ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଝଟକା, ଜାଣନ୍ତୁ କାହିଁକି

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) :ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଝଟକା। ତାଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ଆରମ୍ଭ କରିଥିବା ଜାତିଭିତ୍ତିକ ଜନଗଣନା କାର୍ଯ୍ୟକ୍ରମକୁ ଲାଗିଛି ଝଟକା। ଏହି ଜାତିଭିତ୍ତିକ ଜନଗଣନା ଉପରେ ରୋକ ଲଗାଇ ଦେଇଛନ୍ତି ପାଟନା ହାଇକୋର୍ଟ। ପଛୁଆ ବର୍ଗର ଲୋକଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା କରିବା ଲକ୍ଷ୍ୟ ନେଇ ବିହାର ସରକାର ଏପରି ସର୍ଭେ ଆରମ୍ଭ କରିଥିଲେ।

କିନ୍ତୁ ସରକାରଙ୍କ ସବୁ ଯୋଜନା ହାଇକୋର୍ଟରେ କାଟ ଖାଇ ଯାଇଛି। ଏବେ ବିହାର ସରକାର ଏହି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି ଜଣାପଡ଼ିଛି। ରାଜ୍ୟ ସରକାର ଜାତି ଭିତ୍ତିକ ଜନଗଣନା କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ଏହାର ବୈଧତାକୁ ଚ୍ୟାଲେଞ୍ଜ କରି ଏକାଧିକ ପିଟିସନ ହାଇକୋର୍ଟରେ ଦାଖଲ କରାଯାଇଥିଲା।

କୋର୍ଟ ଏହାର ଶୁଣାଣି କରି ତୁରନ୍ତ ଜାତିଭିତ୍ତିକ ଜନଗଣନା ସର୍ଭେ ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।ସେହିପରି ଚୂଡ଼ାନ୍ତ ରାୟ ପ୍ରକାଶ ନ ପାଇବା ଯାଏ ସଂଗୃହୀତ ହୋଇଥିବା ତଥ୍ୟକୁ ସୁରକ୍ଷିତ କରି ରଖାଯିବ ଓ କେହି ଯେମିତି ଏହି ତଥ୍ୟ ବିଷୟରେ ନ ଜାଣିବେ, ସେକଥାକୁ ସରକାର ନିଶ୍ଚିତ କରିବେ। କୋର୍ଟ ମାମଲା ପରବର୍ତ୍ତୀ ଶୁଣାଣି ଜୁଲାଇ ୭ରେ କରିବେ।

କୋର୍ଟ କହିଛନ୍ତି, “ବିହାର ସରକାର ଚଳାଇଥିବା ଜାତିଭିତ୍ତିକ ଜନଗଣନା ବିରୋଧରେ ଏକାଧିକ ଆବେଦନ ହୋଇଛି। ସର୍ଭେ ବେଳେ ସଂଗ୍ରହ ହେଉଥିବା ତଥ୍ୟର ସୁରକ୍ଷା ଓ ଅଖଣ୍ଡତା ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ଏହି ପ୍ରସଙ୍ଗରେ ରାଜ୍ୟ ସରକାର ବିସ୍ତୃତ ଭାବେ ସମସ୍ତଙ୍କୁ ଅବଗତ କରାଇବା ଦରକାର। ପ୍ରଥାମିକ ଭାବେ ଆମର ମତାମତ ହେଲା ଯେ ଜାତିଭିତ୍ତିକ ସର୍ଭେ କରିବାର ଅଧିକାର ରାଜ୍ୟ ପାଖରେ ନାହିଁ। ଏପରି ସର୍ଭେ ଜନଗଣନା ସହ ସମାନ। ଏହାର ଅର୍ଥ ଜନଗଣନା ଅଧିକାର ସଂସଦର ରହିଛି।”

ସେହିପରି ଚୂଡ଼ାନ୍ତ ରାୟ ପ୍ରକାଶ ନ ପାଇବା ଯାଏ ସଂଗୃହୀତ ହୋଇଥିବା ତଥ୍ୟକୁ ସୁରକ୍ଷିତ କରି ରଖାଯିବ ଓ କେହି ଯେମିତି ଏହି ତଥ୍ୟ ବିଷୟରେ ନ ଜାଣିବେ, ସେକଥାକୁ ସରକାର ନିଶ୍ଚିତ କରିବେ। କୋର୍ଟ ମାମଲା ପରବର୍ତ୍ତୀ ଶୁଣାଣି ଜୁଲାଇ ୭ରେ କରିବେ।

ଏହାସହିତ କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ “ବିହାର ସରକାର ଚଳାଇଥିବା ଜାତିଭିତ୍ତିକ ଜନଗଣନା ବିରୋଧରେ ଏକାଧିକ ଆବେଦନ ହୋଇଛି। ସର୍ଭେ ବେଳେ ସଂଗ୍ରହ ହେଉଥିବା ତଥ୍ୟର ସୁରକ୍ଷା ଓ ଅଖଣ୍ଡତା ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ଏହି ପ୍ରସଙ୍ଗରେ ରାଜ୍ୟ ସରକାର ବିସ୍ତୃତ ଭାବେ ସମସ୍ତଙ୍କୁ ଅବଗତ କରାଇବା ଦରକାର। ପ୍ରଥାମିକ ଭାବେ ଆମର ମତାମତ ହେଲା ଯେ ଜାତିଭିତ୍ତିକ ସର୍ଭେ କରିବାର ଅଧିକାର ରାଜ୍ୟ ପାଖରେ ନାହିଁ। ଏପରି ସର୍ଭେ ଜନଗଣନା ସହ ସମାନ।

Leave A Reply

Your email address will not be published.