ନିମ୍ନ ମାନର ଲୁହା ପଥର ଉତ୍ତୋଳନ ଦେଖାଇ ହଜାର ହଜାର କୋଟି ଟଙ୍କା ଲୁଟୁଛନ୍ତି ରାଜ୍ୟ ସରକାର, କିନ୍ତୁ ୨  ହଜାର ଲାଞ୍ଚ ନେଉଥିବା କର୍ମଚାରୀଙ୍କୁ ଧରି ସ୍ବଚ୍ଛତା କଥା ବଖାଣୁଛନ୍ତି: ଅପରାଜିତା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ମାଙ୍ଗାନିଜ ଖଣି ପରିଚାଳନାରେ ବ୍ୟାପକ ଅନିୟମିତତା । ରାଜ୍ୟ ସରକାର ଏବଂ ଖଣି ମାଫିଆଙ୍କ ମଧ୍ୟରେ ଅନୈତିକ ବୁଝାମଣା । ବିପର୍ଯ୍ୟସ୍ତ ଶାସନ ବ୍ୟବସ୍ଥା । ବଡ଼ ଧରଣର ଦୁର୍ନୀତି ଏବଂ ଭ୍ରଷ୍ଟାଚାର ନେଇ ଅପରାଜିତାଙ୍କ ଅଭିଯୋଗ । ରାଜ୍ୟ ରାଜକୋଷରୁ ହଜାର ହଜାର କୋଟି ଟଙ୍କା କ୍ଷତି ହେଉଛି । ରାଜ୍ୟ ସରକାର ଖଣି ମାଲିକଙ୍କ ଉପରେ ଚାପ ପ୍ରୟୋଗ କରି ନିର୍ଦ୍ଦିଷ୍ଟ ଠିକାଦାର ଏବଂ ନିର୍ଦ୍ଦିଷ୍ଟ ଟ୍ରାନ୍ସପୋର୍ଟ କମ୍ପାନୀ ସ୍ଥିର କରୁଛନ୍ତି । ଯାହାଦ୍ୱାରା ଉତ୍ପାଦ ଦ୍ରବ୍ୟ କମ ମୂଲ୍ୟରେ ପରିବହନ ପାଇଁ ସ୍ବତନ୍ତ୍ର ମନମୁଖୀ ନିୟମ ପ୍ରଣୟନ କରୁଛନ୍ତି । ରାଜ୍ୟ ସରକାର, ମାଇନ୍ସ ଟ୍ରେଡ଼ର୍ସ ମାନଙ୍କ ଭିତରେ ନେକ୍ସସ୍ ଅଛି । ୩  ଥର କେନ୍ଦ୍ର ସରକାର ଚିଠି ଲେଖିବା ପରେ ମଧ୍ୟ ରାଜ୍ୟ ସରକାର ଖଣି ପାଇଁ ଏସଓପି କରୁନାହାନ୍ତି । ଗତ ଥର ଲୁହା ପଥର ଖଣି ଦୁର୍ନୀତି ନେଇ ପ୍ରେସମିଟ କଲା ପରେ ରାଜ୍ୟ ସରକାର ଡିମାଣ୍ଡ ନୋଟିସ୍ ଦେଇଥିଲେ । ଅନୈତିକ ରାସ୍ତା ଦେଇ ହଜାର ହଜାର କୋଟି ଟଙ୍କା ଲୁଟିବା ପାଇଁ ପ୍ରୟାସ ହେଇଛି । ନିମ୍ନ ମାନର ଲୁହା ପଥର ଉତ୍ତୋଳନ ଦେଖାଇ ହଜାର ହଜାର କୋଟି ଟଙ୍କା ଲୁଟ କରିଛନ୍ତି ରାଜ୍ୟ ସରକାର । ଠିକ୍ ସେହିପରି କ୍ରୋମ୍ ଏବଂ ମାଙ୍ଗାନିଜ ମଧ୍ୟ ନିମ୍ନ ମାନର ଦେଖାଇ ବିକ୍ରି କରାଯାଉଛି । ଡ଼ିଏମଏଫ ଫଣ୍ଡ କମି ଯାଉଛି ଏବଂ କୁପରିଚାଳନା ହେଉଛି । ଠିକ୍ ଭାବେ ଖର୍ଚ୍ଚ ହେଉନାହିଁ ।

