ଉତ୍ତରାଖଣ୍ଡ ଚାରି ଧାମ ଯିବାକୁ ଯୋଜନା ରଖିଛନ୍ତିକି? ଆପଣଙ୍କ ପାଇଁ ବଡ ଖବର

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଆପଣ ଉତ୍ତରାଖଣ୍ଡ ଚାରି ଧାମ ୨୦୨୩ରେ ଯିବାକୁ ଯୋଜନା ରଖିଛନ୍ତିକି? ତେବେ  ତୀର୍ଥ ଯାତ୍ରୀଙ୍କ ପାଇଁ ବଡ଼ ଅପଡେଟ୍‌ ସାମନାକୁ ଆସିଛି। ଦିଲ୍ଲୀ-ଏନସିଆର , ୟୁପି , ଏମପି ସହିତ ଦେଶର ଅନେକ ରାଜ୍ୟରୁ ଉତ୍ତରାଖଣ୍ଡ ଯାଉଥିବା ତୀର୍ଥ ଯାତ୍ରୀଙ୍କୁ ପରାମର୍ଶ ଦିଆଯାଏ କି ଯାତ୍ରାରେ ଯିବା ପୂର୍ବରୁ ଏହି ନୂଆ ନିୟମ ଅବଶ୍ୟ ଜାଣି ନିଅନ୍ତୁ।ଉତ୍ତରାଖଣ୍ଡ ସରକାର କେଦାରନାଥ ଧାମର ଅନଲାଇନ୍‌ ଓ ଅଫଲାଇନ ରେଜିଷ୍ଟ୍ରେସନ ଉପରେ ରୋକ୍‌ ଲଗେଇଛନ୍ତି।ଆଇଏମଡିର ଖରାପ ପାଣିପାଗର ପୂର୍ବାନୁମାନ ପରେ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆପଣଙ୍କୁ କହି ରଖୁଛୁ କି କେଦାରନାଥ ଧାମର ପୋର୍ଟାଲ ୨୫ ଅପ୍ରେଲରେ ଖୋଲୁଛି। ବଦ୍ରିନାଥ ଧାମର ପୋର୍ଟାଲ ୨୭ ଅପ୍ରେଲରେ ଦର୍ଶନ ପାଇଁ ଖୋଲା ଯିବ।

ଉତ୍ତରାଖଣ୍ଡରେ ଗତ କିଛି ଦିନ ହେବ ଖରାପ ପାଗ ଜାରି ରହିଛି। ବର୍ଷା ପରେ ବରଫପାତରେ ଭୂସ୍ଫଳନ କାରଣରୁ ଗଙ୍ଗୋତ୍ରୀ , ବଦ୍ରିନାଥ ନ୍ୟାସନାଲ ହାଇୱେ ମଧ୍ୟ ବନ୍ଦ ହେଉଛି। ପାର୍ବତୀୟ ଜିଲ୍ଲା ଗୁଡ଼ିକରେ ବର୍ଷା ଓ ବରଫପାତରେ ତାପମାତ୍ରା ହ୍ରାସ କାରଣରୁ ଲୋକଙ୍କୁ ଥଣ୍ଡା ବି ଅନୁଭୂତ ହେଉଛି । ପାଣିପାଗ ବିଭାଗର ପୂର୍ବାନୁମାନକୁ ଧ୍ୟାନରେ ରଖି ବର୍ତ୍ତମାନ କେଦାରନାଥ ଧାମରେ ଉଭୟ ଅଫଲାଇନ୍‌ ଓ ଅନଲାଇନ୍‌ ରେଜିଷ୍ଟ୍ରେସନରେ ରୋକ୍‌ ଲଗେଇ ଦିଆଯାଇଛି। ସରକାରଙ୍କ ପକ୍ଷରୁ ଲାଗୁ ହୋଇଥିବା ରୋକ୍ ପରେ କେହି ବି ତୀର୍ଥ ଯାତ୍ରୀ ୨୫ରୁ ୩୦ ଅପ୍ରେଲ ମଧ୍ୟରେ କୌଣସି ପ୍ରକାରେ କେଦାରନାଥ ଯାତ୍ରା ପାଇଁ ରେଜିଷ୍ଟ୍ରେସନ କରିପାରିବେ ନାହିଁ।

