ଜୁନ ୧୨ରେ ବିହାରରେ ବିରୋଧୀ ମେଳି, ନୀତିଶଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଜୁନ ୧୨ରେ ବିହାରରେ ବିରୋଧୀ ମେଳି।  ଜେଡିୟୁ ମୁଖ୍ୟ ନୀତିଶ କୁମାରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ । ଅଣଏନଡିଏ ମେଣ୍ଟର ରାଜନୈତିକ ଦଳଙ୍କୁ ନେଇ ୨୦୨୪ ନିର୍ବାଚନ ପାଇଁ ଏକଜୁଟ କରିବା ସହ ନିଜ ନିଜ ଭିତରେ ସମନ୍ୱୟ ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯିବ । ଆଜି ଜେଡିୟୁ ମୁଖପାତ୍ର ମନଜିତ ସିଂ ଏହି ସୂଚନା ଦେଇଛନ୍ତି । ୨୦୨୪ ନିର୍ବାଚନ ପାଇଁ ବିରୋଧୀ ଦଳଙ୍କୁ ଏକଜୁଟ କରିବା ପାଇଁ ନୀତିଶ କୁମାର ଚେଷ୍ଟା ଚଳାଇଆସୁଛନ୍ତି । ବିଜେପି ବିରୋଧୀ ଦଳକୁ ଗୋଟିଏ ଛତା ତଳେ ଆଣିବାକୁ ବିହାର ମୁଖ୍ୟମନ୍ତ୍ରୀ ପ୍ରୟାସ ଚଳାଇଛନ୍ତି । କିଛି ଦିନ ତଳେ ସେ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ , ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ।

ମେ ୨୨ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀରେ ସାକ୍ଷାତ କରିଥିଲେ ନୀତିଶ । ସେହିଦିନ ପାଟନାରେ ବିରୋଧୀ ଦଳଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବାକୁ ସ୍ଥିର କରାଯାଇଥିବା ଚର୍ଚ୍ଚା ହେଉଛି । ଏହାଛଡା କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ଲଢେଇ କରୁଥିବା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓକ୍ୱାଲଙ୍କୁ ମଧ୍ୟ ନୀତିଶ କୁମାର ଭେଟି ସମର୍ଥନ ଜଣାଇଥିଲେ ।

Leave A Reply

Your email address will not be published.