ଆସନ୍ତା ଶିକ୍ଷାବର୍ଷରୁ ବିଦ୍ୟାଳୟ ପାଠ୍ୟକ୍ରମରେ ସ୍ଥାନ ପାଇବ କ୍ରୀଡା ବିଷୟବସ୍ତୁ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆସନ୍ତା ଶିକ୍ଷା ବର୍ଷ (୨୦୨୪-୨୫)ରୁ ବିଦ୍ୟାଳୟ ପାଠ୍ୟକ୍ରମରେ ସ୍ଥାନ ପାଇବ କ୍ରୀଡା ବିଷୟବସ୍ତୁ ।  ଏନେଇ ସୂଚନା ଦେଇଛନ୍ତି କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା । ତେବେ ଏହାକୁ ପରବର୍ତ୍ତୀ ସମୟରେ ଏହାକୁ ବାଧ୍ୟତାମୂଳକ କରାଯିବ। ଏହା ଭିତରେ ପୁରୁଷ ହକି ବିଶ୍ୱକପ ଆୟୋଜନ କରି ହକିର ହବ ପାଲଟିଛି ଓଡ଼ିଶା । କ୍ରୀଡା ପାଇଁ ୧୨୧୭ କୋଟି ଟଙ୍କାର ବଜେଟ ବ୍ୟୟ ବରାଦ ହୋଇଛି । କ୍ରୀଡା ପାଇଁ ୨ ହଜାର ୫ ସହ କୋଟିର ପ୍ରୋଜେକ୍ଟ ଓଡ଼ିଶାରେ ଚାଲୁରହିଛି । କର୍ପୋରେଟ ଓ କ୍ରୀଡାବୀତିଙ୍କ ପାଇଁ ହାଇ ପରଫର୍ମାନ୍ସ ସେଣ୍ଟର ଆରମ୍ଭ କରାଯାଇଛି ।

ହକିର ପୀଠ ଭାବେ ସୁନ୍ଦରଗଡ଼ ଜିଲ୍ଲାରେ ୧୭ଟି ଆଷ୍ଟ୍ରୋ -ଟର୍ଫ ହକି ପଡିଆ ନିର୍ମାଣ ହୋଇଛି । ଏଥିସହ ରାଜ୍ୟର ସହରାଞ୍ଚଳରେ ୯୦ ଟି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ପ୍ରତିଷ୍ଠା ସହ ୬ ଟି ଫିଫା ଷ୍ଟାଣ୍ଡାର୍ଡ ପିଚ ବିକଶିତ କରିଛନ୍ତି । କ୍ରୀଡା ବିଭାଗ ଓଡ଼ିଶାରେ କ୍ରିକେଟ ଉପରେ ଆଗାମୀ ଦିନରେ ଫୋକସ କରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ୟୁନିଟ-୧ରେ ଫୁଟବଲ ଏକାଡେମୀ ଉଦଘାଟନ କରିବେ।

Leave A Reply

Your email address will not be published.