ଉତ୍ତରାଖଣ୍ଡ ସରକାର ୨୨ ଅପ୍ରେଲରେ ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଧାମର ପୋର୍ଟାଲ ଖୋଲିବାର ଠିକ୍‌ ଗୋଟିଏ ଦିନ ପୂର୍ବରୁ ଚାରି ଧାମରେ ତୀର୍ଥ ଯାତ୍ରୀଙ୍କ ସୀମିତ ସଂଖ୍ୟାରେ ରୋକ୍‌ ହଟେଇ ଦେଇଥିଲା । ସରକାରଙ୍କ ନିଷ୍ପତ୍ତି ପରେ ଦେଶର ଅନେକ ରାଜ୍ୟରେ ଲୋକେ ଚାରି ଧାମ ପାଇଁ ରେଜିଷ୍ଟ୍ରେସନ କରିବାକୁ ଆରମ୍ଭ କରି ଦେଇଥିଲେ। ଏହି ଚାରି ଧାମ ମଧ୍ୟରେ ସବୁଠୁ କଠିନ ଓ ଦୁର୍ଗମ ଯାତ୍ରା କେଦାରନାଥ ଧାମର ଯାତ୍ରା । ଏହା ବ୍ୟତୀତ ,ଧାମର ଆଖାପାଖରେ ରହିବାର ସୀମିତ ବ୍ୟବସ୍ଥା ଅଛି ।

କେଦାରନାଥ ଧାନରେ ଗୋଟିଏ ଦିନରେ ୧୫ ହଜାର ତୀର୍ଥ ଯାତ୍ରୀଙ୍କୁ ଦର୍ଶନ କରିବାକୁ ଅନୁମତି ଦେଇଛି , କିନ୍ତୁ ଏହାର ବିପରୀତ ଧାମର ଆଖପାଖ କେବଳ ୧୦ ହଜାର ଶ୍ରଦ୍ଧାଳୁଙ୍କ ରହିବାର ବନ୍ଦୋବସ୍ତ ଅଛି।କେଦାରନାଥ ଧାମରେ ବାରମ୍ୱାର ହେଉଥିବରନାଥ ଧାମରେ ବାରମ୍ୱାର ହେଉଥିବା ବର୍ଷା-ବରଫପାତ ସହ ତୀର୍ଥ ଯାତ୍ରୀଙ୍କ ଭିଡ଼ରେ ମୁସ୍କିଲ ବଢ଼ିପାରେ। ଏସବୁ ମାମଲାକୁ ନଜରରେ ରଖି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ସରକାର କେଦାରନାଥ ଧାମରେ ୨୫ରୁ ୩୦ ଅପ୍ରେଲ ଯାଏ ଅନଲାଇନ୍‌ ଓ ଅଫଲାଇନ୍‌ ପଞ୍ଜୀକରଣ ଉପରେ ରୋକ୍‌ ଲଗେଇ ଦେଇଛନ୍ତି ।ସରକାରଙ୍କ ପକ୍ଷରୁ ହରିଦ୍ୱାର, ଓ ଋଷିକେଶ ସ୍ଥିତ ଅଫଲାଇନ ରେଜିଷ୍ଟ୍ରେସନ କାଉଣ୍ଟରରେ ରେଜିଷ୍ଟ୍ରେସନ ପାଇଁ ସଂପୂର୍ଣ୍ଣ ରୂପେ ରୋକ୍‌ ଲାଗିଛି। ରେଜିଷ୍ଟ୍ରେସନ ରୋକ୍‌ ପରେ କେବଳ ସେହି ତୀର୍ଥ ଯାତ୍ରୀଙ୍କୁ ଧାମରେ ଦର୍ଶନ କରିବାର ଅନୁମତି ଦିଆଯିବ , ଯିଏ ପୂର୍ବରୁ ପଞ୍ଜୀକରଣ କରିସାରିଛନ୍ତି ।

Leave A Reply

Your email address will not be published.