ବିହାରରେ ବିଷାକ୍ତ ମଦ ନେଲା ୮ ଜୀବନ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ବିଷାକ୍ତ ମଦ ପିଇ ୮ ଜଣଙ୍କ ମୃତ୍ୟୁ ଘଟିଛି। ମଦ ନିଷିଦ୍ଧ ଥିବା ରାଜ୍ୟ ବିହାରରେ ପୁଣି ବିଷାକ୍ତ ମଦମୃତ୍ୟୁ ମାମଲା ଦେଖାଦେଇଛି । ରାଜ୍ୟର ମୋତିହାରୀରେ ବିଷାକ୍ତ ମଦ ପିଇ ୮ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଅନ୍ୟ ୨୫ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କୁହାଯାଉଛି। ସୂଚନା ଅନୁଯାୟୀ, ମୋତିହାରୀର ଲକ୍ଷ୍ମୀପୁର, ପାହାଡ଼ପୁର, ହରସିଦ୍ଧିରେ ବିଷାକ୍ତ ମଦ ପିଇ ୮ ଜଣଙ୍କ ମୃତ୍ୟୁ ଘଟିଛି ।

ପ୍ରାୟ ୨୫ ଜଣ ଅସୁସ୍ଥ ବ୍ୟକ୍ତି ସଦର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦୁଃଖ ପ୍ରକାଶ କରିବା ସହିତ ସଂପୃକ୍ତ ଜିଲ୍ଲାପାଳଙ୍କଠାରୁ ରିପୋର୍ଟ ମଗାଯାଇଥିବା କହିଛନ୍ତି । ଏହା ପୂର୍ବରୁ ମଧ୍ୟ ବିହାରରେ ବିଷାକ୍ତ ମଦ ପିଇ ଅନେକ ଲୋକଙ୍କ ମୃତ୍ୟୁ ଘଟିଥିଲା ।

ନିକଟରେ ବିଷାକ୍ତ ମଦ ପିଇ ମୃତ୍ୟୁକୁ ନେଇ ବିଜେପି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ତୀବ୍ର ଟାର୍ଗେଟ କରିଥିଲା। ଗତବର୍ଷ ସାରଣ ଜିଲ୍ଲାରେ ବିଷାକ୍ତ ମଦ ପିଇ ୪୦ ଜଣଙ୍କ ମୃତ୍ୟୁ ନେଇ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) ଦେଇଥିବା ରିପୋର୍ଟକୁ ନେଇ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ସରକାର ଏବଂ ବିରୋଧୀ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା।

Leave A Reply

Your email address will not be published.