ରେକର୍ଡ କରୁଛି ‘କିସି କା ଭାଇ କିସି କୀ ଜାନ’

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ସଲମାନ ଖାନ୍ ପ୍ରତିବର୍ଷ ଇଦ୍ ଅବସରରେ ତାଙ୍କ ପ୍ରଶଂସକମାନଙ୍କୁ ନୂଆ ଫିଲ୍ମ ଉପହାର ଦେଇଥାନ୍ତି। ଚାରି ବର୍ଷର ଦୀର୍ଘ ଅପେକ୍ଷା ପରେ ଇଦ୍ ଅବସରରେ ସଲମାନ ଖାନଙ୍କ ‘କିସି କା ଭାଇ କିସି କୀ ଜାନ’ ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। ଏହି ଫିଲ୍ମ ଓପନିଂ ଡେ’ଅପେକ୍ଷା ରିଲିଜର ଦ୍ୱିତୀୟ ଦିନରେ ଅଧିକ ଆୟ କରିଛି।

ପ୍ରଥମ ଦିନ ବକ୍ସ ଅଫିସର ଆୟ ଦେଖି ପ୍ରଶଂସକମାନେ ନିରାଶ ହୋଇଥିଲେ। କିନ୍ତୁ ଦ୍ୱିତୀୟ ଦିନ ପରେ ସଲମାନଙ୍କ ପ୍ରଶଂସକଙ୍କ ପାଇଁ ଖୁସିର ସମୟ ଆସିଛି। ଫିଲ୍ମର ନିର୍ଦ୍ଦେଶନା ଫରହାଦ୍ ସାମଜୀ ଦେଇଛନ୍ତି। ଏହି ଫିଲ୍ମରେ ସଲମାନ ଖାନଙ୍କ ସହ ପୂଜା ହେଗ୍‌ଡେ ମୁଖ୍ୟ ଭୂମିକାରେ ଅଛନ୍ତି। ଏହା ବ୍ୟତୀତ ଭେଙ୍କଟେଶ୍ ଦଗ୍ଗୁବାତୀ, ଭୂମିକା ଚାୱଲା, ଶହନାଜ ଗିଲ୍‌, ବିଜେନ୍ଦର ସିଂହ, ଜଗପତି ବାବୁ, ରାଘବ ଜୁୟାଲ, ପଲକ ତିୱାରୀ, ସିଦ୍ଧାର୍ଥ ନିଗମ, ଜସ୍ସୀ ଗିଲ, ଅଭିମନ୍ୟୁ ସିଂହ ଏବଂ ଭୀନାଲି ଭଟନାଗର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ସେହିପରି ସାଉଥ ସୁପରଷ୍ଟାର ରାମ ଚରଣଙ୍କ ଝଲକ ମଧ୍ୟ ଫିଲ୍ମରେ ରହିଛି।

ରିପୋର୍ଟ ଅନୁସାରେ ଫିଲ୍ମ ଦୁଇ ଦିନ ମଧ୍ୟରେ ବକ୍ସ ଅଫିସ୍ ଆୟ ହେଉଛି ୪୨ କୋଟି ଟଙ୍କା। ଅନ୍ୟପକ୍ଷରେ, ଯଦି ଆମେ ବିଶ୍ୱସ୍ତରୀୟ ସଂଗ୍ରହ ବିଷୟରେ କହିବା, ତେବେ ଏହି ଫିଲ୍ମ ୭୦ କୋଟି ଟଙ୍କା ରୋଜଗାର କରିଛି। ଏହି ଫିଲ୍ମ ଖୁବ୍ ଶୀଘ୍ର ୧୦୦କୋଟି ଟଙ୍କା କ୍ଲବରେ ପ୍ରବେଶ କରିବ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.