ଓଡିଶା ସ୍କିଲ କନକ୍ଲେଭ ୨୦୨୩ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୧ ଲକ୍ଷ ପିଲାଙ୍କୁ ଦିଆଯିବ ପ୍ରଯୁକ୍ତି ବିଦ୍ୟା ପ୍ରଶିକ୍ଷଣ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ଉଦଘାଟିତ ହୋଇଛି ଓଡ଼ିଶା ସ୍କିଲ କନକ୍ଲେଭ ୨୦୨୩। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଏହି କନକ୍ଳେବକୁ ଉଦଘାଟନ କରିଥିଲେ। ଦକ୍ଷତା ବିକାଶ କ୍ଷେତ୍ରରେ ଯୁବଗୋଷ୍ଠୀଙ୍କ ପାଇଁ ଏକ ନୂଆ ସମ୍ଭାବନା ସୃଷ୍ଟି କରିବାରେ ଏହା ସହାୟତା ପ୍ରଦାନ କରିବ। ଦୁଇ ଦିନ ଧରି ଆୟୋଜିତ ହେବ ଏହି କାର୍ଯ୍ୟକ୍ରମ। ବିଶେଷ ଭାବରେ ଏହି କାର୍ଯ୍ୟକ୍ରମ ଦ୍ବାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସହଭାଗିତା ବୃଦ୍ଧି ହେବା ସହ ସ୍କିଲ ଓଡ଼ିଶା ମାର୍ଗ ଆହୁରି ପ୍ରସାରିତ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଅଭିଭାଷଣରେ କହିଛନ୍ତି। ନୂଆ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାର ଯୁବପିଢିଙ୍କ ଦକ୍ଷତା ବିକାଶ ପାଇଁ ୧୦୦ କୋଟି ଟଙ୍କାର ଯୋଜନା ଘୋଷଣା କରିଛନ୍ତି।
ଏହା ଏକ ଲକ୍ଷ ପିଲାଙ୍କୁ ପ୍ରଯୁକ୍ତି ବିଦ୍ୟା ସହ ଯୋଡିବାରେ ସହାୟକ ହେବ। ଏହାଶହ ମିଶନ ଶକ୍ତି ରୁ ୭୦ ଲକ୍ଷ୍ୟ ମହିଳା ଉନ୍ନତି କରିପାରିଛନ୍ତି। ବର୍ତମାନ ସ୍କିଲ ଇନ୍ ଓଡ଼ିଶା ଏକ ବ୍ରାଣ୍ଡ ହେଉଛି।ପୁଞ୍ଜି ନିବେଶ ପାଇଁ ଓଡିଶା ସମସ୍ତଙ୍କର ପ୍ରଥମ ପସନ୍ଦ ପାଲଟିଛି। ଏଭଳି କନକ୍ଳେବ ଯୋଗୁ ଆଗାମୀ ଦିନରେ ବେକାରୀ ସମସ୍ୟା ଦୂର ହୋଇପାରିବ। ଓଡ଼ିଶାର ଯୁବପିଢି ଉନ୍ନତ ଜ୍ଞାନ କୌଶଳ ସହ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି କିପରି ନିଜର ଉନ୍ନତି କରିବେ ଏହା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ମନ୍ତ୍ରୀ କହିଥିଲେ।
ସେପଟେ ସିଙ୍ଗାପୁର ଆସିଥିବା 25 ଜଣ ଯୁବକଯୁବତୀ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ଏହା ହିଁ ହେଉଛି ଗ୍ଲୋବାଲାଇଯେସନ ବୋଲି କହିଛନ୍ତି ଓଡିଶା ଦକ୍ଷତା ବିକାଶ ପ୍ରାଧିକାରଣର ଅଧକ୍ଷ। ଆଜି ସ୍କିଲ କନକ୍ଳେଭରେ 5ଟି ଏମଓୟୁ ସ୍ଵାକ୍ଷର ହୋଇଛି। ମୋଟ 20ଟି ଏମଓୟୁ ସ୍ୱାଖାରୀତ ହେବ।ଆଜି ଦକ୍ଷତା ବିକାଶ, ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ମିଶନ ଶକ୍ତି 5ଟି କମ୍ପାନୀ ସହ ଏମଓୟୁ କରିଛନ୍ତି। ଡ଼ିଶା ଯୁବକ ଯୁବତୀ ମାନଙ୍କୁ ଟ୍ରେନିଂରେ ଏହି କଂପାନୀ ଗୁଡିକ ନିଜର ଡ଼ିଜିଟାଲ ଦକ୍ଷତା ଓ ପରିଦର୍ଶିତା ବିନିଯୋଗ କରିବାର କାର୍ଯ୍ୟକ୍ରମ ରହିଛି। ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବରେ ଏହି ସ୍କିଲ କନକ୍ଳେବକୁ ଆୟୋଜନ କରିବରେ ସଫଳ ହୋଇଛି।