ସମ୍ବଲପୁରର ଦଙ୍ଗାକାରୀଙ୍କୁ ସୁରାକ୍ଷା ଦେଉଛି ବିଜେଡି,ମନ୍ତ୍ରୀ ପ୍ରତାପ ଦେବଙ୍କ ଭାଷାରୁ ପ୍ରମାଣିତ ହେଉଛି:ସମୀର ମହାନ୍ତି

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବିଜେଡି ଶାସନରେ ଓଡ଼ିଶାରେ ଅରାଜକତା ବ୍ୟାପିଛି । ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଦେଖାଦେଇଥିବାରୁ ଓଡ଼ିଶାବାସୀଙ୍କ ସୁରକ୍ଷାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । କ୍ୟାବିନେଟ୍ ମନ୍ତ୍ରୀଙ୍କ ହତ୍ୟାକାଣ୍ଡ ପରେ ଝାରସୁଗୁଡାରେ ଏକ ଶିଶୁର ଅପହରଣ ଓ ମୃତଦେହ ମିଳିବା ଏବଂ ସେହିପରି ରାଜ୍ୟରେ ବିଭିନ୍ନ ପ୍ରାନ୍ତରେ ଅଭାବନୀୟ ଘଟଣା ଘଟୁଛି ତାହା ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ସ୍ପଷ୍ଟ ପ୍ରମାଣିତ କରୁଛି । ସମ୍ବଲପୁରଠାରେ ରାମନବମୀ ଓ ହନୁମାନ ଜୟନ୍ତୀ ପାଳନ ସମୟରେ ଘଟିଥିବା ବିଶୃଙ୍ଖଳା ପାଇଁ ଆୟୋଜକମାନଙ୍କୁ ଦାୟୀ କରାଯିବା ହିନ୍ଦୁ ବିରୋଧୀ ମାନସିକତାର ପରିଚିୟ ନୁହେଁ କି ବୋଲି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ।

ଗତ ୧୨ତାରିଖ ସମ୍ବଲପୁରରେ ହନୁମାନ ଜୟନ୍ତୀ ପୂର୍ବ ଶୋଭାଯାତ୍ରାରେ ପଥର ମାଡ, ଠେଙ୍ଗାରେ ଆକ୍ରମଣ ଓ କିଛି ଲୋକଙ୍କ ଘରର ଛାତ ଉପରୁ ପେଟ୍ରୋଲ ବମ୍ ଜବତ କରାଗଲା । ଯେଉଁମାନେ “କାଫିରୋକୋ କାଟ୍ ଡାଲେଙ୍ଗେ, ସାଲେ ଲୋଗକୋ ଇଣ୍ଡିଆ ଜାନେ ନେହିଁ ଦେଙ୍ଗେ” ଏବଂ ମାରଣାସ୍ତ୍ର ଧରି ତାଣ୍ଡବ ରଚେଇଲେ ସେମାନଙ୍କର କଣ କିଛି ଦୋଷ ନାହିଁ । ମନ୍ତ୍ରୀ ପ୍ରତାପ ଦେବଙ୍କ ବକ୍ତବ୍ୟରୁ ସ୍ପଷ୍ଟ ହେଉଛି, ଏହି ଦଙ୍ଗା ସୃଷ୍ଟିକାରୀଙ୍କୁ ବିଜୁ ଜନତା ଦଳ ସୁରକ୍ଷା ଦେଉଛି । ସରେଇପାଲି ଆଇଆଇସି ଧୀରେନ କୁମାର ସ୍ୱାଇଁ ଏଫଆଇଆରରେ ସ୍ପଷ୍ଟ କରି ଲେଖିଥିଲେ ଯେ, ୧୫୦ ରୁ ୧୬୦ ଦଙ୍ଗାକାରୀ ଥିଲେ ଯାହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଘୁରିବୁଲୁଛି । ଏତେ ବଡ ଘଟଣାରେ ପୋଲିସ ମାତ୍ର ୩୦ଜଣଙ୍କୁ ଗିରଫ କରି ହାତବାନ୍ଧି ବସିଛି । ସଂପୃକ୍ତ ଅନ୍ୟ ଦଙ୍ଗାକାରୀଙ୍କୁ ଗିରଫ ନକରିବାକୁ କିଏ ଚାପ ସୃଷ୍ଟି କରୁଛି ଏବଂ କିଏ ପୋଲିସ ହାତ ବାନ୍ଧିଛି ବୋଲି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।

