ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଭାରତ ଆକାଶରେ ୧୦ ମିନିଟ ଉଡିଲା ପାକିସ୍ତାନ ବିମାନ। ପ୍ରବଳ ବର୍ଷା ଯୋଗୁଁ ଅବତରଣ କରିପାରିଲା ନାହିଁ ପାକିସ୍ତାନ ବିମାନ । ଫଳରେ ଭାରତ ବାୟୁସେନାକୁ ପ୍ରବେଶ କରିଥିଲା ପିଆଇଏ ବିମାନ । ଲାହୋର ବିମାନବନ୍ଦରରେ ଅବତରଣ କରିନପାରି ୧୦ ମିନିଟ ପଞ୍ଜାବ ଆକାଶରେ ଉଡିଥିଲା ପିଆଇଏ ବିମାନ ।ଏନେଇ ଏକ ଜାତୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ମିଳିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ବିମାନର କ୍ୟାପଟେନ ୨୦ ହଜାର ଫୁଟରେ ବିମାନ ଉଡାଉଥିଲେ । ତେବେ ପାକିସ୍ତାନ ବୋର୍ଡର ନିକଟରେ ଥିବା ପଞ୍ଜାବର ଝୁଗିଆନ ନୁର ମୋହମ୍ମଦ ଆଡକୁ ଚାଲି ଆସିଥିଲା ବିମାନ ।
ଏହାପରେ କସୁର ଗ୍ରାମରେ ମଧ୍ୟ ବିମାନକୁ ଦେଖିଥିଲେ ଲୋକେ । ଏହାର ୩ ମିନିଟ ଅର୍ଥାତ୍ ୮ଟା ୨୨ ମିନିଟରେ ପୁଣି ପାକିସ୍ତାନକୁ ଫେରିଥିଲା ବିମାନ ।ସୂଚନାଅନୁସାରେ, ପାଆଇଏ ପିକେ248 ବିମାନ ଲାହୋର ଏୟାରପୋର୍ଟରେ ଲାଣ୍ଡିଂ କରିବା ନେଇ ସ୍ଥିର ହୋଇଥିଲା । ମେ ୪ ତାରିଖ ରାତି ୮ଟା ସମୟରେ ଏହି ଘଟଣା ହୋଇଥିଲା । ମସ୍କଟରୁ ଲାହୋର ଆସୁଥିବା ବିମାନ ବର୍ଷା ପାଇଁ ଅସୁବିଧା ହେବାରୁ ଅବତରଣ କରିପାରିଲା ନାହିଁ । ଆଲାମା ଏୟାରପୋର୍ଟରେ ପାଇଲଟ ଅବତରଣ ପାଇଁ ଚେଷ୍ଟା କରିବା ସତ୍ତ୍ବେ ମଧ୍ୟ ସମ୍ଭବ ହୋଇପାରି ନଥିଲା। ପ୍ରବଳ ବର୍ଷା ଯୋଗୁଁ ଲାଣ୍ଡିଂ ପାଇଁ ଅସୁବିଧା ହୋଇଥିଲା, ଏହାସହ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିମାନକୁ ଅବତରଣ କରାଇନଥିଲେ ପାଇଲଟ ।ତେବେ ବାୟୁସେନାର ନିୟମ ଅନୁସାରେ ଅବତରଣ ନକରି ଫେରାଇ ଆକାଶରେ ପୁଣି ଘୁରି ବୁଲିଥିଲା । ଆକାଶରେ ଉଡୁଉଡୁ ପଞ୍ଜାବରେ ପ୍ରବେଶ କରିଥିଲା ବିମାନ ।
ପଞ୍ଜାବ ପାକିସ୍ତାନ ବୋର୍ଡରେ ରହିଥିବାରୁ ଏବଂ ପ୍ରବଳ ବର୍ଷା ହେବାରୁ ପାଇଲଟ ରାସ୍ତା ନଜାଣିପାରି ବାଟବଣା ହୋଇଥିଲେ । ରାତି ପ୍ରାୟ ୮ ଟା ୧୧ ମିନିଟ ସମୟରେ ପଞ୍ଜାବର ବନ୍ଧନ ପୋଲିସ ଷ୍ଟେସନ ଅଞ୍ଚଳରେ ପ୍ରବେଶ କରିଥିଲା ବିମାନ । ୧୩ ହଜାର ୫୦୦ ଫୁଟ ଉଚ୍ଚରେ ବିମାନ ଉଡିଥିବା ଜଣାପଡିଛି । ଏହାପରେ ପଞ୍ଜାବର ତରନ ସାହିବ ଏବଂ ରସୁଲପୁରରେ ୪୦କିମି ବୁଲିବା ପରେ ନୌସେହେରାକୁ ବିମାନ ଫେରିଥିଲା ।