ଦ କେରଳ ଷ୍ଟୋରୀ ଫିଲ୍ମ ଚଲାଇଲେ ହଲକୁ ବମରେ ଉଡାଇଦେବାକୁ ISIS ପକ୍ଷରୁ ଧମକ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବକ୍ସ ଅଫିସରେ ଧମାଲ ମଚାଇଛି ଫିଲ୍ମ ଦ କେରଳ ଷ୍ଟୋରୀ । ଫିଲ୍ମଟି ଏବେ ସୁଦ୍ଧା ୨୨୫ କୋଟିରୁ ଅଧିକ ଟଙ୍କା ଆୟ କରି ସାରିଲାଣି । ତେବେ ରିଲିଜ ପୂର୍ବରୁ ଓ ରିଲିଜ ପରେ ଫିଲ୍ମକୁ ନେଇ ବିଭିନ୍ନ ସ୍ଥାନରେ ବିରୋଧ ଦେଖିବାକୁ ମିଳିଛି । କିଛି ସ୍ଥାନରେ ହଲରେ ଫିଲ୍ମକୁ ଚଲାଇ ମଧ୍ୟ ଦିଆଯାଇନି । ଏହାରି ମଧ୍ୟରେ ମରିସସରେ ମଧ୍ୟ ଫିଲ୍ମକୁ ନେଇ ଥିଏଟର ମାଲିକଙ୍କୁ ଇମେଲ ଯୋଗେ ଧମକ ମିଳିଛି । ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସ ନାଁରେ ଆସିଥିବା ଏହି ଇମେଲରେ ଫିଲ୍ମକୁ ବନ୍ଦ କରିବାକୁ କୁହାଯାଇଛି । ଯଦି ଫିଲ୍ମ ଚାଲେ ତେବେ ଥିଏଟରକୁ ବମରେ ଉଡାଇ ଦିଆଯିବ ବୋଲି ଧମକ ଦିଆଯାଇଛି । କେବଳ ଏତିକି ନୁହେଁ ଏହି ଫିଲ୍ମ ରିଲିଜ ହେବା ପରେ ଏହାର ନିର୍ମାତା ବିପୁଲ ଶାହାଙ୍କ ସୁରକ୍ଷାକୁ ବଢାଇ ଦିଆଯାଇଛି ।

ସେହିଭଳି ଫିଲ୍ମରେ ଅଭିନୟ କରିଥିବା ଅଦା ଶର୍ମାଙ୍କ ବ୍ୟକ୍ତିଗତ ନମ୍ବରକୁ କେହି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ଫଳରେ ଅଦାଙ୍କୁ ବିଭିନ୍ନ ନମ୍ବରରୁ କଲ ଆସିବା ଖରାପ ଭାଷାରେ ଗାଲିଗୁଲଜ କରୁଥିବାର ଖବର ମଧ୍ୟ ସାମ୍ନାକୁ ଆସିଛି । ଆଇଏସଆଇଏସ ଦ୍ୱାରା ପଠାଯାଇଥିବା ଇ-ମେଲକୁ ବିପୁଲ ଶାହାଙ୍କୁ ମଧ୍ୟ ଫରୱାର୍ଡ କରାଯାଇଛି । ସିନେମାହଲରେ ବମ ଲଗାଇବୁ ଏବଂ ସମସ୍ତଙ୍କୁ ଭଲ ସିନେମା ଦେଖାଇବୁ ବୋଲି ଇ-ମେଲରେ ଉଲ୍ଲେଖ ଥିଲା । ଶୁକ୍ରବାର ଯେତେବେଳେ ଦ କେରଳ ଷ୍ଟୋରୀ ଥିଏଟରରେ ଚାଲିବ ସେତେବେଳେ ଏମାସିନେରେ ବମ ଲାଗିବ ବୋଲି ଦିଆଯାଇଛି ଧମକ ।

Leave A Reply

Your email address will not be published.