ସାଧାରଣ ଲୋକଙ୍କୁ ସୁରକ୍ଷା ନଦେଇ ରାଜ୍ୟ ସରକାରଙ୍କ ପ୍ରରୋଚନାରେ ପୋଲିସ ବିଶୃଙ୍ଖଳାକାରୀଙ୍କୁ ସୁରକ୍ଷା ଦେଉଛି । ସରକାରଙ୍କ ଜ୍ଞାତସାରରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ସେମାନଙ୍କର କାୟା ବିସ୍ତାର କରିଚାଲିଛନ୍ତି । ବାହାର ରାଜ୍ୟର କୁଖ୍ୟାତ ଅପରାଧୀମାନେ ଅନାୟସରେ ପୁରୀ, ବରଗଡକୁ ଆସିବା ଓଡ଼ିଶାର ଢ଼ିଲା ଆଇନଶୃଙ୍ଖଳା ବ୍ୟବସ୍ଥାର ନଗ୍ନ ନମୁନା । ବାହାର ରାଜ୍ୟର କୁଖ୍ୟାତ ଅପରାଧୀ ଗୁଡୁ ମୁସ୍‌ଲିମ୍ ଶ୍ରୀକ୍ଷେତ୍ର ପୁରୀକୁ କେମିତି ଆସିଲା? ପୁଣି ସେଠାରୁ ବରଗଡ କେମିତି ପହଂଚିଲା ଏହା ରାଜ୍ୟର ଆଇନବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁନାହିଁ କି । ଗୁଡୁ ମୁସଲିମ ଓ ତାହାର ସାଥୀ ରାଜା ଖାନ୍‌ଙ୍କ ସହିତ ପୂର୍ବତନମନ୍ତ୍ରୀ ତଥା ଭଟଲି ବିଧାୟକଙ୍କର ସମ୍ପର୍କ କଣ ତାହା ତଦନ୍ତ ସାପେକ୍ଷ ବୋଲି ସମୀର ମହାନ୍ତି କହିଛନ୍ତି ।
ଗୋଚାଳନ, ଡ୍ରଗ୍ସ, ମାରଣାସ୍ତ୍ର ଅପରାଧ ଭଳି ବିଭିନ୍ନ ସଙ୍ଗୀନ ଦଫାରେ ରାଜା ଖାନ୍‌ଙ୍କ ନାଁ ରହିଛି । ତେଣୁ ଗୁଡୁ ମୁସଲିମ-ରାଜା ଖାନ୍‌-ପୂର୍ବତନ ମନ୍ତ୍ରୀଙ୍କ ତ୍ରୀକୋଣୀୟ ସମ୍ପର୍କ ସମ୍ବନ୍ଧରେ ମନ୍ତ୍ରୀ ପ୍ରତାପ ଦେବ ସ୍ପଷ୍ଟୀକରଣ ଦେବା ଆବଶ୍ୟକ ଥିଲା । ଓଡ଼ିଶା ଶାନ୍ତିପ୍ରିୟ ରାଜ୍ୟ ହୋଇଥିଲେ ବି ନବୀନ ସରକାରର ମନ୍ତ୍ରୀ, ନେତା ଓ ବିଧାୟକମାନେ ଦିନକୁ ଦିନ ଆଇନଶୃଙ୍ଖଳାକୁ ବିଧ୍ୱସ୍ତ କରିବାରେ ଲାଗିଛନ୍ତି । ବିଜୁ ଜନତା ଦଳ ସର୍ବଦା ହିନ୍ଦୁ ବିରୋଧୀ ମାନସିକତା ପ୍ରତିପୋଷଣ କରିଛି । ଜଗନ୍ନାଥଙ୍କ ରଥଯାତ୍ରା ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟକୁ ଯାଇ ଜଣେ ଏନଜିଓଙ୍କ ସହ ଜଣେ ଭାରତବର୍ଷର ନାମିଦାମି ବିଶିଷ୍ଟ ଓକିଲଙ୍କୁ ମୋଟାଅଙ୍କର ଅର୍ଥଦେଇ ରଥଯାତ୍ରା ବନ୍ଦ କରିବାକୁ ଯିଏ ଉଦ୍ୟମ କରିଥିଲେ । ୫ବର୍ଷ ଧରି ରତ୍ନଭଣ୍ଡାରକୁ ଲୁଣ୍ଠନ କରିଥିôବା ସରକାର ଡୁପଲିକେଟ୍ ଚାବି କଥା କହିବା ଏବଂ ରତ୍ନଭଣ୍ଡାର ଖୋଲିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନିଷ୍ପତି ନେଇନପାରିବା ସମସ୍ତଙ୍କୁ ଚକିତ କରୁଛି । ରତ୍ନଭଣ୍ଡାରରେ କଣ ଅଛି ତାକୁ ଖୋଲିକି ସାଧାରଣ ଲୋକଙ୍କ ପାଖରେ ପ୍ରକାଶ କରିବାକୁ ୫ବର୍ଷ ବିତି ଯାଇଥିଲେ ବି ତାହା ସମ୍ଭବ ହୋଇପାରିଲା ନାହିଁ । ରଘୁବର ଦାସ କମିଶନ ରିପୋର୍ଟ ଦେଲେ କିନ୍ତୁ ତାହା ପ୍ରକାଶ ହେଲା ନାହିଁ ।

