ଝାରସୁଗୁଡା ଉପନିର୍ବାଚନ, ନବୀନ ନିବାସରୁ ଟିକେଟ ନେଲେ ଦୀପାଳି

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଝାରସୁଗୁଡା ଉପନିର୍ବାଚନ ପାଇଁ ରାଜନୀତି ବେଶ ସରଗରମ୍‌ । ଏହାରି ଭିତରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ବିଜେଡିରୁ ଦୀପାଳି ଦାସ, ବିଜେପିରୁ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସରୁ ତରୁଣ ପାଣ୍ଡେ ପ୍ରାର୍ଥୀ ହୋଇଛନ୍ତି । ଆଜି ନବୀନ ନିବାସରୁ ଟିକେଟ ନେଇଛନ୍ତି ଦୀପାଳି ଦାସ । ବିଜେଡି ସୁପ୍ରିମୋଙ୍କ ଆଶୀର୍ବାଦ ନେବା ସହ ନବୀନ ପଟ୍ଟନାୟକଙ୍କୁ ଗୌରବାନ୍ୱିତ କରିବେ ବୋଲି କହିଛନ୍ତି ଦୀପାଳି ।

ବିଜୟ ନେଇ ସମ୍ପୂର୍ଣ୍ଣ ଆଶାବାଦୀ ଥିବା କହିଛନ୍ତି ଦୀପାଳି । ଯେଉଁମାନେ କହୁଛନ୍ତି ଝାରସୁଗୁଡ଼ାର ବିକାଶ ହୋଇନି ସେମାନେ ଅନ୍ଧ ବୋଲି କହିଛନ୍ତି ଦୀପାଳି । ଝାରସୁଗଡ଼ାରେ ବିମାନ ବନ୍ଦରଠୁ ନେଇ ପାନୀୟ ଜଳ ଭଳି ଅନେକ କାର୍ୟ୍ୟ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ହୋଇଛି । ମୁଖ୍ୟମନ୍ତ୍ରୀଙ୍କୁ ଝାରସୁଗୁଡ଼ାର ସବୁ ବିକାଶ ପାଇଁ ଧନ୍ୟବାଦ ଜଣାଇଛନ୍ତି ଦୀପାଳି । ଆଜି ଦୀପାଳି ଭାଇ ବିଶାଲଙ୍କ ସହ ନବୀନ ନିବାସରେ ପହଂଚି ନବୀନ ପଟ୍ଟନାୟକଙ୍କଠାରୁ ଟିକେଟ୍‌ ନେଇଛନ୍ତି । ଆସନ୍ତା ୧୮ ତାରିଖରେ ସେ ନାମାଙ୍କନ ପତ୍ର ଦାଖଲ କରିବେ । ଦୀପାଳି ଦାସଙ୍କୁ ଜିତାଇବା ପାଇଁ ବିଜେଡି ଜୋରଦାର ପ୍ରସ୍ତୁତି ଚଳାଇଛି । ଗ୍ରାଉଣ୍ଡରେ ଲାଗିପଡ଼ିଛନ୍ତି ବିଜେଡିର ବରିଷ୍ଠ ନେତା । ଦୀପାଳିଙ୍କୁ ବଡ଼ ବ୍ୟବଧାନରେ ଜିତାଇବାକୁ ସ୍ୱତନ୍ତ୍ର ରଣନୀତି କରିଛି ଦଳ ।

Leave A Reply

Your email address will not be published.