ସଂସଦ ଭବନରେ ଫଟୋ ସେୟାର କରି ଏପରି ଲେଖିଲେ ସ୍ମୃତି ଇରାନୀ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ନୂତନ ସଂସଦ ଭବନ ଉଦଘାଟିତ ହୋଇଛି। ତେବେ ସଂସଦ ଭବନର ଗୋଟିଏ ସ୍ଥାନରେ ଅଖଣ୍ଡ ଭାରତର ଛାପ ଦେଖିବାକୁ ମିଳିଛି। ଅଖଣ୍ଡ ଭାରତର ବ୍ୟାପ୍ତି, କଳା କୌଶଳ ଓ ସାହସକତାକୁ ନେଇ ବିଚକ୍ଷଣ ଶୈଳୀରେ କାଳାକୃତିଗୁଡିକ ପ୍ରଦର୍ଶନ କରାଯାଇଛି।

ଏହି ନୂଆ ସଂସଦ ଭବନ ମଧ୍ୟରେ ରାଜନେତାମାନେ ସେମାନଙ୍କ ଫଟୋ ସେୟାର କରିଛନ୍ତି। ଏଥିରୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ବି ବାଦ୍‌ ପଡ଼ିନାହାନ୍ତି। ଇରାନୀ ସଂସଦ ଭବନ ଭିତରୁ ତାଙ୍କର ଫଟୋକୁ ‌ସୋସିଆଲ୍‌ ମିଡିଆରେ ସେୟାର୍‌ କରିଛନ୍ତି। ଗୋଟାଏ ଫଟୋରେ ସ୍କୃତିଙ୍କ ସାମ୍ନାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ବି ଦେଖିବାକୁ ମିଳିିଛି, ତେବେ ସ୍ମୃତିଙ୍କ ଅନେକ ଫଟୋ ମଧ୍ୟରୁ  ଶାହାଙ୍କ ସହ ଏହି ଫଟୋଟି ଚର୍ଚ୍ଚାରେ ରହିଛି। ତାହାର କାରଣ ହେଉଛନ୍ତି ନିଜେ ସ୍ମୃତି। ସେ ଫଟୋଟିକୁ ସେୟାର୍‌ କରିବା ସହ ସେଥିରେ ଏକ ମଜାଦାର କମେଣ୍ଟ୍‌ ବି ଲେଖିଛନ୍ତି। ସ୍ମୃତି ତ‌ାଙ୍କ କ୍ୟାପ୍‌ସନ୍‌ରେ ଲେଖିଛନ୍ତି, ‘ଫଟୋ ବୁମ୍ବୁଡ଼ ! ଯେତେବେ‌ଳେ ସମସ୍ତେ ମେନ୍‌ଫ୍ରେମ୍‌ର ଅଂଶ ହେବାକୁ ଚାହାନ୍ତି’। ଅର୍ଥାତ ଏଥିରୁ ସ୍ପଷ୍ଟ ହୋଇଛି ଯେ ସ୍ମୃତି ଫଟୋରେ ଆସିବାକୁ ସେଠାରେ ବସି ପୋଜ୍‌ ଦେଇଛନ୍ତି।

ସ୍ମୃତିଙ୍କ ସାମ୍ନାରେ ଶାହାଙ୍କୁ ଦେଖିବାକୁ ମିଳିଥିବା ବେଳେ ତାଙ୍କ ପଛରେ ଅନ୍ୟ ଜଣେ ମନ୍ତ୍ରୀ ଜି କିସନ ରେଡ୍ଡିଙ୍କୁ ଦେଖିବାକୁ ମିଳିଛି। ତେବେ ସ୍ମୃତିଙ୍କ ଏହି ପୋଷ୍ଟ୍‌ରେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ବି ବହୁ ମଜାଦର କମେଣ୍ଟ୍‌ ସବୁ ଦେଇଛନ୍ତି।

Leave A Reply

Your email address will not be published.