ବିଶ୍ବ ମହାମାରୀ ତାଲିକାରୁ ମଙ୍କିପକ୍ସକୁ ହଟାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ବିଶ୍ବ ମହାମାରୀ ତାଲିକାରୁ ମାଙ୍କିପକ୍ସକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହଟାଇ ଦେଇଛି । ଏକ ସାମ୍ବାଦିକ ସମ୍ମିଳନୀରେ ହୁ ର ଡିରେକ୍ଟର ଜେନେରାଲ ଡକ୍ଟର ଟେଡ୍ରସ ଆଧାନୋମ ଏକ ବଡ ଘୋଷଣା କରିଛନ୍ତି । ମଙ୍କିପକ୍ସକୁ ବିଶ୍ବ ମହାମାରୀ ତାଲିକାରୁ ହଟାଇଛି ହୁ ।

ସେ କହିଛନ୍ତି, ବିଶ୍ବରେ ମଙ୍କିପକ୍ସ ସଂକ୍ରମଣ ହ୍ରାସ ପାଇଛି । ଏଥି ପାଇଁ ଆଉ ବିପଦ ନାହିଁ । ତେଣୁ ଏଭଳି ସ୍ଥିତିରେ ଏହାକୁ ଆଉ ବିଶ୍ବ ମହାମାରୀ କୁହାଯାଇ ପାରିବନାହିଁ । ହୁ କମିଟିର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହା ଏକ ଜରୁରୀ ବିଶ୍ବ ସ୍ବାସ୍ଥ୍ୟ ସମସ୍ୟା ନୁହେଁ ବୋଲି ଘୋଷଣା କରି ମୋତେ ଖୁସି ଲାଗୁଛି । ବିଶ୍ବରୁ ମଙ୍କିପକ୍ସ ଦୂର ହୋଇଯାଇଛି ଏହା ଭାବିବା ଉଚିତ ନୁହେଁ ।

ତେଣୁ ଏହି ଭାଇରସକୁ ନେଇ ଅବହେଳା କରିବା ଉଚିତ ନୁହେଁ । ସତର୍କ ରୁହନ୍ତୁ, ସେ ଆହୁରି ମଧ୍ୟ କହିଛନ୍ତି, ” ବିଶ୍ବସ୍ତରରେ ମଙ୍କିପକ୍ସ ମାମଲା ହ୍ରାସ ପାଇଛି । ଏହି ଭୂତାଣୁ ଆଫ୍ରିକା ସମେତ ଅନେକ ଦେଶରେ ରହିଛି । ସେଠାରେ ସମ୍ପୂର୍ଣ୍ଣ ଭାବେ ସଂକ୍ରମଣ କମିନାହିଁ । ଏହି ସଂକ୍ରମଣ ଏଚଆଇଭି ସଂକ୍ରମିତଙ୍କ ପାଇଁ ଅଧିକ ବିପଦ ଅଟେ ।”ସମସ୍ତ ଦେଶରୁ ନିବେଦନ କରି ସେ କହିଛନ୍ତି, “ମନରେ ଶଙ୍କା ଆସିଲେ ଟେଷ୍ଟିଂ କରନ୍ତୁ ।

ଆବଶ୍ୟକ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ମଙ୍କିପକ୍ସକୁ ରୋକିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ସହ ଯତ୍ନ ନେବାକୁ ପରାମର୍ଶ ଦିଆଯାଇଛି ।”ହୁ ମୁଖ୍ୟ କହିଛନ୍ତି,”ଗତ ବର୍ଷ ତୁଳନାରେ ଗତ ତିନିମାସର ହାରକୁ ତୁଳନା କଲେ ଏହା ୯୦ ପ୍ରତିଶତ କମିଛି । ୨୦୨୨ରୁ ୨୦୨୩ ମେ ୮ ତାରିଖ ଭିତରେ ଏପର୍ଯ୍ୟନ୍ତ ୮୭ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି । ୧୧୧ ଦେଶରେ ଏହି ମହାମାରୀ ବ୍ୟାପିଥିଲା । ବର୍ତ୍ତମାନ ସଂକ୍ରମଣ ହ୍ରାସ ପାଇଛି ସତ କିନ୍ତୁ ଅବହେଳା କରନ୍ତୁ ନାହିଁଁ ।”

 

Leave A Reply

Your email address will not be published.