ସଚିନ ଓ ଲାରାଙ୍କ ନାମରେ ନାମିତ ହେଲା ସିଡନୀ କ୍ରିକେଟ ଗ୍ରାଉଣ୍ଡର ଗେଟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସଚିନ ଓ ଲାରାଙ୍କ ନାମରେ ନାମିତ ହେଲା ସିଡନୀ କ୍ରିକେଟ ଗ୍ରାଉଣ୍ଡର ଗେଟ । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୫୦ତମ ଜନ୍ମ ଦିବସ ଅବସରରେ ସିଡନୀ କ୍ରିକେଟ ଗ୍ରାଉଣ୍ଡ ସଚିନ ଏବଂ ଲାରାଙ୍କ ନାମରେ ଗେଟକୁ ନାମିତ କରାଯାଇଛି । ଆଜିର ଦିନରେ ଲାରା ତାଙ୍କ କ୍ୟାରିୟରର ୩୦ତମ ଶତକ ହାସଲ କରିଥିଲେ । ଦୁଇଜଣଙ୍କୁ ଏକତ୍ର ସମ୍ମାନ ଦେବା ପାଇଁ ଏସସିଜି ଏହି ପଦକ୍ଷେପ ଗ୍ରହଣ କରିଛି । ପୂର୍ବରୁ ଡୋନାଲ୍ଡ ବ୍ରାଡମ୍ୟାନ, ଏଲନ ଡେଭିଡସନ ଏହି ସମ୍ମାନରେ ସମ୍ମାନୀତ ହୋଇ ସାରିଛନ୍ତି । ଖେଳାଳିମାନେ ତେନ୍ଦୁଲକର ଓ ଲାରା ଗେଟ ଦେଇ ପଡିଆରେ ପ୍ରବେଶ କରିବେ ।

ସିଡନୀ କ୍ରିକେଟ ଗ୍ରାଉଣ୍ଡର ଏହି ଗେଟ ପ୍ୟାଭିଲିୟନ ଓ ଡନ ବ୍ରାଡମ୍ୟାନଙ୍କ ଷ୍ଟାଣ୍ଡସ ମଧ୍ୟରେ ଅବସ୍ଥାପିତ । ସିଡନୀ ସଚିନଙ୍କ ପ୍ରିୟ ଗ୍ରାଉଣ୍ଡ । ଉଭୟ ସଚିନ ଏବଂ ଲାରା ଏହା ସେମାନଙ୍କ ପାଇଁ ଏକ ବହୁତ ବଡ ସମ୍ମାନ ବୋଲି କହିଛନ୍ତି । ଏହାକୁ ଉନ୍ମୋଚିତ କରିଥିଲେ ସିଡନୀ କ୍ରିକେଟ ଗ୍ରାଉଣ୍ଡର ଅଧ୍ୟକ୍ଷ ରଡ ମ୍ୟାକଗ୍ୟାଚ ।

Leave A Reply

Your email address will not be published.