ଖଣ୍ଡଗିରି ପୋଲିସକୁ ସଫଳତା, ମୋବାଇଲ ଚୋରି ଘଟଣାର ତଦନ୍ତ କରୁ କରୁ ଧରାପଡ଼ିଲେ ବାଇକ ଲୁଟେରା

0

 ଓଡ଼ିଆ ନ୍ୟୁଜ(ବ୍ୟୁରୋ):  ଖଣ୍ଡଗିରି ପୋଲିସକୁ ସଫଳତା।ମୋବାଇଲ ଚୋରି ଘଟଣାର ତଦନ୍ତ କରୁ କରୁ ଧରାପଡ଼ିଲେ ବାଇକ ଲୁଟେରା। ଗତ ୧୯ ତାରିଖରେ ଅଭିଯୋଗକାରୀ କୁଞ୍ଜ ନାୟକଙ୍କ ଅଭିଯୋଗ ଭିତ୍ତିରେ ଖଣ୍ଡଗିରୀ ଥାନା ପୁଲିସ  ମାମଲା ରୁଜୁ କରି ତଦନ୍ତ କରିବା ସହିତ   ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ବୃତ୍ତିରେ ଜଣେ ଶ୍ରମିକ ହୋଇଥିବା ବେଳେ ଗଣ୍ଡମୁଣ୍ଡା ଠାରେ ଏକ ନିର୍ମାଣାଧୀନ ଘରେ ରୁହନ୍ତି । ଘଟଣା ଦିନ ରାତିରେ ସେ ଘର ଖୋଲା କରି ଶୋଇପଡିଥିବା ବେଳେ ଦୁଇ ଅଭିଯୁକ୍ତ ତାଙ୍କ ଭିଭୋ ମୋବାଇଲ ଫୋନ ଚୋରୀ କରିନେଇଯାଇଥିଲେ । ଘଟଣାର ଅଭିଯୋଗପରେ ଖଣ୍ଡଗିରୀ ଥାନା ପୁଲିସ ତଦନ୍ତ କରୁଥିବା ସମୟରେ  ଦୁଇ ଅଭିଯୁକ୍ତ ଏକ ଚୋରା ମୋଟରସାଇକେଲ ମାଧ୍ୟମରେ ଜାଗମରା ଅନ୍ତର୍ଗତ କେସିଏ ଗ୍ରାଉଣ୍ଡ ନିକଟରେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇଥିଲା । ଏହି ସୂଚନା ଆଧାରରେ ପୁଲିସ ଘଟଣା ସ୍ଥଳରେ ଚଢଉ କରି ଉଭୟ ଅଭିଯୁକ୍ତଙ୍କୁ କାବୁ କରିବା ସହିତ ଛାନଭିନ କରି ଉଭୟଙ୍କ ହେପାଜତରୁ ମୋଟ ୫ଗୋଟି ଚୋରା ମୋଟରସାଇକେଲ ଏବଂ ଏକ ମୋବାଇଲ ଫୋନ ଜବତ କରିଥିଲା ।

ପଚରା ଉଚରା ସମୟରେ ଉଭୟ ଅଭିଯୁକ୍ତ, ସହରର ବିଭିନ୍ନ ସ୍ଥାନରୁ ଏହି ମୋଟରସାଇକେଲ ଏବଂ ମୋବାଇଲ ଫୋନ ଚୋରୀ କରିଥିବା କଥା ସ୍ଵୀକାର କରିଥିଲେ ।  ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଅଭିଯୁକ୍ତ ଦାଶରଥି ଦଳେଇ ଓରଫ ଦାସିଆ ଜଣେ ଅଭ୍ୟାସଗତ ଅପରାଧୀ ଅଟେ । ପୂର୍ବରୁ ତା  ନାମରେ ଖଣ୍ଡଗିରୀ ଥାନାରେ ୧୪ଗୋଟି ଅପରାଧିକ ମାମଲା ରହିଥିବା ବେଳେ ନୟାପଲ୍ଲୀ ଥାନାରେ ଗୋଟିଏ ମାମଲା ରହିଛି । ଅଭିଯୁକ୍ତ ଜଣକ କ୍ରମାଗତ ଭାବେ ବିଭିନ୍ନ ଅପରାଧରେ ଲିପ୍ତ ରହୁଥିବାରୁ ତା ବିରୋଧରେ CrPC-110 ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବା ଲାଗି ପଦକ୍ଷେପ ନିଆଯାଉଅଛି । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Leave A Reply

Your email address will not be published.