ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):– ଗୁରୁବାର ସଂଧ୍ୟା ରେ ଏକାମ୍ର କ୍ଷେତ୍ରର ଗୁଆଝର ପାଣି ନାନାଦି ସୁଗନ୍ଧ ରେ ମହକି ଉଠୁଥିଲା। ଏହା ସହିତ ଏଠାରେ ଉପସ୍ଥିତ ଥିବା ସମସ୍ତ ଅତିଥି ମଲ୍ଲି ଫୁଲ ମାଳ ସହିତ ଚନ୍ଦନ ବିମଣ୍ଡିତ ହୋଇଥିଲେ। ଯାହା ସମସ୍ତଙ୍କୁ ଏକ ପ୍ରକାର ଦିବ୍ୟ ଅନୁଭୂତି ପ୍ରଦାନ କରିଥିଲା।କେଦାରଗୌରୀ ନିକଟ ଗୁଆଝରରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଙ୍କ ଚରଣରେ ସମର୍ପିତ ଚନ୍ଦନ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଅଛି । ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ତଥା ଏକାମ୍ର ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ଙ୍କ ନେତୃତ୍ୱରେ ଏହି ଉତ୍ସବ ଖୁବ୍ ଧୁମ୍ ଧାମରେ ପାଳିତ ହୋଇଯାଇଅଛି।
ପ୍ରଚଣ୍ଡ ରୌଦ୍ରତାପ ଓ ଗୁଳୁଗୁଳିରୁ ନିସ୍ତାର ପାଇଁ ଗୁଆଝରରେ ସ୍ନାନ କରିବା ସହ ଦେହରେ ସୁବାସିତ ଚନ୍ଦନ ଓ ବେକରେ ମଲ୍ଲି ମାଳ ପକେଇ ଉତ୍ସବକୁ ମହା ଆଡ଼ମ୍ବରରେ ପାଳିତ କରାଯାଇ ଅଛି। ଏହି ଅବସରରେ ଗୁଆଝର ପୁଷ୍କରିଣୀ କୁ ପଦ୍ମ ଫୁଲ ଓ ଆଲୋକ ରେ ସୁସଜ୍ଜିତ କରାଯାଇଥିଲା। ରାତ୍ର ରେ ଉତ୍ସବକୁ ଉତ୍ସବ ମୁଖର କରିବା ପାଇଁ ଓଡ଼ିଶାର ବିଶିଷ୍ଟ କଣ୍ଠ ଶିଳ୍ପୀ ମାନଙ୍କ ଦ୍ଵାରା ଭଜନ ପରିବେଷଣ ସହ ସମସ୍ତଙ୍କ ପାଇଁ ଆନନ୍ଦ ବଜାର ବ୍ୟବସ୍ଥା କରାଯାଇଥିଲା।
ଏହି ଉତ୍ସବ ରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର , ଜଟଣୀ ବିଧାୟକ ସୁର ରାଉତରାୟ, ବିଜେପି ରାଜ୍ୟ ଉପ ସଭାପତି ପୃଥିବରାଜ ହରିଚନ୍ଦନ, ଅନିତା ଶୁଭଦର୍ଶୀନି, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟ ବିଜେପି ସଂଗଠନ ମନ୍ତ୍ରୀ ମାନସ ମହାନ୍ତି, ରାଜ୍ୟ ବିଜେପି ବରିଷ୍ଟ ନେତା ସାରଦା ପ୍ରସାଦ ଶତପଥୀ,ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ, ରାଜ୍ୟ କାର୍ଯୟକାରିଣୀ ସଦସ୍ୟ ସାରଦା ପ୍ରଧାନ, ଜଗନ୍ନାଥ ପ୍ରଧାନ, ବିଶ୍ବରଂଜନ ବଡ଼ଜେନା, ରାଜ୍ୟ ପ୍ରବକ୍ତା ଦିଲ୍ଲୀପ ମହାନ୍ତି, ଯତୀନ ମହାନ୍ତି, ସୁଧିପ୍ତ ରାୟ,ବାଙ୍କୀ ବିଜେପି ନେତା ଶୁଭ୍ରାଶୁ ପାଢ଼ୀ,ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ, ବରିଷ୍ଟ କଂଗ୍ରେସ ନେତା ଶିବାନନ୍ଦ ରାୟ, କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ର ସମତେ ବହୁ କର୍ପୋରେଟର, ବିଜେପି ଓଡ଼ିଶା ପ୍ରଦେଶ ଓ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ର ସମସ୍ତ ନେତୃତ୍ୱ ଏବଂ ଏକାମ୍ର ନିର୍ବାଚନ ମଣ୍ଡଳୀର ଅଗଣିତ ଭକ୍ତ ସାମିଲ ହୋଇ ପ୍ରଭୁ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କୁ ଆରଧନା କରି ଆନନ୍ଦ ଉଲ୍ଲାସ ସହକରେ ଚନ୍ଦନ ଉତ୍ସବ ପାଳନ କରିଥିଲେ।