ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଜମ୍ମୁ ସେନା ଗାଡ଼ି ଗ୍ରେନେଡ୍ ମାଡ଼ ଘଟଣାରେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି । ଆଜି ସେନା ବାହିନୀର ଗାଡ଼ିକୁ ଗ୍ରେନେଡ୍ ମାଡ଼ ଘଟଣାରେ ଜଣେ ଓଡ଼ିଆ ପୁଅ ସହିଦ ହୋଇଛନ୍ତି । ସହିଦ ହୋଇଥିବା ଯବାନଙ୍କ ନାଁ ଦେବାଶିଷ ବିଶ୍ୱାଳ । ତାଙ୍କ ଘର ପୁରୀ ଜିଲ୍ଲାର ଅଳଗୁମା ପଞ୍ଚାୟତ ଖଣ୍ଡାୟତ ସାହିର ବୋଲି ଜଣାପଡ଼ିଛି । ସହିଦ ଯବାନ ଦେବାଶିଷଙ୍କ ବାପାଙ୍କ ନାଁ ପ୍ରତାପ ବିଶ୍ୱାଳ । ତାଙ୍କ ମା’ଙ୍କ ନାଁ ମମତା ବିଶ୍ୱାଳ । ୨୦୨୧ ମସିହା ଅକ୍ଷୟ ତୃତୀୟାରେ ବିବାହ କରିଥିଲେ ଦେବାଶିଷ । ସୁଶ୍ରୀ ସଙ୍ଗୀତା ବିଶ୍ୱାଳଙ୍କୁ ଦେବାଶିଷ ବିବାହ କରିଥିବାବେଳେ ତାଙ୍କର ଜଣେ ୭ ମାସର କନ୍ୟା ସନ୍ତାନ ରହିଛି । ଏହି ଆକ୍ରମଣରେ ରାଷ୍ଟ୍ରୀୟ ରାଇଫଲ୍ସର ୫ ଜଣ ଯବାନ ସହିଦ ହୋଇଥିଲେ । ସେମାନଙ୍କୁ କାଉଣ୍ଟର ଟେରରିଷ୍ଟ ଅପରେସନ୍ ପାଇଁ ସେଠାରେ ମୁତୟନ କରାଯାଇଥିଲା । ଏହି ଆକ୍ରମଣରେ ଜଣେ ଯବାନ ଗୁରୁତର ହୋଇଥିବା ବେଳେ ତାଙ୍କୁ ସେଠାରୁ ଉଦ୍ଧାର କରି ତୁରନ୍ତ ନିକଟସ୍ଥ ଆର୍ମି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ, ଅପରାହ୍ନ ୩ଟା ସମୟରେ ସେନା ଟ୍ରକଟି ଭିମ୍ବରରୁ ପୁଂଚକୁ ଯାଉଥିବା ବେଳେ ଆତଙ୍କବାଦୀ ଟ୍ରକ ଉପରକୁ ଗ୍ରେନେଡ ଫିଙ୍ଗିଥିଲେ ଓ ଗୁଳିମାଡ କରିଥିଲେ । ଯାହା ଫଳରେ ଟ୍ରକଟି ଜଳି ଯାଇଥିଲା । ଜାମ୍ମୁ-କାଶ୍ମୀରର ରାଜୌରୀ ଇଲାକାରେ ଥିବା ଭିମ୍ବର ଗଲି ଏବଂ ପୁଞ୍ଛ ଘାଟି ରାସ୍ତାରେ ଯାଉଥିବା ବେଳେ ଅଚାନକ ଆତଙ୍କବାଦୀମାନେ ସେନା ଗାଡ଼ି ଉପରକୁ ଆକ୍ରମଣ କରିଥିଲେ । ଗାଡ଼ିକୁ ଆଖିବୁଜା