ଯେଉଁ ମାଙ୍ଗାନିଜ ଖଣିରୁ ୨୫ ପ୍ରତିଶତ ମାଙ୍ଗାନିଜ ଧାତୁରୁ କମ ଅନୁପାତରେ ଧାତୁ ଥାଏ, ତାକୁ ନିମ୍ନ ମାନର କୁହାଯାଏ । ୨୫ ପ୍ରତିଶତରୁ କମ୍ ରଖିଲେ, ଟନ ପ୍ରତି 2 ହଜାର 896 ଟଙ୍କା ଦର ହେବ । ଯାହାଦ୍ୱାରା ରାଜ୍ୟ ରାଜକୋଷକୁ କମ୍ ଅର୍ଥ ଆସୁଛି । ୨୫ ରୁ ୩୫ ପ୍ରତିଶତ ଭିତରରେ ରହିଲେ, ୭ ହଜାର ଟଙ୍କା ପ୍ରତି ଟନ ଦର ମିଳିଥାନ୍ତା । ୨୫  ପ୍ରତିଶତରୁ କମ କରାଯାଉଥିବାରୁ ୧୦ ଲକ୍ଷ ଟନ ମାଙ୍ଗାନିଜ ଉତ୍ତୋଳନ ହେଲେ ୫୦୦ କୋଟି ଟଙ୍କା କ୍ଷତି ହେଉଛି । ୨୫ ରୁ ୩୫  ପ୍ରତିଶତ ହୋଇଥିଲେ 500 କୋଟି ରାଜକୋଷକୁ ଆସିଥାନ୍ତା । ଯେତେ ମାଙ୍ଗାନିଜ ଉତ୍ତୋଳନ ହେଉଛି, ତାହାର 90 ପ୍ରତିଶତରୁ ଅଧିକ ଲୋ ଗ୍ରେଡ଼ କରି ବିକ୍ରି କରାଯାଉଛି । ଆଇବିଏମ ମାଙ୍ଗାନିଜ ଖଣି ପାଇଁ ଆଭରେଜ ସେଲ ପ୍ରାଇସ ସ୍ଥିର କରେ । ଆଭରେଜ ସେଲ ପ୍ରାଇସ ଦେଖାଇ ହାଇଗ୍ରେଡ଼କୁ ଲୋଗ୍ରେଡ଼ କରାଯାଉଛି । ୬ ଏପ୍ରିଲ ୨୦୨୩ରେ କେନ୍ଦ୍ର ଖଣି ବିଭାଗ ପକ୍ଷରୁ ଏକ ଚିଠି ଆସିଛି । ଓଡିଶା ରାଜ୍ୟରେ କେତୋଟି ମାଙ୍ଗାନିଜ ଖଣି ରହିଛି ଏବଂ କେଉଁ ଭଳି ଦୁର୍ନୀତି ହୋଇଛି । ଏ ସମ୍ପର୍କରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୁନ୍ଦରଗଡ଼ ଓ କେନ୍ଦୁଝରକୁ ମିଶାଇ ୫ ଟି ଖଣି ଵିଷୟରେ ଲେଖାଯାଇଛି । ବହୁତ ପରିମାଣରେ ଭ୍ରଷ୍ଟାଚାର ଏବଂ ଦୁର୍ନୀତି ଚାଲିଛି ।ହଜାରେ ୨  ହଜାର ଲାଞ୍ଚ ନେଉଥିବା କର୍ମଚାରୀଙ୍କୁ ଧରି ରାଜ୍ୟ ସରକାର ସ୍ୱଚ୍ଛତା କଥା କହୁଛନ୍ତି । ଶାହା କମିଶନ ରିପୋର୍ଟ ଦେଇଥିଲେ ୫୯  ହଜାର କୋଟିର ଦୁର୍ନୀତି ହୋଇଛି ।

Leave A Reply

Your email address will not be published.