ନୟାଗଡ଼ର ମୋଧାବୀ ଛାତ୍ର ଛାତ୍ରୀଙ୍କୁ ଜିଲ୍ଲା ପ୍ରଶାସନ କଲା ସମ୍ବର୍ଦ୍ଧିତ, ଉଜ୍ବଳ ଭବିଷ୍ୟତ ନିର୍ମାଣ ଗଠନର ମାର୍ଗ ଦର୍ଶନ କରିଥିଲେ ବିଧାୟକ ଅରୁଣ ସାହୁ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ନୟାଗଡ ବ୍ଲକ ଏବଂ ମୁନିସିପାଲିଟିର ମେଧା ସମ୍ମାନ ୨0୨୩ ନୟାଗଡ ସ୍ୱୟଂ ଶାସିତ ମହାବିଦ୍ୟାଳୟ ହୀରକ ଜୟନ୍ତୀ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇ ଯାଇଛି | ନୟାଗଡ ଜିଲ୍ଲା ଶିକ୍ଷା ଅଧିକାରୀ ଅକ୍ରୁର ବାରିକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୟାଗଡ ବିଧାୟକ ଅରୁଣ ସାହୁ ଉପସ୍ଥିତ ମୋଧାବୀ ଛାତ୍ର ଛାତ୍ରୀଙ୍କୁ ନିଜ ବକ୍ତବ୍ୟରେ ଉଜ୍ବଳ ଭବିଷ୍ୟତ ନିର୍ମାଣ ଗଠନର ମାର୍ଗ ଦର୍ଶନ କରିଥିଲେ | ନୟାଗଡ ବ୍ଲକ ବିଇଓ ଗୀତାଞ୍ଜଳି ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶୈକ୍ଷିକ ପରିବେଶରେ ଅନ୍ୟ ମାନଙ୍କ ମଧରେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ଜିଲ୍ଲାପରିଷଦ ଅଧକ୍ଷ ,ମୁନିସିପାଲିଟି ଅଧକ୍ଷା ନିରୁପମା ଖଟେଇ, ବ୍ଲକ ଅଧକ୍ଷ କିଶୋର ଚନ୍ଦ୍ର ସାହୁ ପ୍ରମୁଖ କୃତି ଛାତ୍ର ଛାତ୍ରୀଙ୍କୁ ସେମାନଙ୍କ ସଫଳତା ପାଇଁ ନିଜ ବକ୍ତବ୍ୟରେ ଅଭିନନ୍ଦନ ଜଣାଇଥିଲେ

ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟାକ୍ଷା ଲଷ୍ମୀପ୍ରିୟା ସାହୁ, ମୁନିସିପାଲିଟି ଉପାଧ୍ୟକ୍ଷ ଗୁରୁପ୍ରସାଦ ଯେନା, ଜିଲ୍ଲାପରିଷଦ ସଭ୍ୟ କ୍ଷୀରୋଦ ଚନ୍ଦ୍ର ମହାପାତ୍ର, ଆଶିଷ ଅଗ୍ରୱାଲ, ସୁବାସ ଚନ୍ଦ୍ର କଅଁର, ସରୋଜ ରଣସିଂ ପ୍ରମୁଖ ମଂଚାସୀନ ଥିଲେ | ଏହି ପରିପ୍ରେକ୍ଷୀରେ ନୟାଗଡ ବ୍ଲକ ଏବଂ ମୁନିସିପାଲିଟିର ୬0% ରୁ ଉର୍ଧ୍ଵ ନମ୍ବର ରଖିଥିବା ୧୧୫୪ ଜଣ ଛାତ୍ର ଛାତ୍ରୀଙ୍କୁ ମୁଖ୍ୟ ଅତିଥି ବିଧାୟକ ଅରୁଣ ସାହୁଙ୍କ ସମେତ ମଂଚାସୀନ ଅଥିତି ଗଣ ସମ୍ବର୍ଦ୍ଧିତ କରିଥିଲେ | ଏହି କାର୍ଯ୍ୟକ୍ରମରେ ଜିଲ୍ଲାରୁ ଓଇଏସ ପାଇଥିବା ୯ ଜଣଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା | ଏଥିରେ ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କ ସମେତ ସେମାନଙ୍କ ଅଭିଭାବକ, ସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀ ଯୋଗଦେଇଥିଲେ | ତେବେ ଏଥିରେ ସମସ୍ତ ବୋର୍ଡ ଅଫ ସେକେଣ୍ଡାରୀ ଓଡ଼ିଶାର ଛାତ୍ର ଛାତ୍ରୀଙ୍କ ସମେତ, ସିବିଏସସି, ଓଏଭି, ଆଇସିଏସସି ବର୍ଗର ସମସ୍ତ ୬0%ରୁ ଉର୍ଧ୍ଵ ନମ୍ୱର ରଖିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା

Leave A Reply

Your email address will not be published.