ସ୍ପଷ୍ଟକଲା ସେନା: ସେନା ଟ୍ରକ ଅଗ୍ନିକାଣ୍ଡ ଆତଙ୍କବାଦୀ ଜନିତ, ୫ ଯବାନ ସହିଦ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଜମ୍ମୁ-କଶ୍ମୀରର ପୁଂଚ ଜିଲ୍ଲାରେ ଆଜି ଘଟିଥିବା ସେନା ଟ୍ରକ ଅଗ୍ନିକାଣ୍ଡରେ ଆତଙ୍କବାଦୀ ଜନିତ । ଏନେଇ  ଆତଙ୍କବାଦୀଙ୍କ ହାତ ଥିବା ସ୍ପଷ୍ଟ କରିଛି ନେଲା । ଏହି ଘଟଣାରେ ୫ ଜଣ ଯବାନ ଶହୀଦ ହୋଇଛନ୍ତି । ଅପରାହ୍ନ ୩ଟା ସମୟରେ ସେନା ଟ୍ରକଟି ଭିମ୍ବରରୁ ପୁଂଚକୁ ଯାଉଥିବା ବେଳେ ଆତଙ୍କବାଦୀ ଟ୍ରକ ଉପରକୁ ଗ୍ରେନେଡ ଫିଙ୍ଗିଥିଲେ ଓ ଗୁଳିମାଡ କରିଥିଲେ । ଯାହା ଫଳରେ ଟ୍ରକଟି ଜଳି ଯାଇଥିଲା । ଖରାପ ପାଗର ଫାଇଦା ଉଠାଇ ଆତଙ୍କବାଦୀମାନେ ଏହି କାର୍ଯ୍ୟ କରିଥିବା ନଦର୍ଣ୍ଣ ହେଡକ୍ୱାର୍ଟର ପକ୍ଷରୁ କୁହାଯାଇଛି । ଜୈସ ସମର୍ଥୀତ ପିଏଏଏଫ ଏଥିପାଇଁ ନିଜକୁ ଦାୟୀ କରିଛନ୍ତି ।

ସେନା ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ସେନା ଟ୍ରକଟି ଭିମ୍ବର ଗଲିରୁ ପୁଞ୍ଚକୁ ଯାଇଥିବାବେଳେ ଅପରାହ୍ଣ ୩ଟା ବେଳେ କେତେକ ଅଜ୍ଞାତ ଆତଙ୍କବାଦୀ ଟ୍ରକ ଉପରକୁ ଗ୍ରେନେଡ ଫିଙ୍ଗିଥିଲେ ଓ ଫାୟାରିଂ କରିଥିଲେ । ଖରାପ ପାଗ ଓ ଅସ୍ପଷ୍ଟ ବାତାବରଣର ସୁଯୋଗ ନେଇ ଆତଙ୍କବାଦୀମାନେ ଏହି ଆକ୍ରମଣ କରିଥିଲେ ବୋଲି ନର୍ଦର୍ଣ୍ଣ କମାଣ୍ଡ ହେଡକ୍ବାର୍ଟର ପକ୍ଷରୁ କୁହାଯାଇଛି । ଏହି ଆକ୍ରମଣ ପାଇଁ ଜୈସ ସମର୍ଥିତ ପିଏଏଏଫ ନିଜକୁ ଦାୟୀ କରିଛି । ପ୍ରଥମେ ଅନୁମାନ କରାଯାଉଥିଲା ଯେ ବଜ୍ରପାତ କାରଣରୁ ଟ୍ରକରେ ନିଆଁ ଲାଗିଯାଇଥିଲା । କିନ୍ତୁ ଏବେ ଆତଙ୍କବାଦୀ ଆକ୍ରମଣ ହୋଇଥିବା ସ୍ପଷ୍ଟ ହୋଇଛି । ସେନା ପକ୍ଷରୁ ଘଟଣାର ତଦନ୍ତ (କୋର୍ଟ ଅଫ ଇନକ୍ବାରୀ) ନିର୍ଦ୍ଦେଶ ଦିଆଯାଇଛି । ଏହି ଦୁର୍ଘଟଣା ସଂପର୍କିତ ଏକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ସେଥିରେ ଦେଖାଯାଉଛି ଯେ ଟ୍ରକଟି ହୁତ୍ ହୁତ୍ ହୋଇ ଜଳୁଛି । ସେନାର ଆଉ ଏକ ଟ୍ରକରେ ଯବାନମାନେ ପହଞ୍ଚି  ଉଦ୍ଧାରକାର୍ଯ୍ୟ ଚଳାଇଛନ୍ତି । ରାସ୍ତାରେ ବହୁ ସଂଖ୍ୟକ ଯାନବାହାନ ଦୀର୍ଘ ସମୟ ଅଟକି ରହିଥିଲା । ତେବେ ସେନା ପକ୍ଷରୁ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । କିଛି ଦିନ ହେବ ଆତଙ୍କବାଦୀ ଆକ୍ରମଣ ଥମି ଯାଇଥିବା ବେଳେ ଏହି ଘଟଣା ପୁନର୍ବାର ଉତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିଛି । ପୂର୍ବରୁ ଘଟିଥିବା ଆତଙ୍କବାଦୀ ହାମଲାରେ ସେନା ପକ୍ଷରୁ କଡ଼ା ଜବାବ ଦିଆଯାଇଥିବା ବେଳେ ଏହି ଘଟଣା ପାଇଁ ସେନା ଆଗକୁ କଣ ଆକ୍ନନ ନେଉଛି ତାକୁହିଁ ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.