ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଶୁକ୍ରବାର ଦିନ ଜାତୀୟ ରାଜଧାନୀ ଦିଲ୍ଲୀର ସାକେତ କୋର୍ଟ କମ୍ପ୍ଲେକ୍ସରେ ୪ ରାଉଣ୍ଡ ଗୁଳି ବିନିମୟ ହୋଇଥିଲା । ଯେଉଁଥିରେ ନ୍ୟୁ ଫ୍ରେଣ୍ଡସ୍ କଲୋନୀର ଜଣେ ମହିଳା ଆହତ ହୋଇଥିଲେ। ଗୁଳିର ଶବ୍ଦ ଶୁଣି ଦିଲ୍ଲୀ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।
ପୋଲିସ ସୂତ୍ରରୁ ପ୍ରକାଶ ଯେ ମହିଳା ଜଣକ ତାଙ୍କ ବିବୃତ୍ତି ଦେବାକୁ ଆଜି କୋର୍ଟରେ ପହଞ୍ଚିଛନ୍ତି। ସେ ଏକ ମାମଲାରେ ସାକ୍ଷୀ ଅଟନ୍ତି। ଏହି ସମୟରେ ତାଙ୍କୁ ଗୁଳି କରାଯାଇଥିଲା। ବର୍ତ୍ତମାନ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।