ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କଟକ ତାଳଦଣ୍ଡା କେନାଲକୁ ଭାରସାମ୍ୟ ହରାଇ ଖସିଲା କାର। ମାତୃଭବନ ସମୁଖରେ ଭାରସାମ୍ୟ ହରାଇ କେନାଲକୁ ଖସିଯାଇଥିଲା । ସ୍ଥାନୀୟ ଲୋକଙ୍କ ଦ୍ଵାରା ଉଦ୍ଧାର କାଯ୍ୟ ଜାରି ରହିଥିବାବେଳେ କାରରେ ୨ ଜଣ ଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ କଟକ ବଡ଼ ମେଡ଼ିକାଲକୁ ପଠାଯାଇଥିବାବେଳେ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଯାଇଛି ।
ସୂଚନା ମୁତାବକ ରାସ୍ତାରେ ଦୃତ ଗତିରେ ଆସୁଥିବାବେଳେ ଭାରସାମ୍ୟ ହରାଇ କାରଟି କେନାଲରେ ଓଲଟି ପଡ଼ିଯାଇଥିଲା । କେନାଲରେ ପାଣି ଥିବା ଯୋଗୁ ଗାଡ଼ିରୁ ଚାଳକଙ୍କୁ ଉଦ୍ଧାର କରିବାରେ ବିଳମ୍ବ ହେବା ଯୋଗୁଁ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ କନ୍ଦରପୁର ଅଞ୍ଚଳର ବ୍ୟବସାୟୀ ଜ୍ଞାନ ରଞ୍ଜନ ଜେନା( ୬୦)। ଗୁରୁତର ଆହତ ହେଉଛନ୍ତି ଅଞ୍ଜନା ଜେନା (୫୫) ।