ପାଞ୍ଚ ଦିନର ଛୁଟି ପରେ ଆଜି ଠୁ ସକାଳୁଆ ସ୍କୁଲ ଓ ଅଙ୍ଗନୱାଡି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପାଞ୍ଚ ଦିନର ଛୁଟି ପରେ ଆଜି ଠୁ ସକାଳୁଆ ସ୍କୁଲ । ସମ୍ବଲପୁରରେ ଆଉ ଦୁଇ ଦିନ  ବଢିଲା ଛୁଟି ଅବଧି । ସକାଳ ସାଢେ ୬ ଟାରୁ ୧୧ ଯାଏ ହେବ ଛାତ୍ରଛାତ୍ରୀଙ୍କ ପାଠପଢା । ସକାଳ ୭ରୁ ୧୦ ଯାଏ ଚାଲିବ ଅଙ୍ଗନଓ୍ବାଡ଼ି କେନ୍ଦ୍ର। ଅତ୍ୟଧିକ ଗ୍ରୀଷ୍ମପ୍ରବାହ ନେଇ ହୋଇଥିଲା ଛୁଟି ଘୋଷଣା । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗତ ୧୨ରୁ ୧୬ ତାରିଖ ଯାଏଁ ବନ୍ଦ ରହିଥିଲା ସ୍କୁଲ ଓ ଅଙ୍ଗନୱାଡି । ତେବେ ଆଜିଠାରୁ ପୁଣି ସ୍ୱାଭାବିକ ହୋଇଛି ସ୍କୁଲ ଓ ଅଙ୍ଗନୱାଡି । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରଙ୍କ ପାଠପଢ଼ା ସକାଳ ସାଢ଼େ ୬ଟାରୁ ୧୧ଟା ଯାଏଁ ଚାଲିବ । ସେପଟେ ଅଙ୍ଗନୱାଡି କେନ୍ଦ୍ରରେ ସକାଳ ୭ଟାରୁ ୧୦ ପର୍ଯ୍ୟନ୍ତ ପାଠପଢ଼ା ହେବ । ତେବେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାର ଅଙ୍ଗନୱାଡି କେନ୍ଦ୍ରର ସମୟ ନିର୍ଘଣ୍ଟକୁ ପରିବର୍ତ୍ତନ କରିପାରିବେ । ଏପରିକି ଆବଶ୍ୟକ ପଡ଼ିଲେ ଅଙ୍ଗନୱାଡି କେନ୍ଦ୍ରକୁ ଛୁଟି ମଧ୍ୟ ଘୋଷଣା କରିବେ । ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକରେ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଇବା ପାଇଁ ସମସ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସ୍କୁଲରେ ପର୍ଯ୍ୟାପ୍ତ ପରିମାଣର ପାନୀୟ ଜଳ ସୁବିଧା ଉପଲବ୍ଧ କରାଇବାକୁ କୁହାଯାଇଛି । ୨୧ ତାରିଖରେ ସମସ୍ତ ବିଦ୍ୟାଳୟରେ ଯେପରି ପିଟିଏମ୍‌ ହୁଏ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକମାନେ ସେଥିପ୍ରତି ଗୁରୁତ୍ବ ଦେବେ । ପିଟିଏମ୍‌ର ଉପସ୍ଥାନ ଓ ବୈଠକର ଟିକିନିଖି ତଥ୍ୟ ଉପସ୍ଥାନ ପଞ୍ଜୀକରଣରେ ଉଲ୍ଲେଖ ରହିବ । ଅଭିଭାବକଙ୍କ ବସିବା ପାଇଁ ବ୍ୟବସ୍ଥା କରାଇବା ଓ କ୍ୟାମ୍ପସର ସ୍ବଚ୍ଛତା ଉପରେ ସ୍କୁଲର ପ୍ରଧାନଶିକ୍ଷକମାନେ ଗୁରୁତ୍ବ ଦେବେ । ଡିଇଓ, ଡିପିସି, ଏଡିଇଓ, ଡିପିଓ ଅଫିସ୍‌, ଡିଆଇଇଟି ଶିକ୍ଷକ, ବିଇଓ, ଏବିଇଓ, ସିଆରସିସିମାନେ ପିଟିଏମ୍‌ ଉପରେ ତୀକ୍ଷ୍‌ଣ ନଜର ରଖିବେ । ବୈଠକ ସରିବା କ୍ଷଣି ୨ରୁ ୫ଟି ଫଟୋ ସହ ସଂକ୍ଷିପ୍ତ ବିବରଣୀ ପ୍ରଧାନ ଶିକ୍ଷକମାନେ ଓସେପା‌କୁ ପଠାଇବେ । ୨୩ତାରିଖ ସୁଦ୍ଧା ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି ।

ଏପଟେ ଆଜିଠୁ ତାତିରୁ ମିଳିବ ତ୍ରାହି । ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା । ଘୂର୍ଣ୍ଣିଝଡ ସହ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବନୁମାନ । ଆଜି ପାଇଁ ୨୦ ଜିଲ୍ଲାରେ ବର୍ଷା ଆଶଙ୍କା । ଆସନ୍ତା କାଲି ୧୮ ଜିଲ୍ଲାରେ ହେବ ବର୍ଷା । ୧୯ ତାରିଖରେ ୧୨ ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି । ସେହିଭଳି ୨୦ ତାରିଖରେ ୬ ଜିଲ୍ଲାକୁ ବର୍ଷା ସମ୍ଭାବନା ରହିଛି ।

Leave A Reply

Your email address will not be published.