ଫ୍ରାନ୍ସ ଯିବେ ମୋଦି, ଜାଣନ୍ତୁ କାହିଁକି

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ): ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ସମ୍ପର୍କ କ୍ରମାଗତ ଭାବେ ମଜବୁତ ହେଉଛି। ଏହି ସମୟରେ ଦୁଇ ଦେଶ ମଧ୍ୟରେ ୨୫ ବର୍ଷର ରଣନୀତିକ ଭାଗିଦାରୀ ସମାପ୍ତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇରେ ଫ୍ରାନ୍ସ ଗସ୍ତ କରିବେ ।

 

ଭାରତ-ଫ୍ରାନ୍ସର ରଣନୀତିକ ଭାଗିଦାରୀର ୨୫ ତମ ବାର୍ଷିକୀ ପାଳନ ଅବସରରେ ପ୍ୟାରିସରେ ସମ୍ମାନିତ ଅତିଥି ଭାବରେ ଜୁଲାଇ ୧୪ ରେ ପ୍ୟାରିସରେ ଆୟୋଜିତ ହେବାକୁ ଥିବା ବଷ୍ଟିଲ୍‌ ଡେ ପରେଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେ । ଏ ବାବଦରେ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରୋନ୍‌ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ ଦେଇଥିଲେ, ଯାହାକୁ ସେ ଗ୍ରହଣ କରିଛନ୍ତି ।

କଣ ଆଶା କରିବା
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫ୍ରାନ୍ସ ଗସ୍ତ ଦୁଇ ଦେଶ ମଧ୍ୟରେ ରଣନୀତିକ, ସାଂସ୍କୃତିକ, ବୈଜ୍ଞାନିକ, ଶିକ୍ଷାଗତ ତଥା ଅର୍ଥନୈତିକ ସହଯୋଗ ପାଇଁ ଉଚ୍ଚାଭିଳାଷୀ ଲକ୍ଷ୍ୟର ଆରମ୍ଭ ହେବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.