ଓଡିଶା ଟ୍ରେନ ଟ୍ରାଜେଡି, ସହଯୋଗର ହାତ ବଢ଼ାଇଲେ ଗୌତମ ଆଦାନି

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) :  ଶୁକ୍ରବାର କରମଣ୍ଡଳ ଏକ୍ସପ୍ରେସ ଘଣ୍ଟାପ୍ରତି ୧୨୮ କିମିରେ ଯାଉଥିବା ବେଳେ ବେଙ୍ଗାଲୁରୁ-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ ୧୨୬ କିମି ବେଗରେ ଆସୁଥିଲା। ମାଲବାହୀ ଟ୍ରେନକୁ ଧକ୍କା ଦେଇ ପ୍ରଥମେ କରମଣ୍ଡଳ ଲାଇନଚ୍ୟୁତ ହୋଇଥିଲା। ଏହାର ବଗି ତୃତୀୟ ଟ୍ରାକ୍‌କୁ ଛିଟିକି ପଡ଼ିଥିଲା। ଏତିକି ବେଳେ ସେହି ଟ୍ରାକ୍‌ରେ ଆସୁଥିବା ବେଙ୍ଗାଲୁରୁ ହାୱାଡା ଏକ୍ସପ୍ରେସ ଏହାକୁ ଧକ୍କା ଦେଇଥିଲା। ଏଥିରେ ୨୭୫ ଜଣଙ୍କ ମୃତ୍ୟୁ ଘଟିଛି।   ହଜାରେରୁ ଅଧିକ ଆହତ ହୋଇଛନ୍ତି।

କିଏ ନିଜ ବାପା ମା’ଙ୍କୁ ହରାଇଛ ତ ଆଉ କିଏ ନିଜ ପୁଅ ଓ ସ୍ୱାମୀଙ୍କୁ ହରାଇଛନ୍ତି। ଏବେ ବି ମୃତଦେହ ଭିତରୁ ଲୋକମାନେ ନିଜ ପ୍ରିୟଜନଙ୍କୁ ଖୋଜିବା କାମରେ ଲାଗିଛନ୍ତି। ଏସବୁ ଭିତରେ ଭାରତର ଅନ୍ୟତମ ଶିଳ୍ପପତି ଗୌତମ ଆଦାନି ଓଡ଼ିଶା ଟ୍ରେନ ଦୁର୍ଘଟଣା ପୀଡ଼ିତଙ୍କ ପ୍ରତି ସହଯୋଗର ହାତ ବଢ଼ାଇଛନ୍ତି।

ଦୁର୍ଘଟଣାରେ ନିଜ ଅଭିଭାବକଙ୍କୁ ହରାଇଥିବା ପିଲାମାନଙ୍କ ପାଠପଢ଼ା ଦାୟିତ୍ୱ ଆଦାନି ଗ୍ରୁପ୍‌ ନେବ ବୋଲି ନିଜେ ଗୌତମ ଆଦାନି ଘୋଷଣା କରିଛନ୍ତି। ସେ ଟ୍ୱିଟ କରି କହିଛନ୍ତି ଯେ “ଓଡ଼ିଶାରେ ହୋଇଥିବା ରେଳ ଦୁର୍ଘଟଣା ଖବରରେ ଆମେ ସମସ୍ତେ ମାର୍ମାହତ। ଆମେ ନିଷ୍ପତ୍ତି ନେଇଛୁ ଯେ ଯେଉଁ ନୀରହ ପିଲାମାନେ ଏହି ଦୁର୍ଘଟଣାରେ ନିଜର ଅଭିଭାବକଙ୍କୁ ହରାଇଛନ୍ତି, ସେମାନଙ୍କ ସ୍କୁଲ ଶିକ୍ଷାର ଦାୟିତ୍ୱ ଆଦାନି ଗ୍ରୁପ୍‌ ନେବ। ପୀଡ଼ୀତ ଓ ସେମାନଙ୍କ ପ୍ରିୟଜନଙ୍କୁ ସମ୍ବଳ ଏବଂ ପିଲାମାନଙ୍କ ସୁନ୍ଦର ଭବିଷ୍ୟତକୁ ନିଶ୍ଚିତ କରିବା ଆମ ସମସ୍ତଙ୍କର ମିଳିତ ଦାୟିତ୍ୱ।” ବୋଲି ମଧ୍ୟ ସେ ଲେଖିଛନ୍ତି ।

 

Leave A Reply

Your email address will not be published.