ଆସିଲାଣି ଝଡ ବର୍ଷା, ଏହି ସବୁ ଜିଲ୍ଲାରେ ପଡିବ କୁଆପଥର

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ତାତିରୁ ମିଳିଛି  ଆଶ୍ବସ୍ତି । ରାଜ୍ୟରେ କାଳ ବୈଶାଖୀ ପ୍ରଭାବରେ ବର୍ଷା ହୋଇଛି। ଆଜି ରାଜ୍ୟର ୧୮ ଜିଲ୍ଲାରେ ଝଡ଼ବର୍ଷା  ହେଵା ସହ ୮ ଜିଲ୍ଲାରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଅଞ୍ଚକିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଏଥିପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଛି ଅରେଞ୍ଜ ୱାର୍ଣ୍ଣିଂ । ଖବର ଅନୁଯାୟୀ, ଶନିବାର ରାଜ୍ୟର ଅଧିଂକାଶ ସ୍ଥାନରେ ପାରଦ ଖସିଥିଲା । ରବିବାର ମଧ୍ୟ ରାଜ୍ୟର ଅଧିକାଂଶ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହେବ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିମି ରହିବ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଢେଙ୍କାନାଳ, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଆଦି ୧୮ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହିଭଳି ଢେଙ୍କାନାଳ, ବୌଦ୍ଧ, କଟକ, ଯାଜପୁର, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟ ଆଦି ୮ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ବର୍ଷା ସମ୍ଭାବନା ରହିଛି। ଏହାକୁ ନଜରରେ ରଖି ଏହି ୮ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।ସେହିପରି ବଜ୍ରପାତର ଆଶଙ୍କା ଥିବାରୁ ସମସ୍ତେ ସତର୍କ ରହିବା ତଥା ବିଜୁଳି, ଘଡ଼ଘଡ଼ି ସମୟରେ ନିଜକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୨୬ ତାରିଖ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ଆଜି ଓ ଆସନ୍ତାକାଲି କାଳବୈଶାଖୀଜନିତ ବର୍ଷା ପରିମାଣ ବଢିପାରେ। ଫଳରେ ରାଜ୍ୟର ତାପମାତ୍ରା ୩ ଦିନରେ ପାଖାପାଖି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ବୋଲି କୁହାଯାଇଛି।

Leave A Reply

Your email address will not be published.