ଓଡ଼ିଆ ଜାତିର ଅସ୍ମିତା ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ହେୟଜ୍ଞାନ ଓ ଅନ୍ୟାୟ ବିଜେଡିର ହିନ୍ଦୁବିରୋଧୀ ମାନସିକତା ନୁହେଁ ତ ଆଉ କଣ । ଜଗନ୍ନାଥଙ୍କ ଶହଶହ ଏକର ଅମୃତ ମଣୋହି ଜମି ଏକ ଘରୋଇ କମ୍ପାନୀକୁ ବିଶ୍ୱବିଦ୍ୟାଳୟ ନାଁରେ ବିକି ଦେଇଥିଲେ ଯାହା ଲୋକାୟୁକ୍ତ, ହାଇକୋର୍ଟଙ୍କ ରାୟରେ ରଦ୍ଦ କରିଥିଲେ । ୧୫ଦିନ ତଳେ ପ୍ରକାଶିତ ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟରେ ରାଜ୍ୟ ସରକାରଙ୍କୁ ଭତ୍ସନା ଶୁଣିବାକୁ ପଡିଛି । ବିଜେଡି ନେତା ତଥା ମନ୍ତ୍ରୀ ପ୍ରତାପ ଦେବ ଇତିହାସର ଦ୍ୱାହି ଦେଉଛନ୍ତି, ଯଦି ତାଙ୍କର ସତ୍‌ସାହାସ ଅଛି ତାହାଲେ ତାଙ୍କ ଦଳର ନେତାଙ୍କୁ କହି ୨୦୦୭ର କନ୍ଧମାଳ ଦଙ୍ଗା, ୨୦୦୮ର ସ୍ୱାମୀ ଲକ୍ଷ୍ମଣାନନ୍ଦ ସ୍ୱରସ୍ୱତୀଙ୍କ ହତ୍ୟା ଘଟଣାର କମିଶନ ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରାନ୍ତୁ ବୋଲି ସମୀର ମହାନ୍ତି କହିଛନ୍ତି ।
ହନୁମାନ ଓ ରାମଜୟନ୍ତୀ ପାଳନ କରାଯିବା ସର୍ବବିଦିତ ହୋଇସାରିଲାଣି । କିନ୍ତୁ ପ୍ରତାପ ଦେବଙ୍କ ଭାଷା ପ୍ରମାଣିତ କରୁଛି ସେ ଦଙ୍ଗାକାରୀଙ୍କୁ ସୁରକ୍ଷା ଦେଉଛନ୍ତି । ଅୟୋଜନ କରିଥିବା ବ୍ୟକ୍ତିଙ୍କୁ ମରଣାନ୍ତ୍ରକ ଆକ୍ରମଣ କରାଗଲା ତାହାଙ୍କୁ ଦେଖିବା ପାଇଁ ବିରୋଧୀ ଦଳକୁ ଛଡାଗଡା ନାହିଁ, ହନୁମାନ ଜୟନ୍ତୀ ସମାରୋହ ସମିତିର ସଂପାଦକଙ୍କୁ ପୋଲିସ ଗିରଫ କରିବା ସମସ୍ତ ଘଟଣାକୁ ଶ୍ରୀ ମହାନ୍ତି ଦୃଢ଼ ନିନ୍ଦା କରିଛନ୍ତି । ରାଜ୍ୟ ସରକାରଙ୍କ ଉଚ୍ଚାରଣ ଓ ଆଚରଣ ଭିତରେ ଦୋମୁହାଁ ନୀତି ରାଜ୍ୟ ପାଇର୍ ବିପଦ ସୃଷ୍ଟି କରୁଛି । ସାଢ଼େ ଚାରିକୋଟି ଓଡିଆ ଓ ଭକ୍ତଙ୍କ ଭାବାବେଗକୁ ବିଜେଡି ସରକାର କୁଠାରଘାରତ କରୁଛନ୍ତି ତାହାକୁ ଓଡିଆଜାତି ଦେଖୁଛି ଆଗାମୀ ଦିନରେ ମଧ୍ୟ ତାହାର ଉତର ଦେବେ ବୋଲି ସମୀର ମହାନ୍ତି କହିଛନ୍ତି ।

Leave A Reply

Your email address will not be published.