ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଜୁନ୍ ୮ ତାରିଖ ଅପରାହ୍ଣ ୪ଟାରେ ପ୍ରକାଶ ପାଇବ କଳା ପରୀକ୍ଷା ଫଳ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ(ଯୁକ୍ତ୨) ୨ କଳା ଏବଂ ଧନ୍ଦାମୂଳକ ପରୀକ୍ଷା ଫଳ ଜୁନ୍ ୮ ତାରିଖ ଦିନ ପ୍ରକାଶ ପାଇବ। ଏହି ପରୀକ୍ଷା ଫଳ ଅପରାହ୍ନ ୪ଟା ବେଳେ ପ୍ରକାଶ ପାଇବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି।
ଗତ ୩୧ ତାରିଖ ଦିନ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟର ଫଳାଫଳ ପ୍ରକାଶ ପାଇଥିଲା। ଭୁବନେଶ୍ୱର ସିଏଚଏସଇ କାର୍ଯ୍ୟାଳୟ ପରିସରରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଫଳାଫଳ ଘୋଷଣା କରିଥିଲେ। ତେବେ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାରେ ଆଗରେ ଛାତ୍ରୀ ଥିଲେ। ସୂଚନା ଅନୁଯାୟୀ ଚଳିତବର୍ଷ ୪ଟି ଯାକ ବିଭାଗରେ ପରୀକ୍ଷା ଦେବା ଲାଗି ୩ ଲକ୍ଷ ୫୬ ହଜାର ୪୪୯ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ। କଳା ବିଭାଗରେ ୨ଲକ୍ଷ ୩୨ ହଜାର ୬୪୪, ବିଜ୍ଞାନରେ ୯୩ହଜାର ୭୩୦, ବାଣିଜ୍ୟରେ ୨୪ହଜାର ୨୪୬ ଓ ଧନ୍ଦାମୂଳକ ବିଭାଗରେ ୫୮୨୯ଜଣ ରହିଥିଲେ।