ବର୍ନବିଟା କମ୍ପାନୀକୁ ବଡ ଝଟକା, ନୋଟିସ୍‌ ଜାରି କଲା ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ବର୍ନବିଟା ଉପରେ ଅନେକ ପିତାମାତା ଭରସା କରନ୍ତି । ନିଜ ପିଲାଙ୍କୁ ଏହା ଶକ୍ତି ଯୋଗାଇବ ବୋଲି ନିଜ ପିଲାଙ୍କୁ ବର୍ନବିଟା ପିଇବାମକୁ ଦେଇଥାନ୍ତି । କିନ୍ତୁ ଏବେ ବର୍ନବିଟା କମ୍ପାନୀକୁ ଏକ ବଡ ଝଟକା ଲାଗିଛି। ବର୍ନବିଟା କମ୍ପାନୀଙ୍କୁ ନୋଟିସ ଜାରି କରିଛି ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ । ବର୍ନଭିଟା ପ୍ରସ୍ତୁତ କରୁଥିବା ଆମେରିକୀୟ କମ୍ପାନୀ ମୋନ୍‌ଡେଲେଜ୍‌ ଇଣ୍ଟରନ୍ୟାଶନାଲ ଇଣ୍ଡିଆ ଏହାର ସମସ୍ତ ଉତ୍ପାଦ ଉପରେ ବିଭ୍ରାନ୍ତକାରୀ ବିଜ୍ଞାପନ, ପ୍ୟାକେଜିଂ ଏବଂ ଲେବଲର ସମୀକ୍ଷା କରି ତାହାକୁ ହଟାଇବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହ ଦେଶବ୍ୟାପୀ ଲକ୍ଷ ଲକ୍ଷ ପିଲା ସେବନ କରୁଥିବା ବର୍ନଭିଟାର ଚକୋଲେଟ୍‌ ଫ୍‌ଲେଭର ପାଉଡରରେ ମାତ୍ରାଧିକ ଚିନି ଏବଂ ଅନ୍ୟ ହାନିକାରୀ ପଦାର୍ଥ ମିଶୁଥିବା ଅଭିଯୋଗ ଉପରେ କମିଶନ ରିପୋର୍ଟ ତଲବ କରିଛନ୍ତି । ୭ ଦିନ ଭିତରେ ଏ ବାବଦରେ ବିସ୍ତୃତ ବିବରଣୀ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନ୍‌ସିପିସିଆର୍‌ ଭାରତର ଖାଦ୍ୟ ସୁରକ୍ଷା ଏବଂ ମାନକ କର୍ତ୍ତୃପକ୍ଷଏବଂ କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣଙ୍କୁ ଚିଠି ଲେଖି ଖାଦ୍ୟ ସୁରକ୍ଷା ଏବଂ ବିଜ୍ଞାପନ ଲାଗି ଥିବା ଗାଇଡଲାଇନକୁ ଉଲ୍ଲଂଘନ କରୁଥିବା କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ।

Leave A Reply

Your email address will not be published.