ବଦଳି କରାଯାଇଥିବା ପୋଲିସ ଅଧିକାରୀଙ୍କୁ ତୁରନ୍ତ ଝାରସୁଗୁଡାରୁ ବିଦା କରାଯାଉ, ସିଇଓଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଝାରସଗୁଡା ଉପନିର୍ବାଚନର ଗତକାଲି ଫାଇନାଲ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଏନେଇ ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ପ୍ରଚାର ବେଶ୍ ସରଗରମ ହୋଇଛି । ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ ଉପନିର୍ବାଚନ ହେଉଥିବା ନିର୍ବାଚନ ମଣ୍ଡଳୀରେ ୩ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି କାର୍ଯ୍ୟ କରୁଥିବା ସରକାରୀ ଅଧିକାରୀମାନଙ୍କୁ ବଳଦି କରାଯାଇଥାଏ । ସେହି ଅନୁଯାୟୀ ଝାରସୁଗୁଡା ଉପନିର୍ବାଚନ ପରିପ୍ରେକ୍ଷିରେ ଗତ ମାର୍ଚ୍ଚ ୧୮ତାରିଖରେ ଝାରସୁଗୁଡାରେ କାର୍ଯ୍ୟରତ ୧୦ଜଣ ପୋଲିସ ଅଧିକାରୀଙ୍କୁ ବଦଳି ନିଦେ୍ର୍ଦଶ ପ୍ରକାଶ ପାଇଥିଲା । ଏହାଭିତରେ ବଦଳିର ୩୭ଦିନ ବିତି ଯାଇଥିଲେ ମଧ୍ୟ ଏଯାଏଁ କୌଣସି ଅଧିକାରୀଙ୍କୁ ସେଠାରୁ କାର୍ଯ୍ୟରୁ ନିବୃତ କରାଯାଇ ନାହିଁ । ଫଳରେ ଝାରସୁଗୁଡା ଉପନିର୍ବାଚନ ପ୍ରଚାରର କ୍ରିୟା କଳାପରେ ଶାସକ ଦଳ ସପକ୍ଷରେ ସେମାନେ ପ୍ରଚାର କାର୍ଯ୍ୟ କରୁଥିବାର ଦେଖାଯାଉଛି । ବଦଳି ହୋଇଥିବା ଅଧିକାରୀମାନେ ସେ ସ୍ଥାନ ନଛାଡିବା ପର୍ଯ୍ୟନ୍ତ ଅବାଧ, ମୁକ୍ତ ନିର୍ବାଚନ ସମ୍ଭବ ନୁହେଁ ।

ତୁରନ୍ତ ବଦଳି କରାଯାଇଥିବା ପୋଲିସ ଅଧିକାରୀଙ୍କୁ ଝାରସୁଗୁଡାରୁ ବିଦା କରାଯାଉ । ଝାରସୁଗୁଡାରେ କିଭଳି ଆଇନ ଶୃଙ୍ଖଳା ଓ ଅବାଧ ମୁକ୍ତ ନିର୍ବାଚନ ଅନୁଷ୍ଠିତ ହେବ ସେଥିନେଇ ଆଜି ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ପ୍ରତିନିଧିମଣ୍ଡଳୀ ସିଇଓଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ବିଜୁ ଜନତା ଦଳ ସରକାରୀ ଅଧିକାରୀମାନଙ୍କୁ ନିଜ ଦଳର ପ୍ରଚାର ପ୍ରସାର କାର୍ଯ୍ୟରେ ଲଗାଉଛନ୍ତି ଯାହା ନିର୍ବାଚନ ଆଚରଣ ବିରୋଧୀ । ପୋଲିସ ପ୍ରଶାସନ ଓ ସ୍ଥାନୀୟ ସରକାରୀ ଅଧିକାରୀଙ୍କୁ ଦଳୀୟ କାର୍ଯ୍ୟରେ ନିୟୋଜିତ କରାଇବା ବିଜେଡିର ଚିରାଚରିତ ଅଭ୍ୟାସ ବୋଲି ସମୀର ମହାନ୍ତି କହିଛନ୍ତି ।

 

Leave A Reply

Your email address will not be published.