ଅନ୍ତର୍ଜାତୀୟ ସ୍ତରରେ ଚତୁର୍ଥ ସ୍ଥାନରେ ଭାରତୀୟ ‘ଟଙ୍କା’

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଭାରତୀୟ ଟଙ୍କା ଅନ୍ତର୍ଜାତୀୟ ମୁଦ୍ରା କ୍ଷେତ୍ରରେ ଦ୍ରୁତ ଭାବରେ ଅଗ୍ରସର ହେଉଛି । ଡଲାର, ପାଉଣ୍ଡ ଏବଂ ୟୁରୋ ପରେ ବୈଶ୍ବିକ ସ୍ତରରେ ବିମାନ ବନ୍ଦରରେ ମୁଦ୍ରା ବିନିମୟ କାଉଣ୍ଟରରେ ସ୍ବୀକାର କରାଯିବା ପରେ ଭାରତୀୟ ଟଙ୍କା ଚତୁର୍ଥ ଅନ୍ତର୍ଜାତୀୟ ମୁଦ୍ରା ହୋଇଛି। ବର୍ତ୍ତମାନ ସମୟରେ ବିଶ୍ବରେ ୧୭ ଦେଶ ଭାରତୀୟ ମୁଦ୍ରା​‌ରେ ବ୍ୟବସାୟ କରୁଛନ୍ତି। ଜର୍ମାନୀ, ଇସ୍ରାଏଲ ଭଳି ୬୪ ବିକଶିତ ଦେଶ ଟଙ୍କା ମାଧ୍ୟମରେ କାରବାର କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି।

ବିଶ୍ବରେ ଯେଉଁ ୧୭ ଦେଶ ଭାରତୀୟ ମୁଦ୍ରାରେ ବର୍ତ୍ତମାନ ବ୍ୟବସାୟ କରୁଛନ୍ତି ସେମାନେ ହେଲେ, ୟୁକେ, ମାଲେସିଆ, ରୁଷ, ସିଙ୍ଗାପୁର, ନ୍ୟୁଜିଲ୍ୟାଣ୍ଡ୍‌, ଶ୍ରୀଲଙ୍କା, ମିଆଁମାର, ବୋତ୍ସୱାନା, ଇସ୍ରାଏଲ, ଫିଜି, ଓମାନ, ଜର୍ମାନୀ, କେନିଆ, ଗୁଏନା, ମରିସସ୍‌, ସିଚେଲ୍ସ ଏବଂ ତାଞ୍ଜାନିଆ ସାମିଲ୍‌ ରହିଛନ୍ତି। ଯଦି ଭାରତୀୟ ମୁଦ୍ରା ‘ଟଙ୍କା’ ବିଶ୍ବର ୩୦ରୁ ଅଧିକ ଦେଶଙ୍କ ସହ ବ୍ୟବସାୟ କରେ ଏହାକୁ ଅନ୍ତର୍ଜାତୀୟ ବ୍ୟାବସାୟିକ ମୁଦ୍ରା ଘୋଷଣା କରାଯାଇପାରେ।

ସୂଚନାଯୋଗ୍ୟ, ୟୁରୋପୀୟ ୟୁନିୟନରେ ସାମିଲ୍‌ ଜର୍ମାନୀ ପ୍ରଥମ ଥର ଏସିଆର ମୁଦ୍ରା ଅର୍ଥାତ୍‌ ଭାରତୀୟ ମୁଦ୍ରା ‘ଟଙ୍କା’ ସହ ବ୍ୟବସାୟ କରିବା ପାଇଁ ଆଗକୁ ଆସିଛି। ଜର୍ମାନୀ ସହ ଇସ୍ରାଏଲ ମଧ୍ୟ ଭାରତୀୟ ମୁଦ୍ରା​ରେ କାରବାର କରିବା ପାଇଁ କଥାବାର୍ତ୍ତା ଆରମ୍ଭ କରିଛି।

Leave A Reply

Your email address will not be published.