ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଛାତ୍ରାବାସରୁ ବାସନକୁସନ ଚୋରି କରି ବନ୍ଧା ହେଲେ ଦୁଇ ଅଭିଯୁକ୍ତ। ଘଟଣା ଘଟିଛି ମଞ୍ଚେଶ୍ୱର ଥାନା ଅଧିନସ୍ଥ ପ୍ଲଟ ନମ୍ବର-ଏ/୧୨୫ ରେ। ଦୁଇ ଦିନ ତଳେ ଅଭିଯୋଗକାରୀ ଚେରୁ ଗହିରାଙ୍କ ଅଭିଯୋଗ କ୍ରମେ ମଞ୍ଚେଶ୍ଵର ଥାନା ପୁଲିସ ଉପରୋକ୍ତ ମାମଲା ରୁଜୁ କରି ତଦନ୍ତ କରିବା ସହିତ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ମଞ୍ଚେଶ୍ଵର ଥାନା ଅନ୍ତର୍ଗତ ପ୍ଲଟ ନମ୍ବର-ଏ/୧୨୫ ରେ ସୀମାଦ୍ରୀ ମିଶ୍ର ଜନଜାତି ଛତ୍ରାବାସ ରହିଛି । ଅଭିଯୋଗକାରୀ ଜଣକ ଉକ୍ତ ଛାତ୍ରବାସର ପରିଚାଳକ ଅଟନ୍ତି । ଘଟଣା ଦିନ ବିଳମ୍ବିତ ରାତିରେ ଦୁଇ ଅଭିଯୁକ୍ତ ଏବଂ ତାଙ୍କର ଜଣେ ସହଯୋଗୀ ଉକ୍ତ ଛାତ୍ରାବାସର ତାଲା ଭଙ୍ଗି ଭିତରେ ପଶିବା ସହିତ ସେଠାରେ ଥିବା ବାସନ କୁସନ ଏବଂ ଏକ ମୋବାଇଲ ଫୋନ ଚୋରୀ କରି ନେଇଯାଇଥିଲେ । ଘଟଣାର ଅଭିଯୋଗ ପରେ ମଞ୍ଚେଶ୍ଵର ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ହାଡବାଇ ବସ୍ତିରେ ଚଢଉ କରି ଦୁଇ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଅଭିଯୁକ୍ତଙ୍କ ତଲାସି ବେଳେ ତାଙ୍କ ହେପାଜତରୁ ଚୋରୀବାସନକୁସନ ସବୁକୁ ଜବତ କରାଯାଇଥିଲା । ପଚରାଉଚରା ବେଳେ, ଉଭୟ ଅଭିଯୁକ୍ତ ଏହି ଚୋରୀରେ ନିଜର ସମ୍ପୃକ୍ତି ଥିବା କଥା ସ୍ଵୀକାର କରିଥିଲେ । ତଦନ୍ତରୁ ଏହା ମଧ୍ୟ ଜଣପଡିଛି ଯେ, ନିମ୍ନୋକ୍ତ ଦୁଇ ଅଭିଯୁକ୍ତ ଅଭ୍ଯାସଗତ ଅପରାଧୀ ଅଟନ୍ତି । ସେଥିମଧ୍ୟରୁ ଅଭିଯୁକ୍ତ କାର୍ତ୍ତିକ ମଣ୍ଡଳଙ୍କ ନାମରେ ପୂର୍ବରୁ ଭୁବନେଶ୍ବରର ବିଭିନ୍ନ ଥାନାରେ ୪ଟି ଅପରାଧିକ ମାମଲା ରହିଥିବା ବେଳେ ଅଭିଯୁକ୍ତ ଅବିନାଶ ପଟ୍ଟନାୟକ ଓରଫ ଜ୍ୟାକିଙ୍କ ନାମରେ ମଧ୍ୟ ପୂର୍ବରୁ ଦୁଇଟି ଭିନ୍ନ ଥାନାରେ ୨ଗୋଟି ମାମଲା ରହିଛି ।ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଥିବା ବେଳେ ଅନ୍ୟ ଜଣେ ଫେରାର ଅଭିଯୁକ୍ତଙ୍କୁ ଗିରଫ ଲାଗି ଚଢଉ ଜାରି ରହିଛି ।