ନିଶିଗନ୍ଧା ଭାଷା ପ୍ରତିଷ୍ଠାନକୁ ପ୍ରକୃତି ମିତ୍ର ସମ୍ମାନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  -ଓଡିଶା ସରକାରଙ୍କର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲା , ଚିଲକା ବ୍ଲକର ନିଶିଗନ୍ଧା ଭାଷାପ୍ରତିଷ୍ଠାନ “ପ୍ରକୃତି ମିତ୍ର” ଭାବରେ ପୁରସ୍କୃତ କରାଯାଇଅଛି। ପ୍ରତିଷ୍ଠାତା ବଳରାମ ତରାଇ ପୁରସ୍କାର ଗ୍ରହଣ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଳକା ବ୍ଲକର ବିଭିନ୍ନ ଅଞ୍ଚଳରେ ବୃକ୍ଷରୋପଣ ସହ ଏହାର ରକ୍ଷଣାବେକ୍ଷଣ ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିଲ୍ଲା ପରିବେଶ ସମିତି ପକ୍ଷରୁ ନିଶିଗନ୍ଧା ଭାଷାପ୍ରତିଷ୍ଠାନ ମନୋନୀତ କରାଯାଇଥିଲା ।

ଆଜି ଭୁବନେଶ୍ୱର ଲୋକସେବା ଭବନସ୍ଥିତ ରାଜ୍ୟ କନଭେନସନ ସେଣ୍ଟରଠାରେ ବିଶ୍ୱ ପରିବେଶ ଦିବସ ଅବସରରେ ପୁରସ୍କାର ବିତରଣ କରାଯାଇଅଛି । ପ୍ରତ୍ୟେକ ପ୍ରକୃତି ମିତ୍ରଙ୍କୁ ପ୍ରମାଣପତ୍ର ସହ ୨୦ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଅଛି । କାର୍ଯ୍ୟକମକୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ଦ୍ବାରା ଉଦଘାଟନ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ପ୍ରଦିପ କୁମାର ଅମାତ (ମାନ୍ୟବର ମନ୍ତ୍ରୀ, ଜଙ୍ଗଲ, ପରିବେଶ ଓ ଜଲଵାୟୁ ପରିବର୍ତ୍ତନ ଓଡିଶା ସରକାର), ଶ୍ରୀଯୁକ୍ତ ସତ୍ୟବ୍ରତ ସାହୁ (ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଙ୍ଗଲ, ପରିବେଶ ଓ ଜଲଵାୟୁ ପରିବର୍ତ୍ତନ ଓଡିଶା ସରକାର), ଶ୍ରୀଯୁକ୍ତ ଦେବୀଦତ୍ତ ବିଶ୍ୱାଳ (ରାଜ୍ୟ ଜଙ୍ଗଲ ବାହିନୀ ମୁଖ୍ୟ) ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.