ପୋଲିସ୍‌ ପିଉଥିଲେ ଚା’, ଆଖିରେ ଧୂଳି ଦେଇ ଖସିଗଲା ଅଭିଯୁକ୍ତ

0

ଓଡିଆ ନ୍ୟୁଜ (ବ୍ୟୁରୋ):  ଚୋର ପୋଲିସର ଲୁଚକାଳି ଖେଳ କାହାଣୀ ଆପଣ ନିଶ୍ଚଯ ଶୁଣିଥିବେ । ଆଜି ବାସ୍ତବରେ ଏକ ସେହିଭଳି ଘଟଣା ସାତ୍ନାକୁ ଆସିଛି । ଆଜି ପୁଲିସ ଚା’ ପିଇବା ବେଳେ ଖସି ପଳାଇଯାଇଛି ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବୁଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ଗୋଧିଢିପ ଛକ ନିକଟରେ । ପୁଲିସ ଅଭିଯୁକ୍ତକୁ ବିଭିନ୍ନ ଟ୍ରାଫିକ ପୋଷ୍ଟରେ ନାକା ବନ୍ଦୀ କରି ଖୋଜୁଛି । ୧୦ଦିନ ତଳେ ନାକଟିଦେଉଳ ଥାନା ଅଂଳରେ ଚୋରି ହୋଇଥିଲା । ଏହି ନେଇ ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ ଅଭିଯୁକ୍ତକୁ ଧରିବାକୁ ଖୋଳତାଡ ଆରମ୍ଭ କରିଥିଲା । ଅଭିଯୁକ୍ତ ଜଣଙ୍କ ବୌଦ୍ଧ ଜିଲ୍ଲାରେ ଥିବା ପୁଲିସ ଜାଣିବାକୁ ପାଇଥିଲା । ଗତକାଲି ନାକଟିଦେଉଳ ଥାନାର କିଛି ପୁଲିସ କର୍ମଚାରୀ ବୌଦ୍ଧ ଯାଇ ଅଭିଯୁକ୍ତକୁ ଗିରଫ କରିଥିଲେ । ପରେ ପୁଲିସ କର୍ମଚାରୀମାନେ ଅଭିଯୁକ୍ତକୁ ଗାଡିରେ ବସାଇ ନାକଟିଦେଉଳ ଥାନାକୁ ଆଣିଥିଲେ ।

ପୁଲିସ କର୍ମଚାରୀଙ୍କର ଚା’ ପିଇବା ପାଇଁ ଇଚ୍ଛା ହେବାରୁ ଅଭିଯୁକ୍ତକୁ ଥାନାକୁ ନ ନେଇ ଥାନାଠୁ ୨ କିମି ଦୂରରେ ଥିବା ଗୋଧିଢିପ ଛକକୁ ଯାଇଥିଲେ । ସେଠାରେ ପୁଲିସ କର୍ମଚାରୀମାନେ ଗାଡି ରଖି ଚାହା ପିଉଥିବା ବେଳେ ଅଭିଯୁକ୍ତ ଜଣଙ୍କ ପୁଲିସକୁ ଚକମା ଦେଇ ଚମ୍ପଟ ମାରିଥିଲା । ବର୍ତ୍ତମାନ ପୁଲିସ ଅଭିଯୁକ୍ତକୁ ଖୋଜାଖୋଜି କରୁଛି । ତେବେ ଏହି କଥାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ହେଉଛି । ଲୋକେ ଆଇନ ଶୃଙ୍ଖଳାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଉଛନ୍ତି ।

Leave A Reply

Your email address will not be published.