ୍କ୍ବାର୍ଡ, ହାଇ ସିକ୍ୟୁରିଟି ଜୋନ ଭିତରକୁ କିଭଳି ଯାଉଛି ବୋମା ?

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଭୁବନେଶ୍ୱର ଷ୍ଟେସନରେ ବିସ୍ଫୋରକ ଠାବ ହେବା ପରେ ଏ ସବୁକୁ ନିଷ୍କ୍ରିୟ କରିଛି ବମ ସ୍କ୍ବାର୍ଡ। କୁଆଖାଇ ନଦୀ ପଠାରେ ଏହାକୁ ନିଷ୍କ୍ରିୟ କରିଛି ସ୍କ୍ବାର୍ଡ। ଅନ୍ୟପଟେ କିଏ ଓ କାହିଁକି ଏସବୁ ଟ୍ରେନ ଭିତରକୁ ଆଣିଥିଲା, ସେ ନେଇ ଖୋଳତାଡ଼ ଆରମ୍ଭ କରିଛି RPF । ସୁରକ୍ଷା ବଳୟ ଭିତରେ ଭୁବନେଶ୍ୱର ଷ୍ଟେସନ। ଟ୍ରେନ ଯୋଗେ ରାଜଧାନୀକୁ ଦିନକୁ ପାଖାପାଖି ୫୦ ହଜାର ଲୋକ ଯା ଆସ କରୁଛନ୍ତି। ଲୋକଙ୍କ ସୁରକ୍ଷା ପାଇଁ RPF କାର୍ଯ୍ୟ କରୁଛି । କିନ୍ତୁ ଦୁର୍ଭାଗ୍ୟ ର ବିଷୟ ସୁରକ୍ଷା ବଳୟକୁ ଭେଦ କରି ଟ୍ରେନ ଭିତରୁ ମିଳୁଛି ବୋମା ଓ ଅନ୍ୟାନ୍ୟ ବିସ୍ଫୋରକ। ଆଜି ବମ ସ୍କ୍ବାର୍ଡ ପକ୍ଷରୁ କୁଆଖାଇ ନଦୀ ପଠାକୁ ଏସବୁ ନିଆଯାଇ ନିଷ୍କ୍ରିୟ କରାଯାଇଛି। ଅଳ୍ପକେ ଧନଜୀବନ ବର୍ତ୍ତି ଯାଇଥିଲେ ମଧ୍ୟ ଏଠାରେ ପ୍ରଶ୍ନ ଉଠୁଛି କୌଣସି ଆତଙ୍କୀ ହମଲା ପାଇଁ ଷ୍ଟେସନ ଭିତରକୁ ନିଆଯାଇଥିଲା କି ବୋମା ? ଭୁବନେଶ୍ୱର ନା ବାହାରୁ ଆସିଥିଲା ବିସ୍ଫୋରକ ? ବୋମା ଗୁଡିକୁ ଦୁଇଟି ବଗିରେ କଣ’ ପାଇଁ ଅଲଗା କରି ରଖିଥିଲେ ଦୁର୍ବୁର୍ତ୍ତ ?

ବୁଧବାର ରାତି ସାଢ଼େ ୧୧ ଟା ବେଳେ ମୁମ୍ୱାଇରୁ ଆସି ଭୁବନେଶ୍ୱର ରେ ପହଞ୍ଚିଥିଲା କୋଣାର୍କ ଏକ୍ସପ୍ରେସ। ୨ ନମ୍ବର ପ୍ଲାଟଫର୍ମରେ ଯାତ୍ରୀ ଓହ୍ଲାଇବା ପରେ ଟ୍ରେନକୁ ସଫେଇ ପାଇଁ ସର୍ଭିସିଂ ସେଡ ଭିତରକୁ ଭର୍ତ୍ତି କରାଯାଇଥିଲା । ହଠାତ ଏକ ବିସ୍ଫୋରଣ ଶବ୍ଦ ଓ କଳାଧୂଆଁ ଦେଖି RPF କୁ ଖବର ଦେଇଥିଲେ କର୍ମଚାରୀ। GRP ସହାୟତାରେ RPF କର୍ମଚାରୀ ସେଠାରେ ପହଞ୍ଚି ଏ ସବୁକୁ ଜବତ କରିବା ସହ ବୋମା ନିସ୍କ୍ରିୟକାରୀ ଦଳକୁ ଖବର ଦେଇଥିଲେ। ଜଳପଥରେ ବାଟ ନପାଇଲେ ମସ୍ୟଜୀବୀ ମାନେ ଏହି ବିସ୍ଫୋରକକୁ ବ୍ୟବହାର କରୁଥିବା ସଫେଇ କରିଛି RPF ।

Leave A Reply

Your email address will not be published.