ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଉଡ଼ନ୍ତା ବିମାନରେ ଲାଗିଲା ନିଆଁ । ନେପାଳର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଦୁବାଇର ଏକ ବିମାନର ଇଂଜିନରେ ନିଆଁ ଲାଗି ଯାଇଛି । ଫଳରେ ୧୫୦ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କାଠମାଣ୍ଡୁରୁ ୧୫୦ ଯାତ୍ରୀଙ୍କୁ ନେଇ ଉଡାଣ ଆରମ୍ଭ କରିବାକୁ ଥିବା ଏହି ବିମାନଟିର ଗୋଟିଏ ଇଂଜିନରେ ହଠାତ୍ ନିଆଁ ଲାଗିଯାଇଥିଲା । ଏହା ଜଣାପଡିବା ପରେ ଯାତ୍ରୀମାନେ ବାହାରକୁ ଚାଲି ଆସିଥିଲେ। ଫଳରେ ସମସ୍ତଙ୍କ ଜୀବନ ରକ୍ଷା ହୋଇଯାଇଛି । ପରେ ଇଂଜିନରେ ଲାଗିଥିବା ନିଆଁକୁ ଲିଭାଇ ଦିଆଯାଇଛି ।
ବିମାନର ଆଉ ଗୋଟିଏ ଇଂଜିନ ସଚଳ ରହିଛି । ବିମାନକୁ ସଜଡା ଯିବା ପରେ ପୁଣି ଉଡାଣ ଆରମ୍ଭ କରିଥିବା ନେପାଳର ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ବିମାନରେ ଥିବା ୧୫୦ ଯାତ୍ରୀ ଭୟବିତ ଅଛନ୍ତି ।