ଗ୍ରେନେଡ୍ ମାଡ଼ କରିଥିଲେ ଆତଙ୍କବାଦୀ । ବର୍ଷା ଏବଂ ଲୋ-ଭିଜିବିଲିଟିର ଫାଇଦା ନେଇଥିଲେ ଆତଙ୍କବାଦୀ । ଏବେ ସେଠାରେ ଅଧିକ ଫୋର୍ସ ପହଞ୍ଚି ଜୋରଦାର ଅପରେସନ୍ ଆରମ୍ଭ କରିଛନ୍ତି । ଜାମ୍ମୁ-କାଶ୍ମୀରର ରାଜୌରୀ ଇଲାକାରେ ଥିବା ଭିମ୍ବର ଗଲି ଏବଂ ପୁଞ୍ଛ ଘାଟି ରାସ୍ତାରେ ଯାଉଥିବା ବେଳେ ଅଚାନକ ଆତଙ୍କବାଦୀମାନେ ସେନା ଗାଡ଼ି ଉପରକୁ ଆକ୍ରମଣ କରିଥିଲେ । ଗାଡ଼ିକୁ ଆଖିବୁଜା ଗ୍ରେନେଡ୍ ମାଡ଼ କରିଥିଲେ ଆତଙ୍କବାଦୀ । ବର୍ଷା ଏବଂ ଲୋ-ଭିଜିବିଲିଟିର ଫାଇଦା ନେଇଥିଲେ ଆତଙ୍କବାଦୀ ।
ସେନା ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ସେନା ଟ୍ରକଟି ଭିମ୍ବର ଗଲିରୁ ପୁଞ୍ଚକୁ ଯାଇଥିବାବେଳେ ଅପରାହ୍ଣ ୩ଟା ବେଳେ କେତେକ ଅଜ୍ଞାତ ଆତଙ୍କବାଦୀ ଟ୍ରକ ଉପରକୁ ଗ୍ରେନେଡ ଫିଙ୍ଗିଥିଲେ ଓ ଫାୟାରିଂ କରିଥିଲେ । ଖରାପ ପାଗ ଓ ଅସ୍ପଷ୍ଟ ବାତାବରଣର ସୁଯୋଗ ନେଇ ଆତଙ୍କବାଦୀମାନେ ଏହି ଆକ୍ରମଣ କରିଥିଲେ ବୋଲି ନର୍ଦର୍ଣ୍ଣ କମାଣ୍ଡ ହେଡକ୍ବାର୍ଟର ପକ୍ଷରୁ କୁହାଯାଇଛି । ଏହି ଆକ୍ରମଣ ପାଇଁ ଜୈସ ସମର୍ଥିତ ପିଏଏଏଫ ନିଜକୁ ଦାୟୀ କରିଛି । ପ୍ରଥମେ ଅନୁମାନ କରାଯାଉଥିଲା ଯେ ବଜ୍ରପାତ କାରଣରୁ ଟ୍ରକରେ ନିଆଁ ଲାଗିଯାଇଥିଲା । କିନ୍ତୁ ଏବେ ଆତଙ୍କବାଦୀ ଆକ୍ରମଣ ହୋଇଥିବା ସ୍ପଷ୍ଟ ହୋଇଛି । ସେନା ପକ୍ଷରୁ ଘଟଣାର ତଦନ୍ତ (କୋର୍ଟ ଅଫ ଇନକ୍ବାରୀ) ନିର୍ଦ୍ଦେଶ ଦିଆଯାଇଛି । ଏହି ଦୁର୍ଘଟଣା ସଂପର୍କିତ ଏକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ସେଥିରେ ଦେଖାଯାଉଛି ଯେ ଟ୍ରକଟି ହୁତ୍ ହୁତ୍ ହୋଇ ଜଳୁଛି । ଏବେ ସେଠାରେ ଅଧିକ ଫୋର୍ସ ପହଞ୍ଚି ଜୋରଦାର ଅପରେସନ୍ ଆରମ୍ଭ କରିଛନ୍ତି ।