ଚନ୍ଦ୍ରମା ଆପାର୍ଟମେଣ୍ଟର ୮ ମହଲାରୁ ଡେଇଁ ଆଇନ ଛାତ୍ରଙ୍କୁ ମୃତ୍ୟୁ, ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ବଢୁଛି ସନ୍ଦେହ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ):ଖାରବେଳନଗର ଥାନା ଅଧିନସ୍ଥ ଚନ୍ଦ୍ରମା ଆପାର୍ଟମେଣ୍ଟର ୮ ମହଲାରୁ ଡେଇଁ ଆଇନ ଛାତ୍ର ଅନିରାଜ ମାନସ ଟୁଡୁ ରହସ୍ୟ ମୃତ୍ୟୁ ଘଟଣାକୁ ନେଇ ତଦନ୍ତ ଜୋରଦାର।  ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ  ସନ୍ଦେହ ବଢୁଛି । ଆଜି ପରିବାରଙ୍କ ଉପସ୍ଥିତରେ ଅନିରାଜଙ୍କ ଶବ ବ୍ୟବଛେଦ କରାଯାଇଛି।  ଅନ୍ୟପଟେ ମୃତ୍ୟୁ ପୂର୍ବରୁ ସାମ୍ନାକୁ ଆସିଛି ଇନଷ୍ଟଗ୍ରାମ ସ୍ଟାଟସ।  ଯେଉଁଥିରେ ସେ କହିଛନ୍ତି “ମୁଁ ଯାହା ପ୍ରୋମିଜ କରିଥିଲି ତାକୁ ରକ୍ଷା କରିପାରିଲି ନାହିଁ। ତମେ ମୋତେ ଖରାପ ଭାବିପାର। ତୁମେ ମାନେ ଆଗକୁ ବଢିଚାଲ। ଆରପାରିରେ ଦେଖା ହବ।

ତେବେ କାହା ଉଦେଶ୍ୟରେ ସେମିତି ଏମିତି ଲେଖିଛନ୍ତି ତାକୁ ନେଇ ଚର୍ଚ୍ଚା ହେଉଛି। ସେପଟେ ଚନ୍ଦ୍ରମା ଆପାର୍ଟମେଣ୍ଟର ସିସିଟିଭି ଫୁଟେଜକୁ ନେଇ ଯାଞ୍ଚ କରୁଛି ପୋଲିସ। ତେବେ ଏଭଳି ମାନସିକ ଚାପ ପଛରେ କାରଣ କଣ ତାହା ଜଣା ପଡିନି।  ସେପଟ ଅନିରାଜ ଚନ୍ଦ୍ରମା ଆପାର୍ଟମେଣ୍ଟକୁ କାହିଁକି ଯାଇଥିଲେ ତାହା ଜଣା ପଡିନି ।

ଗତକାଲି ଚନ୍ଦ୍ରମା ଆପାର୍ଟମେଣ୍ଟର ୮ ମହଲା ଉପରୁ ପଡ଼ି ତାଙ୍କର ମୃତ୍ୟୁ ହୋଇଥିଲା । ସେ କଟକରେ ଆଇନ ବିଶ୍ୱବିଦ୍ୟାଳୟର BA.LLB ଛାତ୍ର ଥିଲେ । ଗତକାଲି ଚନ୍ଦ୍ରମା ଆପାର୍ଟମେଣ୍ଟକୁ ଆସିଥିଲେ । ସିକ୍ୟୁରିଟି ଗାର୍ଡଙ୍କୁ କହଥିଲେ ୮ ମହଲା କୋଠାର ଗୋଟିଏ ରୁମକୁ ଯିବେ । ସେ ଯେଉଁ ରୁମ୍‌ କଥା କହିଥିଲେ, ସେଠାରେ ଦୁଇ ବର୍ଷ ହେବ କେହି ରହୁ ନଥିଲେ । ସେହିପରି କଟକରେ ଅନିରାଜ ରହୁଥିବା ହଷ୍ଟେଲ ରୁମରୁ ସୁଇସାଇଡ୍‌ ନୋଟ୍‌ ମିଳିଛି । ଅନିରାଜଙ୍କର କୌଣସି ସମସ୍ୟା ଥିଲା କି ? ପାଠପଢ଼ାକୁ ନେଇ ମାନସିକ ଚାପରେ ଥିଲେ କି ଅନିରାଜ ? ସେ କାହିଁକି ଚନ୍ଦ୍ରମା ଆପାର୍ଟମେଣ୍ଟ ଆସିଥିଲେ ଜଣାପଡିନି । ଖାରବେଳନଗର ଥାନା ପୋଲିସ ଅଧିକ ଖୋଳତାଡ କରୁଛି । ଚନ୍ଦ୍ରମା ଆପାର୍ଟମେଣ୍ଟର ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି ପୋଲିସ । .

Leave A Reply

Your email address will not be published.